ହେଡଲାଇନସ୍:

ବଲାଙ୍ଗୀର, ଫୁଲବାଣୀ ଓ ମୟୂରଭଞ୍ଜରେ କିମସ କୋଭିଡ୍‍ ହସ୍‍ପିଟାଲ୍‍ କାର୍ଯ୍ୟକ୍ଷମ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ସମଗ୍ର ରାଜ୍ୟରେ ଗୋଟିଏ ପରେ ଗୋଟିଏ କେଭିଡ୍‍-୧୯ ହସ୍‍ପିଟାଲ୍‍ ଖୋଲି ଚାଲିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ପ୍ରୋତ୍ସାହନ ତଥା ରାଜ୍ୟ ସରକାରଙ୍କ ପ୍ରୟାସ କ୍ରମେ କିମ୍‍ସ ଦାୟିତ୍ୱରେ ଦିଆଯାଇଥିବାକନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାରେ ୨ଟି କୋଭିଡ୍‍ ହସ୍‍ପିଟାଲ୍‍ ମଙ୍ଗଳବାରଠାରୁ କାର୍ଯ୍ୟକ୍ଷମ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ବୁଧବାରଠାରୁ ଗୋଟିଏ କୋଭିଡ୍‍ ହସ୍‍ପିଟାଲ୍‍ କାର୍ଯ୍ୟକ୍ଷମ ହୋଇଛି । କନ୍ଧମାଳରେ ୧୫୦ ଆଇସୋଲେସନ୍‍ ଶଯ୍ୟା ବିଶିଷ୍ଟ କୋଭିଡ୍‍ ହସ୍‍ପିଟାଲ୍‍ କାର୍ଯ୍ୟକ୍ଷମ ହୋଇଥିବା ବେଳେ ବଲାଙ୍ଗୀର ଓ ମୟୂରଭଞ୍ଜରେ ଯଥାକ୍ରମେ ୨ଶହ ଆଇସୋଲେସନ୍‍ ଶଯ୍ୟା ବିଶିଷ୍ଟ କୋଭିଡ୍‍ ହସ୍‍ପିଟାଲ୍‍ କାର୍ଯ୍ୟକ୍ଷମ ହୋଇଛି । ସୂଚନାଯୋଗ୍ୟ ଉଭୟ ବଲାଙ୍ଗୀର ଓ ମୟୂରଭଞ୍ଜ ଜିଲ୍ଲାରେ ନିକଟରେ ଉଦ୍‍ଘାଟିତ ହୋଇଥିବା କିସ୍‍ର ବିରାଟ କ୍ୟାମ୍ପସ୍‍ରେ ଏହି କୋଭିଡ୍‍ ହସ୍‍ପିଟାଲ୍‍ କାର୍ଯ୍ୟକ୍ଷମ ହୋଇଛି । ଏହି ଦୁଇ କ୍ୟାମ୍ପସ୍‍ରେ ପୂର୍ବରୁ ଏକ ଅତ୍ୟାଧୁନିକ ଡିସ୍‍ପେନ୍‍ସାରୀ ନିର୍ମାଣ କରାଯାଇଥିଲା । ଫୁଲବାଣୀରେ ୧୦ଶଯ୍ୟା ବିଶିଷ୍ଟ ଆଇସିୟୁ ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ବଲାଙ୍ଗୀର ଓ ମୟୂରଭଞ୍ଜରେ ୨୦ ଶଯ୍ୟା ବିଶିଷ୍ଟ ଆଇସିୟୁ ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ଏହି ସବୁ କୋଭିଡ୍‍ ହସ୍‍ପିଟାଲ୍‍ର ଦାୟିତ୍ୱ କିମ୍‍ସ ନେଇଥିବା ବେଳେ ଏଥିରେ କାର୍ଯ୍ୟ କରିବା ପାଇଁ କିମ୍‍ସର ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ବାୟୋମେଡିକାଲ୍‍ ଇଞ୍ଜିନିୟର୍‍, ଇଲେକ୍ଟ୍ରିକାଲ୍‍ ଇଞ୍ଜିନିୟର, ହାଉସ୍‍କିପିଂ ଏବଂ ଅନ୍ୟାନ୍ୟ ପ୍ରାୟ ୫୦ରୁ ୬୦ଜଣ କର୍ମଚାରୀ ଭୁବନେଶ୍ୱରରୁ ଯାଇ ସେଠାରେ ଯୋଗ ଦେଇଛନ୍ତି । ପ୍ରତି ଜିଲ୍ଲାରେ ଜିଲ୍ଲା ପ୍ରଶାସନର ସହଯୋଗ କ୍ରମେ ଏହି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଏକ ଦଳ ଗଠନ କରାଯାଇଛି ଓ ସେମାନେ ସେଠାରେ ରହି ହସ୍‍ପିଟାଲ୍‍ ପରିଚାଳନା କରୁଛନ୍ତି । କିଟ୍‍

ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ଡା. ସୁବ୍ରତ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ, କିମ୍‍ସର ସିଇଓ ଡା. ବିଷ୍ଣୁ ପ୍ରସାଦ ପାଣିଗ୍ରାହୀଙ୍କ ପରାମର୍ଶ କ୍ରମେ ଏହି ହସ୍‍ପିଟାଲ୍‍ ପରିଚାଳିତ ହେଉଥିବା ବେଳେ କିମ୍‍ସର ଡେପୁଟି ରେଜିଷ୍ଟ୍ରାର ଦିଲିପ ପଣ୍ଡା ଉକ୍ତ ତିନୋଟି କୋଭିଡ୍‍ ହସ୍‍ପିଟାଲ୍‍ର ନୋଡାଲ୍‍ ଅଫିସର୍‍ ଭାବେ ନିଯୁକ୍ତ ହୋଇଛନ୍ତି । ହସ୍‍ପିଟାଲ୍‍ଗୁଡ଼ିକରେ ବ୍ୟାପକ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ସୁବିଧା ରହିଥିବା ବେଳେ ପ୍ରତି କୋଭିଡ୍‍ ହସ୍‍ପିଟାଲ୍‍ରେ ହାଇ-ଏଣ୍ଡ ଆମ୍ବୁଲାନ୍‍ସ, ୨ଟି ଇନୋଭା ଗାଡ଼ି ଓ ୨୪ଘଣ୍ଟିଆ ବିଜୁଳି ବ୍ୟାକ୍‍ଅପ୍‍ ବ୍ୟବସ୍ଥା ରଖାଯାଇଛି । ୩ଟି ଯାକ କୋଭିଡ୍‍ ହସ୍‍ପିଟାଲ୍‍ ଖୋଲିବା ପାଇଁ କିମ୍‍ସକୁ ସୁଯୋଗ ଦେଇଥିବାରୁ ପ୍ରତିଷ୍ଠାତା   ଅଚ୍ୟୁତ  ସାମନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ୩ଟି ଯାକ କୋଭିଡ୍‍ ହସ୍‍ପିଟାଲରେ  ଯୋଗଦେବା ପାଇଁ ଡାକ୍ତର, ଅନ୍ୟ ପାରାମେଡିକାଲ୍‍ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଶ୍ରୀ ସାମନ୍ତ ଉତ୍ସାହିତ କରିବା ସହ ସେମାନଙ୍କ ସଫଳତା କାମନା କରିଛନ୍ତି ।

0
0
0
s2sdefault