ହେଡଲାଇନସ୍:

କରୋନା ଲକ ଡାଉନ୍ : ଗୋଧନେଶ୍ଵର ଶୈବପୀଠରେ ବନ୍ଦ ହେଲା ପ୍ରସିଦ୍ଧ ମେରୁ ଯାତ୍ରା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶହ ଶହ ବର୍ଷ ପରମ୍ପରା ଭଙ୍ଗ : ଭକ୍ତ ନିରାଶ 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର  ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ମହାନଦୀ କୂଳରେ ଅବସ୍ଥିତ ଗୋଧନେଶ୍ବର ଶୈବପୀଠରେ ଶହ ଶହ ବର୍ଷ ଧରି ପଣା ସଂକ୍ରାନ୍ତି ଓ ପ୍ରସିଦ୍ଧ ମେରୁ ଯାତ୍ରା  ପାଳନ କରାଯାଉଥିଲା । ଫଳରେ  ' କରୋନା ଲକ ଡାଉନ୍ 'ଯୋଗୁଁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି । ଚଳିତ ବର୍ଷ ଦଣ୍ଡ ଯାତ୍ରାକୁ ମଧ୍ଯ ପ୍ରାଶାସନ ପକ୍ଷରୁ ବନ୍ଦ କରାଯାଇଥିଲା । ଦଣ୍ଡ ଯାତ୍ରାର ଶେଷଦିନ ଅର୍ଥାତ୍ ପଣା ସଂକ୍ରାନ୍ତି ଦିନ ମେରୁ ଯାତ୍ରା ଭାବରେ ପାଳନ କରାଯାଇଥାଏ । ତେବେ ଏହି ଯାତ୍ରାରେ ହଜାର ହଜାର ସଂଖ୍ୟାରେ ଜନସମାଗମ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । ଫଳରେ ଭକ୍ତମାନେ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି ।  ବିଶ୍ବ ବ୍ୟାପି କରୋନା କରାଳ ପ୍ରକୋପରେ ସାରା ବିଶ୍ୱ ତଥା ଆମ ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହାସହ କରୋନା ମୁକାବିଲା ପାଇଁ ଦେଶ ତଥା ରାଜ୍ୟ ବ୍ୟାପୀ ଲକ ଡାଉନ୍ ଜାରି ରହିଥିବାରୁ ବୀରମହାରାଜପୁର ଅଞ୍ଚଳରେ କୌଣସି ଯାଗାରେ ମେରୁ ଯାତ୍ରା ହେବନି ବୋଲି ସୂଚନା ମିଳିଛି । ଏହି ଅଞ୍ଚଳରେ ଥିବା ବିଭିନ୍ନ ଶୈବପୀଠ ଗୋଧନେଶ୍ବର, ସୁନାରିବେନୀ, ବାରବର୍ଷ, ଉଫୁଲା, ମେଣ୍ଡାମାଳ, ଟିଠିପାଲି, ଗଉଡଗାଡ, ଦାଦରପାଲି ,ବଡ ବଡାକଟା, ମାଣିକ ପୁର, ବଡମାଳ, ଚୌଉକା, ସେରଗେଡା ଓ  ଆମ୍ବସରଭଟା ପ୍ରଭୁତି ମନ୍ଦିର ଗୁଡିକରେ ଖାଲି ପୂଜାର୍ଚ୍ଚନାରେ ସୀମିତ ରହିବ ବୋଲି ସୂଚନା ମିଳିଛି । 

0
0
0
s2sdefault