ହେଡଲାଇନସ୍:

ଏପଟେ ଲକ ଡାଉନ , ସେପଟେ ଜୁଆ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜୁଆ ଆଡ୍ଡା ଉପରେ ପୁଲିସର ଚଢାଉ: ୬ ଜୁଆଡି ଗିରଫ, ୬୬୫୦ ଟଙ୍କା ଜବତ

ନୂଆପଡ଼ା(ଅମିତ ପୁରୋହିତ): ମହାମାରି କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସରକାର ଲକ୍ ଡଉନ ଘୋଷଣା କରିଛନ୍ତି । ଦୋକାନ, ବଜାର, ସରକାରୀ ଅଫିସ ବନ୍ଦ ରହିଛି । ଏଭଳି ସ୍ଥିତିରେ ସଦର ଥାନା ଅଞ୍ଚଳରେ ଜୁଆ ଖେଳ ବଢିବାରେ ଲାଗିଛି । ସଦର ଥାନା ଜୁନାନୀ ଗାଁ ଜଙ୍ଗଳ ନିକଟ ଏକ ଜୁଆ ଅଡ୍ଡା ଉପରେ ପୁଲିସ ଚଢାଉ କରିଥିଲା । ସେଠାରୁ ୬ ଜଣ ଜୁଆଡିକୁ ଗିରଫ କରିବା ସହ ତାଙ୍କ ଠାରୁ ନଗଦ ୬୬୫୦ ଟଙ୍କା ଜବତ କରିଥିବା ସଦର ଥାନା ଆଇଆଇସି ଆଦିତ୍ୟ ମହାକୁଡ ସୂଚନା ଦେଇଛନ୍ତି ।   

ସଦର ଥାନା ଅନ୍ତର୍ଗତ  ଜୁନାନି ଜଙ୍ଗଲରେ ଏକ ଜୁଆ ଖେଲ ଚାଲିଥିବା କୌଣସି ସୂତ୍ରରୁ ସଦର ପୁଲିସ ଖବର ପାଇଥିଲା । ସଦର ଆଇଆଇସି ଆଦିତ୍ୟ ମହାକୁଡଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଜୁଆ ଅଡ୍ଡା ଉପରେ ଚଢାଉ କରିଥିଲା । ସେଠାରେ ଜୁଆଡି ମାନେ ପୁଲିସକୁ ଗାଲି ଗୁଲଜ କରିବା ସହ ଜୀବନରେ ମାରି ଦେବାକୁ ଧମକ ଚମକ ଦେଇ ଖସି ଯିବାକୁ ଉଦ୍ୟମ କରିଥିଲେ । ଶେଷରେ ସଦର ପୁଲିସ ଜୁନାନୀ ଗାଁର ମହତରାମ ତାଣ୍ଡି(୪୦), ହରିଶ ତାଣ୍ଡି(୩୫), ସୀଆରାମ ସୁନାନୀ (୪୧), ଆଦିତ୍ୟ ଛତ୍ରିଆ(୨୨), ମହେଶରାମ ବାଗ(୫୦), ଅରୁଣ ବାଗ(୨୪) ପ୍ରମୁଖ ୬ ଜଣ ଜୁଆଡିଙ୍କୁ ଗିରଫ କରିଥିଲା । ସେମାନଙ୍କ ଠାରୁ ୬୬୫୦ ଟଙ୍କା, ଏକ ସାଇକେଲ, ୩ଟି ମୋବାଇଲ ଫୋନ, ପ୍ଲେଇଙ୍ଗ କାର୍ଡକୁ ଜବତ କରିଥିଲେ । ତାଙ୍କୁ ଥାନାକୁ ଆଣି ଅଧିକ ପଚରା ଉଚୁରା କରିଥିଲେ । ଏନେଇ ସଦର ଥାନାରେ ଏକ ମାମଲା ରୁଜୁ କରି ଆଜି ଅପରାହ୍ନରେ ସମସ୍ତଙ୍କୁ କୋର୍ଟ ଚାଳାଣ କରିଥିବା ଆଇଆଇସି ଶ୍ରୀ ମହାକୁଡ ସୂଚାନ ଦେଇଛନ୍ତି । ଏହି ଟିମରେ ଏସଆଇ ଜିତୁ ମହାନନ୍ଦ, ଏଏସଆଇ ହୃଦୟ ମହାନନ୍ଦ ପ୍ରମୁଖ ସାମିଲ ଥିଲେ । ସୂଚନା ଥାଉକି, ଗତ ୭ ତାରିଖ ରାତିରେ ସଦର ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଏକ ଜୁଆ ଅଡ୍ଡା ଉପରେ ଚଢଉ କରି ୭ ଜଣ ଜୁଆଡିକୁ ଗିରଫ କରି ୧୪୬୨୦ ଟଙ୍କା, ୨ ଟି ବାଇକ, ୨ ଟି ମୋବାଇଲ, ସହ ୧୪୮ଟି ଦେଶି ମଦ ପାଉଚ ଜବତ କରିଥିଲା । ଗତ ୨୯ ତାରିଖରେ ସ୍ଥାନୀୟ ତେଲିପଡାର ଏକ ଜୁଆ ଅଡ୍ଡା ଉପରେ ପୁଲିସ ଚଢାଉ କରି ୫ ଜୁଆଡିକୁ ଗିରଫ କରି ୯୬୦ ଟଙ୍କା ସହ ୧୪୬ ମଦ ପାଉଚକୁ ଜବତ କରିଥିଲା । ତେବେ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସରକାର ଲକ ଡାଉନ ଘୋଷଣା କରିଛନ୍ତି । ହେଲେ ସରକାରଙ୍କ ନିୟମକୁ ବେଖାତିର କରି ସଦର ଥାନା ଅଞ୍ଚଳରେ ଜୁଆ ଖେଲ ବଢିବାରେ ଲାଗିଛି । ଏହାକୁ ନେଇ ସଦର ପୁଲିସ ଗୋଟିଏ ପରେ ଗୋଟିଏ ଜୁଆ ଅଡ୍ଡା ଉପରେ ଚଢାଉ କରୁଛି । ଗତ ୧୫ ଦିନ ଭିତରେ ୧୮ ଜଣ ଜୁଆଡିଙ୍କୁ ଗିରଫ କରି କୋର୍ଟ ଚାଳାଣ କରିଛି ।    

0
0
0
s2sdefault