ଟୁଇଟ କରି ଜଣାଇଲେ ନବସାରି ସାଂସଦ, ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର
ଭୁବନେଶ୍ୱର(ଶାସକ ପ୍ରଶାସକ) ଦୁଇ ତିନିଦିନ ଧରି ଗୁଜୁରାଟର ସୁରଟ ଅଂଚଳରେ ରହୁଥିବା ଓଡିଆମାନେ କୋବିଦ ସମୟରେ ବିଭିନ୍ନ ପ୍ରଶାସନିକ ଅବ୍ୟବସ୍ଥା ଓ ଅସହଯୋଗର ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଥିବା ଘଟଣା ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା | ଏହାରି ଉପରେ ତତ୍କାଳ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁଜୁରାଟ ସରକାର ଓ ସ୍ଥାନୀୟ ସାଂସଦଂକ ହସ୍ତକ୍ଷେପ ଲୋଡ଼ିଥିଲେ | ବିକ୍ଷୋଭ ପ୍ରଦର୍ଶନ କରିଥିବା ଓଡ଼ିଆ ଭାଇ ଭଉଣୀ ମାନଙ୍କର ଖାଦ୍ୟ, ଆଶ୍ରୟ, ଔଷଧ ବ୍ୟବସ୍ଥା କରିବା ସହ ସେମାନଙ୍କ ସମସ୍ୟା ସମସ୍ୟା ସମାଧାନ କରିବା ପାଇଁ ଅନୁରୋଧ କରିଥିଲେ | କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଅନୁରୋଧପରେ ଏହାରି ଉପରେ ଆଲୋଚନା କରାଯାଇ ତାହାର ସମାଧାନ କରାଯାଇଛି ବୋଲି ଟୁଇଟ କରି ସୂଚନା ଦେଇଛନ୍ତି ଗୁଜୁରାଟର ନବସାରି ସାଂସଦ ସି ଆର ପାଟିଲ |
ଶ୍ରୀ ପାଟିଲ ତାଙ୍କ ଟୁଇଟରେ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସହ ଯୋଗାଯୋଗ କରିଥିଲେ ପି ସୁରଟର ଲସକଣା ଠାରେ ଓଡ଼ିଆ ଭାବି ଭଉଣୀମାନଙ୍କୁ ବିକ୍ଷୋଭ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ | ଆଜି ଏହି ମର୍ମରେ ସୁରଟ ଜିଲ୍ଲାପାଳ, ମୁନିସିପାଲ କମିଶନର ମହେନ୍ଦ୍ର ପଟେଲ, ଆନ୍ଦୋଳନର ନେତୃତ୍ୱ ନେଉଥିବା ଓଡ଼ିଆଙ୍କ ପ୍ରତିନିଧି ଓ ସେ ନିଜେ(ସାଂସଦ ନବସାରି ଶ୍ରୀ ପାଟିଲ) ଏକ ବୈଠକରେ ମିଳିତ ହୋଇଥିଲେ | ଆଉ ଓଡ଼ିଆମାନଙ୍କ ସମସ୍ୟା ଵିଵାୟରେ ଆଲୋଚନା କରି ସେଗୁଡିକର ସମାଧାନ କରାଗଲା ବୋଲି ଟୁଇଟରେ ଉଲ୍ଲେଖ କରିଛନ୍ତି ଶ୍ରୀ ପାଟିଲ |
ଏହି ପଦକ୍ଷେପ ପରେ ତାଙ୍କ ଅନୁରୋଧ ରଖି ଆଲୋଚନା କରି ସମସ୍ୟା ସମାଧାନ କରିଥିବା ଯୋଗୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନବସାରି ସାଂସଦ ଶ୍ରୀ ପାଟିଲଙ୍କୁ ତାଙ୍କ ତତ୍କାଳ ହସ୍ତକଃଏଓ ଓ ସମସ୍ୟା ସମାଧାନ ନିମିତ୍ତ ପଦକ୍ଷେପ ନେଇଥିବା ଯୋଗୁ ଧନ୍ୟବାଦ ଜଣାଇଛନ୍ତି |