ହେଡଲାଇନସ୍:

ଏମକେସିଜି ପରେ ଆଇଜିଏଚ ରାଉରକେଲାରେ କୋଭିଡ୍-୧୯ ପରୀକ୍ଷା ପାଇଁ ଅନୁମତି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) ଆଞ୍ଚଳିକ ଭେଷଜ ଗବେଷଣା ପରିଷଦ (ଆରଏମଆରସି)କୁ ଉଚ୍ଚଶକ୍ତିସଂପନ୍ନ କୋବାସ୍ ଯନ୍ତ୍ର ଆସିବା ଫଳରେ କୋଭିଡ୍-୧୯ ପରୀକ୍ଷଣ କ୍ଷମତା ବୃଦ୍ଧି ପାଇଛିା ଏମକେସିଜି  ମେଡିକାଲ୍ କଲେଜ୍ (ବ୍ରହ୍ମପୁର) ଓ ଆଇଜିଏଚ୍ (ରାଉରକେଲା) ମଧ୍ୟ କୋଭିଡ୍-୧୯ ପରୀକ୍ଷଣ କରିବୋ ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ ମଧ୍ୟ ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗରୁ କୋଭିଡ୍-୧୯ ପରୀକ୍ଷା ପାଇଁ ଅନୁମତି ପାଇଛି ଓ ଖୁବ୍ ଶୀଘ୍ର ଏହା ପରୀକ୍ଷଣ ଆରମ୍ଭ କରିବା | ଖୁବଶୀଘ୍ର ଭିମସାରରେ ମଧ୍ୟ  କୋଭିଡ୍-୧୯ ପରୀକ୍ଷା ଆରମ୍ଭ ହେବ ବୋଲି ମଧ୍ୟ ସରକାର ପୂର୍ବରୁ ସୂଚନା ଦେଇଛନ୍ତି | 

ସରକାରୀ ସ୍ୱାସ୍ଥ୍ୟାନୁଷ୍ଠାନମାନଙ୍କରେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ବ୍ୟବହାର ନିମନ୍ତେ ସାନିଟାଇଜର, ତିନିପ୍ରସ୍ତ ବିଶିଷ୍ଟ ସର୍ଜିକାଲ୍ ମାସ୍କ, ଏନ୍-୯୫ ମାସ୍କ ଓ ଅନ୍ୟାନ୍ୟ ସୁରକ୍ଷା ଉପକରଣମାନ ଯଥେଷ୍ଟ ପରିମାଣରେ ମହଜୁଦ ରହିଛିା କୋଭିଡ୍-୧୯ ପ୍ରତିରୋଧ ନିମନ୍ତେ ନିୟୋଜିତ ଡାକ୍ତର ତଥା ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ତାଲିମକୁ ଦୃଢ଼ୀଭୂତ କରାଯାଇଛିା ଏସ୍ସିବି (କଟକ)ର ୪୧୬ ଜଣ ଓ ଏମ୍କେସିଜି (ବ୍ରହ୍ମପୁର)ର ୭୨ ଜଣ ଅଧ୍ୟାପକ ତଥା କର୍ମଚାରୀଙ୍କୁ କୋଭିଡ୍-୧୯ କ୍ରିଟିକାଲ  କେୟାର ତାଲିମ ଦିଆଯାଇଥିବାବେଳେ ଆୟୁଷ ନିର୍ଦ୍ଦେଶାଳୟର ପ୍ରାୟ ୧୬୦୦ ସ୍ୱାସ୍ଥ୍ୟାଧିକାରୀ ଓ କର୍ମଚାରୀ ଏହି ତାଲିମ ନେଇଛନ୍ତିା ରାଜ୍ୟର ୪ଟି ଦନ୍ତ ଚିକିତ୍ସା ମହାବିଦ୍ୟାଳୟର ଅଧ୍ୟାପକ ତଥା ତୃତୀୟ ଓ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ମିଶାଇ ୯୦୬ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛିା ଅନୁରୂପ ଭାବରେ ଅପ୍ରେଲ ୧୦ ତାରିଖ ସୁଦ୍ଧା ୧,୧୭,୨୭୯ ଜଣ ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ କୋଭିଡ୍-୧୯ ସଂପର୍କିତ ମୌଳିକ ତାଲିମ ପ୍ରଦାନ କରାଯାଇଛିା କୋଭିଡ୍ ହସ୍ପିଟାଲଗୁଡିକରେ  କାର୍ଯ୍ୟରତ ଚିକିତ୍ସାଧିକାରୀ ଏବଂ ନର୍ସମାନଙ୍କ ପାଇଁ ସ୍ୱତନ୍ତ୍ର ଜୁମ୍ ଟ୍ରେନିଂ ପ୍ରଦାନ କରାଯାଉଛିା 

0
0
0
s2sdefault