ହେଡଲାଇନସ୍:

ଆବୁଧାବୀ ରାଷ୍ଟ୍ରାୟତ ତୈଳ କମ୍ପାନୀର ସିଇଓଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କରୋନା ମୁକାବିଲା ପାଇଁ ଦେଶରେ ଉର୍ଜା ସମସ୍ୟାକୁ ଦୂର କରିବା ତଥା ଅଧିକ ଏଲପିଜି ଯୋଗାଣ ନେଇ ଆଲୋଚନା

ଋଣନୈତିକ ସହଯୋଗୀ ଢାଂଚାରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସମ୍ମତି, ଭାରତକୁ ଅତିରିକ୍ତ ଏଲପିଜି ଯୋଗାଣ ନେଇ ପ୍ରତିଶ୍ରୁତି 

ନୂଆଦିଲ୍ଲୀ/ଭୁବନେଶ୍ୱର(ଶାସକ ପ୍ରଶାସକ) – କରୋନା ମୁକାବିଲା ପରିପ୍ରେକ୍ଷୀରେ ଦେଶରେ ଉର୍ଜା ସମସ୍ୟାକୁ ଦୂର କରିବା ତଥା ଭାରତକୁ ଅଧିକ ଏଲପିଜି ଯୋଗାଣ ନେଇ ମଙ୍ଗଳବାର ଆବୁଧାବୀର ରାଷ୍ଟ୍ରାୟତ ତୈଳ କମ୍ପାନୀ(ଏଡିଏନଓସି)ର ସିଇଓ ଡ. ସୁଲତାନ ଅହମ୍ମଦ ଅଲ୍ ଜାବେର୍ଙ୍କ ସହ ଭିଡିଓ କନଫରେନ୍ସି ଯୋଗେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍୍ରଧାନ । ଶ୍ରୀ ପ୍ରଧାନଙ୍କ ଅନୁରୋଧ କ୍ରମେ ଏଡିଏନସିଓର ସିଇଓ ଭାରତକୁ ଅତିରିକ୍ତ ଏଲପିଜି ଯୋଗାଣ ପାଇଁ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ପ୍ରଧାନ ଟ୍ୱିଟ୍ କରି ଜଣାଇଛନ୍ତି ।

ଏହି ଆଲୋଚନାରେ ତୈଳ ଓ ଗ୍ୟାସ ଉପରେ ଉଭୟ ବିଚାରବିମର୍ଷ କରିଥିଲେ । ଉର୍ଜା କ୍ଷେତ୍ରରେ କୋରନା ମହାମାରୀରୁ ସୃଷ୍ଟି ହେଉଥିବା ଚ୍ୟାଲେଞ୍ଜକୁ ସାମ୍ନା କରିବା ତଥା ଦୂର କରିବା ପାଇଁ ଭାରତ ଓ ଦୁବାଇ ମଧ୍ୟରେ ଋଣନୈତିକ ସହଯୋଗ ଢାଂଚାରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ସମ୍ମତି ଜଣାଇଥିବା ଶ୍ରୀ ପ୍ରଧାନ ଟ୍ୱିଟ୍ କରି ଜଣାଇଛନ୍ତି ।

ଭାରତ ସରକାରଙ୍କ ଦ୍ୱାରା କରୋନା ମୁକାବିଲା ପାଇଁ ଘୋଷିତ ପ୍ୟାକେଜରେ ଏପ୍ରିଲରୁ ଜୁନ ମଧ୍ୟରେ ମାଗଣାରେ ୮ କୋଟି ଉଜ୍ଜଳା ହିତାଧିକାରୀଙ୍କୁ ଏଲପିଜିର ରିଫିଲ୍ ଯୋଗାଇବା ପାଇଁ ଅଧିକ ଆବଶ୍ୟକତା ରହିଛି । ଏହି ମର୍ମରେ ଭାରତକୁ ଅଧିକ ଏଲପିଜି ଯୋଗାଣ କରିବା ପାଇଁ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ ।

ଏହାବ୍ୟତିତ ଭାରତର ଋଣନୈତିକ ପେଟ୍ରୋଲିୟମ ଭଣ୍ଡାର ପାଇଁ ଅଶୋଧିତ ତୈଳର ସ୍ରୋତ ପାଇଁ ମଧ୍ୟ ଜାବେର୍ ପୂର୍ଣ୍ଣ ସମର୍ଥନ ଦେଇଥିବା ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।

 

 

0
0
0
s2sdefault