ହେଡଲାଇନସ୍:

ଡାକ୍ତର ରାମଚନ୍ଦାନୀ ଦମ୍ପତ୍ତିଙ୍କ ମଣିଷପଣିଆକୁ ସଲାମ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ:  ଅନେକ ସମୟରେ ନିଜ ମଣିଷ ପଣିଆ ପାଇଁ ଚର୍ଚ୍ଚାରେ ରହି ଆସିଥିବା ଲୋକପ୍ରିୟ ଡାକ୍ତର ଶଙ୍କର ରାମଚନ୍ଦାନୀ ଏବେ ପୁଣି ଚର୍ଚାରେ | ଲକ ଡାଉନ ସମୟରେ ଅସହାୟ କୁନି ଝିଅକୁ ନିଜ ଝିଅ ଭଳି ଘରେ ରଖି ଚିକିତ୍ସା କରୁଛନ୍ତି ବୁର୍ଲାର ଅତି ପରିଚିତ ଡାକ୍ତର ଦମ୍ପତି ଶଙ୍କର ରାମଚନ୍ଦାନୀ ଓ ତାଙ୍କ ଧର୍ମପତ୍ନୀ ଶିଖା ରାମଚନ୍ଦାନୀ ।

ଦୁନିଆ କଣ ଜାଣିବା ଆଗରୁ ସତେ ଯେମିତି ଆକାଶରୁ ଖଣ୍ଡେ ଛିଣ୍ଡି ପଡିଛି  9 ବର୍ଷ ର କୁନି ଝିଅ  ରୂପାଲି ଉପରେ । ହସି ଖେଳି ପାଠ ପଢିବା ବୟସରେ ସଂଗ୍ରାମ କରୁଛି ନିଜ ଜୀବନ ବଞ୍ଚାଇବା ପାଇଁ । 2 ବର୍ଷ ପୂର୍ବରୁ ନେଫ୍ରୋଟିକ ସିଣ୍ଡ୍ରୋମ ନାମକ ଏକ ବୃକକ ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲା ଚିପିଲିମାର ଏହି କୁନି ଝିଅ ରୂପାଲି । ସେତେବେଳେ ଯୁବ ଡ଼ାକ୍ତର ଶଙ୍କର ରାମଚନ୍ଦାନୀ ନିଜ ତତ୍ୱବଧାନରେ ଝିଅଟିର ଯଥା ସମ୍ଭବ ଚିକିତ୍ସା କରି ଭଲ କରିଥିଲେ । ଭଲ ହେବା ପରେ ତାର ପାଠ ପଢିବା ପାଇଁ ଆବଶ୍ୟକ ଥିବା ପୁସ୍ତକ ମଧ୍ୟ ତାକୁ ଦେଇଥିଲେ । କିନ୍ତୁ ବିଧିର ବିଧାନ, 2ବର୍ଷ ପରେ ମାନେ କିଛିଦିନ ପୂର୍ବରୁଏହି ଗରିବ ତଥା ଅବହେଳିତ କୁନି ଝିଅ ର ସେହି ରୋଗ ପୁଣି ବାହାରି, ତା ଦେହ ହାତ ସବୁ ଫୁଲି ଯାଇ କଷ୍ଟ ପାଉଥିବାର ଖବର ପାଇଥିଲେ ଯୁବ ଡାକ୍ତର ଶଙ୍କର ରାମଚନ୍ଦାନୀ | ଏ ଖବର ପାଇଁ ବିଚଳିତ ହେବ ସହ  ନିଜ କାର ନେଇ ତାକୁ ନିଜ ଘରକୁ ଆଣିଥିଲେ |  ତାକୁ ଖାଇବାକୁ ଓ ନୂଆ ଜାମା ପିନ୍ଧିବାକୁ ଦେଇଥିଲେ ଘରେ ରଖି ଚିକିତ୍ସା ବି କରିଥିଲେ ଡାକ୍ତର ଶଙ୍କର ଓ ତାଙ୍କ ଡାକ୍ତର  ଧର୍ମ ପତ୍ନୀ ଡ଼ ଶିଖା ରାମଚନ୍ଦାନୀ |  ନିଜ ଝିଅ ଭଳି ରୁପାଲି ର ଭଲମନ୍ଦ ବୁଝିଛନ୍ତି ରାମଚନ୍ଦାନୀ ଦମ୍ପତ୍ତି  ।

ରୁପାଲୀ ପାଇଁ ଉଚ୍ଚତର  ଚିକିତ୍ସା ଆବଶ୍ୟକ ଥିବାରୁ  ତାକୁ କିଭଳି କଟକ SCB ମେଡିକାଲରେ ଉପଯୁକ୍ତ ଚିକିତ୍ସା କରାଇହେବ ସେଥିପାଇଁ ପ୍ରୟାସ ଜାରି ରଖିଛନ୍ତି ଡ଼ ଶଙ୍କର ରାମଚନ୍ଦାନୀ। 

0
0
0
s2sdefault