ହେଡଲାଇନସ୍:

ଜନଶୁନ୍ୟ ରାୟଗଡ ବ୍ଳକ : ଖାଁ ଖାଁ ରାସ୍ତାଘାଟ, ପ୍ରଶାସନ-ପୋଲିସ ପୁରା ଆଲର୍ଟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  ଦେଶରେ କରୋନା ଭୁତାଣୁ  ସଂକ୍ରମିତ ହେବାର କାୟା ବିସ୍ତାର କରି ଚାଲିଥିବା ବେଳେ ଏହାର କଡା ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ଆସନ୍ତା ଏପ୍ରିଲ ୧୪ ପର୍ଯ୍ୟନ୍ତ ଲକ୍ ଡାଉନ୍ ତଥା ତାଲାବନ୍ଦ ଘୋଷଣା କରିଛନ୍ତି । ଏହି ଲକ୍ ଡାଉନ୍ ତଥା ତାଲାବନ୍ଦ ଘୋଷଣା ପ୍ରତି ଗଜପତି ଜିଲ୍ଲାର ଆଦିବାସୀ ବହୁଳ ରାୟଗଡ ବ୍ଲକ ଅଞ୍ଚଳରେ ସମ୍ମାନ ଜଣାଇ ସ୍ୱତଃପ୍ରବୃତ୍ତ ତଥା ସ୍ବେଚ୍ଛାକୃତ ଭାବେ ପାଳନ କରୁଥିବା ଆଜି ଲକ୍ ଡାଉନ୍ ର ତୃତୀୟ ଦିବସରେ ଦେଖାଯାଇଛି ।

ପୋଲିସ ଓ ବ୍ଲକ ପ୍ରଶାସନ ପକ୍ଷରୁ ଅଞ୍ଚଳ ବାସୀଙ୍କୁ ପ୍ରଚାର ଗାଡିରେ ଡାକବାଜି ଯନ୍ତ୍ର ଦ୍ୱାରା କରୋନା ଭାଇରସ୍ ର ସଂକ୍ରମଣ ହେବା ପ୍ରତି କିଭଳି ନିଜକୁ ସୁରକ୍ଷିତ ରଖିବେ , ଘରୁ ଅତି ଜରୁରୀ କାମ ନ ଥିଲେ ବାହାରନ୍ତୁ ନାହିଁ , ଦୋକାନ ବଜାର ଗଲେ ୧ମିଟର ଦୂରତା ରଖନ୍ତୁ, ଘରକୁ ଗଲେ ହାତ ଧୁଅନ୍ତୁ , ଜନଗହଳି ସ୍ଥାନରୁ ସମ୍ପୂର୍ଣ୍ଣ ଦୁରେଇ ରୁହନ୍ତୁ , ଲଗାତାର ଭାବେ କାଶ , ଛିଙ୍କ , ଗଳା ଦରଦ ଓ ଅନ୍ୟାନ୍ୟ କିଛି ଅସୁସ୍ଥ ଅନୁଭବ କରୁଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ପ୍ରଭୃତି ଉପରେ ସଚେତନ କରାଯାଉଥିଲା ।

ପୋଲିସ ବିଭିନ୍ନ ଛକ ସ୍ଥାନ ମାନଙ୍କରେ ପଇଁତରା ମାରୁଥିବା ସହ ଯିବା ଆସିବା କରୁଥିବା ଲୋକ ଓ ଗାଡି ଚାଳକ ମାନଙ୍କୁ ବାହାରକୁ ନ ବାହାରିବା ପାଇଁ କହୁଥିବା ଦେଖାଯାଇଥିଲା । ବ୍ଲକର ସଦର ମହାକୁମା ରାୟଗଡ ସମେତ ନାରାୟଣପୁର , ପଦ୍ମପୁର , ଲାଞ୍ଜିପଦର ବୋମିକା ଓ ଅନ୍ୟାନ୍ୟ ଗ୍ରାମ ଓ ରାସ୍ତା ଗୁଡିକ ସମ୍ପୂର୍ଣ୍ଣ ଭାବେ ଶୁନଶାନ ହୋଇ ଜନଶୁନ୍ୟ ହୋଇ ପଡ଼ିଥିବା ଦେଖାଯାଇଥିଲା ।

କିରାଣୀ ଦୋକାନ ,ଫଳ ଓ ପନିପରିବା ଦୋକାନ ଓ ଔଷଧ ଦୋକାନ ପ୍ରଭୃତି ଖୋଲା ରହିଥିଲା । ଲୋକ ମାନେ ମଧ୍ୟ ଏହି ଦୋକାନ ବଜାରକୁ ଆସି ଜିନିଷ କିଣିବା ବେଳେ ୧ ମିଟର ଦୂରତାରେ ଚିହ୍ନ କରାଯାଇଥିବା ଧଳା ରଙ୍ଗର ଆୟତ୍ତାକାର ଚିହ୍ନ ଭିତରେ ରହିକିଣୁଛନ୍ତି ।

 ଏହି ଲକ୍ ଡାଉନ୍ ଘୋଷଣା ପ୍ରତି ରାୟଗଡ ବ୍ଲକ ବାସୀ ସମ୍ପୂର୍ଣ୍ଣ ସଚେତନ ହୋଇ ଏଥିପ୍ରତି ସତର୍କତାର ମାନିବା ସହ ଘର ଭିତରେ ସୁରକ୍ଷିତ ରହି କରୋନା ଭୁତାଣୁର କଡା ମୁକାବିଲା କରୁଥିବା ଦେଖାଯାଇଛି ।

 ସରକାରଙ୍କ ଘୋଷିତ "ଲକ୍ ଡାଉନ” ରାୟଗଡ ବ୍ଲକରେ କିଭଲି ରହିଛି ଏବଂ କ’ଣ ସବୁ ସତର୍କତା ଓ ସଚେତନତା ବ୍ୟବସ୍ଥା ସବୁ ପ୍ରଶାସନ ପକ୍ଷରୁ କରାଯାଇଛି ସେ ସମ୍ପର୍କରେ ରାୟଗଡ ବ୍ଲକ ବିଡ଼ିଓ--ଲୁକାଶ ପ୍ରଧାନ କହିଥିଲେ ।

0
0
0
s2sdefault