ହେଡଲାଇନସ୍:

ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପୋଲିସର ତନାଘନା ପାଟ୍ରୋଲିଂ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୁଗୁଡା.ଡ଼ଃ କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ପୋଲିସ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବାରମ୍ବାର ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି। ଏହି ପାଟ୍ରୋଲିଂ  ଜଣେ ବ୍ୟବସାୟୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ସହ ଆଜି କେତେକ ବ୍ୟକ୍ତି ଏକାଠି ବସି ତାସ ଖେଳୁଥିବା ବେଳେ ସେମାନଙ୍କୁ ତାଗିଦ କରି ଛାଡିଦିଆଯାଇଛି।ଗତକାଲି ଜଣେ ବ୍ୟବସାୟୀ ବେନିୟମ ଭାବେ ବେପାର କରୁଥିବା ଯୋଗୁଁ ବ୍ୟବସାୟୀଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଅଛି। ଆଜି ବୁଗୁଡାର କେତକ ବ୍ୟକ୍ତି ଏକାଠି ବସି ତାସ ଖେଳୁଥିବା ବେଳେ ପୋଲିସ ସେମାନଙ୍କୁ ଥାନାକୁ ଆଣି ଏକାଠି ବସି ଖେଳିବା ଦ୍ୱାରା କରୋନା ସଂକ୍ରମଣ ଆଶଙ୍କା ଥିବା ସଚେତନତା କରିବା ସହ ଲକ ଡାଉନ ସମୟ ମଧ୍ୟରେ ଆଉ ତାସ ବା ଅନ୍ୟାନ ଖେଳ ପାଇଁ ଏକାଠି ନବସିବାକୁ ତାଗିଦ କରି ଛାଡି ଦିଆଯାଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି। ଆଇଆଇସି ଶ୍ରୀ ବେହେରାଙ୍କ ତତ୍ତ୍ୱାବଧାନରେ ଏସଆଇ ତନୁଶ୍ରୀ ସାହୁ ଓ କାର୍ତ୍ତିକ ନାୟକ ଏବଂ ଏଏସଆଇ ଯୁଧିଷ୍ଠିର ମହାଙ୍କୁଡ଼ ଓ ଅମୀୟ କୁମାର ପାଢୀ ଙ୍କ ନେତୃତ୍ୱରେ ପେଟ୍ରୋଲିଂ କରାଯାଇ ଆଇନ ଭଙ୍ଗ କରୁଥିବା ବ୍ୟକ୍ତିଙ୍କ ତାଗିତ କରିବା ସହ ଜନସାଧାରଣଙ୍କୁ କରୋନା ଭୂତାଣୁର ଭୟାବହ ସମ୍ପର୍କରେ ସଚେତନତା କରିଥିଲେ।

0
0
0
s2sdefault