ହେଡଲାଇନସ୍:

ରଙ୍ଗେଇଲୁଣ୍ଡାରେ ଲକ ଡାଉନ: ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସଚେତନତା ଅଭିଯାନ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରଙ୍ଗେଇଲୁଣ୍ଡା/ ପ୍ରଶାନ୍ତ କୁମାର ସାହୁ : କରୋନା ଭଳି ମହାମାରୀକୁ ପ୍ରତିହତ କରିବାକୁ ସାରା ଦେଶରେ  ଲକ ଡାଉନ  ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ  ଗଞ୍ଜାମ ଜିଲ୍ଲା  ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳରେ କନିସି ତହସିଲଦାର ଶ୍ରୀ ରାଜକିଶୋର  ଜେନା ଓ  ରଙ୍ଗେଇଲୁଣ୍ଡା ବିଡିଓ କୁମାର ନାଗଭୁଷଣ କନିସି, ରଣ୍ଡା, ଗୋଳନ୍ଥରାରେ ଖୋଲା ଯାଇଥିବା ପରିବା ଦୋକାନ, ସଉଦା ଦୋକାନ, ମେଡ଼ିସିନ ଦୋକାନ ଆଗରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଏକ ମିଟର ଛାଡି ଗୋଳାଇ କରିବା ପାଇଁ ପରାମର୍ଶ ଦେଇଥିଲେ । ନିୟମକୁ ଅବମାନନା କଲେ ଦୋକାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଥିଲେ । ଗୋଳନ୍ଥରା ଥାନା ଅଧିକାରୀ ବାବୁଲି ନାୟକଙ୍କ ନିର୍ଦ୍ଦେଶ କ୍ରମେ ଥାନା ସମୁଖରେ ନକାବନ୍ଦୀ କରାଯାଇ ଗାଡି ଚଳାଚଳ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଆଇନ ଉଲ୍ଲଙ୍ଘନକାରୀଙ୍କୁ ଆକଟ କରିବା ପାଇଁ ପ୍ରତେକ ଛକ ନିକଟରେ ପୋଲିସ ମୃତୟନ କରାଯାଇଛି  ।

0
0
0
s2sdefault