ହେଡଲାଇନସ୍:

ଲକ୍ ଡ଼ାଉନ ଅବମାନନା : ଏମାନଙ୍କୁ କଣ ବୋଲି କହିବା !!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୟୂରଭଞ୍ଜରେ ୨୯ ଗିରଫ, ୧୬  ଗାଡ଼ି ଜବତ, ୭୨,୫୦୦  ଟଙ୍କା ଜୋରିମାନା ଆଦାୟ ଓ  ୨୬ ମାମଲା ରୁଜୁ

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ଲକ୍ ଡ଼ାଉନ ଅବମାନନା ଅଭିଯୋଗରେ ଜିଲ୍ଲାର ବିଭିନ୍ନ ଥାନାଗୁଡ଼ିକରେ ମୋଟ ୨୬ ଟି ମାମଲା ରୁଜୁ କରାଯାଇ ୨୯ ଜଣଙ୍କୁ ପୁଲିସ ପକ୍ଷରୁ ଗିରଫ କରାଯିବା ସହ ୧୬ ଗାଡ଼ିକୁ ଜବତ ଓ ୭୨,୫୦୦  ଟଙ୍କା ଜୋରିମାନା ଆଦାୟ କରାଯାଇଥିବାର  ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପୁରୁଷୋତ୍ତମ ଦାସଙ୍କ ସୂତ୍ରରୁ ଜଣାପଡ଼ିଛି । 

           କରୋନା ଭୂତାଣୁର ମୁକାବିଲା ନିମନ୍ତେ ମୟୂରଭଞ୍ଜ ଜିଲ୍ଲାକୁ ଲକ୍ ଡ଼ାଉନ କରାଯାଇଥିବା ସମୟରେ ଜିଲ୍ଲାକୁ ସଂଯୋଗ କରୁଥିବା ବହଳଦା ଥାନା ଅଧୀନ ଚାପଲା, ଘାଗରବେଢ଼ା ଥାନା ଅଧୀନ ବାଲିବନ୍ଧ, ଜାମଦା ଥାନା ଅଧୀନ ବିଘିଆବେଡ଼ା, ବରଗୋଡ଼ା, ଚଣ୍ଡିଖମଣ, ଝାରପୋଖରୀଆ ଥାନା ଅଧୀନ ଜାମଶୋଳା ଓ ରତିଲ, ରରୁଆଁ ଥାନା ଅଧୀନ ଦେନୁଆ, ଜାମିଟି, ବାଣିସାଗର ଛକ, ତିରିଂ ଥାନା ଅଧୀନ ନାଇଲନ ଘାଟି, ଯଦୁନାଥପୁର, ଜଟା, ରାମବେଢ଼ା, ଯଶୀପୁର ଥାନା ଅଧୀନ ଜାମନÿାଳିଆ, ଚାନ୍ଦୁଆ ଥାନା ଅଧୀନ ଶୁଳିଆପଦା ବଣ୍ଡାବଛକ, ଶୁଳିଆପଦା ଥାନା ଅଧୀନ ବାଘଡ଼ା, ଧବଣି ଓ କାଠଶିରିଷି, ମୋରଡ଼ା ଥାନା ଅଧୀନ ଟୁକପଳାଶିଆ, ରାସଗୋବିନ୍ଦପୁର ଥାନା ଅଧୀନ ସୁବନଡ଼ିହି, ଟିକାୟତପୁର, କମାରଡ଼ିହା, କପ୍ତିପଦା ଥାନା ଅଧୀନ ଝରଣାଘାଟି,ଦୁଭାଇ, ଉଦଳା ଥାନା ଅଧୀନ ଅଙ୍କୁରପୁର, ବୈଶିଙ୍ଗା ଥାନା ଅଧୀନ ପାଇକସାହି, ବାମଦା, କଳମା ଏବଂ ବଡ଼ସାହି ଥାନା ଅଧୀନ ମଙ୍ଗଳପୁର ଆଦି ୧୫ଟି ଥାନା ଥାନା ଅଧୀନରେ ଥିବା ଆନ୍ତଃରାଜ୍ୟ ସୀମାକୁ ସିଲ କରି ଦିଆଯାଇଛି । ଏଥି ସହିତ ଜିଲ୍ଲାର ସଦର ମହକୁମା ବାରିପଦା ସହ ସମସ୍ତ ଥାନାଗୁଡ଼ିକ ପକ୍ଷରୁ ଆଜି ସକାଳ ୭ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ଏହି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟତୀତ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ସୂଚନା ଯୋଗ୍ୟ ଯେ ଗତ ବୁଧବାର ଲକ୍ ଡ଼ାଉନ ଉଲ୍ଲଙ୍ଘନକରିଥିବା ଅଭିଯୋଗରେ ୪୨ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୩୫ ଗାଡ଼ି ଜବତ ଓ ବିଭିନ୍ନ ଥାନାରେ ମୋଟ ୩୦ଟି ମାମଲା ରୁଜୁ ହୋଇଥିଲା । ଏଥି ସହିତ ସାମାଜିକ ଗଣମାଧ୍ୟମରେ କରୋନା ଭୂତାଣୁ ସଂକ୍ରମଣ ସମ୍ବନ୍ଧିୟ ଗୁଜବ ପ୍ରଚାର କରିବା ଅଭିଯୋଗରେ ୨ ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ଗୁରୁବାର ଲକ୍ ଡ଼ାଉନ ଅବମାନନା ଅଭିଯୋଗରେ ମୟୂରଭଞ୍ଜରୁ ୪୯ ଗିରଫ, ୩୨  ଗାଡ଼ି ଜବତ, ୧୫ ହଜାର ଟଙ୍କା ଜୋରିମାନା ଆଦାୟ  ହୋଇଥିବା ବେଳେ  ୨୪ ମାମଲା ରୁଜୁ କରାଯାଇଥିଲା । 

 

0
0
0
s2sdefault