ରାଜ୍ୟ ସରକାରଙ୍କ ବିଶାଳ ପଦକ୍ଷେପ : ଦେଶରେ ସର୍ବ ପ୍ରଥମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜ୍ୟରେ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର କୋବିଡ଼ ହସ୍ପିଟାଲ

ରହିବ ପ୍ରାୟ 1000 ଶଯ୍ୟା, ସମ ଓ କିମ୍ସ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ

ସିଏସଆର ପାଣ୍ଠିରୁ ଅର୍ଥ ଯୋଗାଇଦେବେ ଓଏମସି ଏବଂ ଏମସିଏଲ

ଭୁବନେଶ୍ୱର  ( ଶାସକ ପ୍ରଶାସକ) : ସମଗ୍ର ବିଶ୍ୱରେ କରୋନାର ଆତଙ୍କ ଖେଳି ଯାଇଥିବା ବେଳେ ଭାରତରେ ତାହାର କାୟା ବିସ୍ତାର କରିବାର ଆଶଙ୍କା ଦେଖାଦେଇଛି । ଏହାକୁ ମୁକାବିଲା କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଓଡିଶା ସରକାର କିନ୍ତୁ କରୋନା ମୁକାବିଲା କ୍ଷେତ୍ରରେ ଆଗରେ ରହିଛନ୍ତି । ଆଗୁଆ ସଚେତନତା ବା ସତର୍କତାମୂଳକ ପଦକ୍ଷେପ ନେବାରେ ଆଗରେ ଥିବା ଓଡିଶା ସରକାର ପୁଣି ଆଉ ଏକ ବିଶାଳ ପଦକ୍ଷେପ ନେଇଛନ୍ତି, ଯାହାକି ସାରା ଦେଶରେ ସର୍ବ ପ୍ରଥମ ।କରୋନାର ଆଶଙ୍କିତ କାୟା ବିସ୍ତାରକୁ ଦୁରଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ଭାବେ ପ୍ରସ୍ତୁତ କରିଛନ୍ତି ଦୁଇଟି ସ୍ୱତନ୍ତ୍ର  କୋବିଡ଼ ହସ୍ପିଟାଲ । ଆଉ ଏଠି ପାଇଁ ରାଜ୍ୟର ଦୁଇ ପ୍ରମୁଖ ଘରୋଇ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲ ସମ ଓ କିମ୍ସ ସହ ସ୍ବାକ୍ଷର କରିଛନ୍ତି ତ୍ରିପାକ୍ଷିକ ରାଜିନାମା । ଏହି ଦୁଇଟି ହସ୍ପିଟାଲରେ 1000 ବେଡ଼ ରହିବ ଓ ଏଠି ଷ୍ଟେଟ ଅଫ ଆର୍ଟ ଚିକିତ୍ସା ବ୍ୟବସ୍ଥା ରହିବ । 15 ଦିନ ଭିତରେ ଏହି ଡାକ୍ତରଖାନା ପ୍ରସ୍ତୁତ ହୋଇଯିବ । ଓଏମସି ଏବଂ ଏମସିଏଲ ସେମାନଙ୍କ ସି ଏସ ଆର ପାଣ୍ଠିରୁ ଏହି ବାବଦ ଆବଶ୍ୟକ ଅର୍ଥ ବହନ କରିବେ । କରୋନା ପାଇଁ ସ୍ୱତନ୍ତ୍ର ହସ୍ପିଟାଲ ପ୍ରସ୍ତୁତ କରିବାରେ ଓଡିଶା ହେବ ଭାରତର ପ୍ରଥମ ରାଜ୍ୟ ।

ଆଜି ଏହି ମର୍ମରେ ସ୍ୱାକ୍ଷର ହୋଇଥିବା ପ୍ରଥମ ବୁଝାମଣାପତ୍ରରେ 450 ବେଡ଼ ହସ୍ପିଟାଲ ପାଇଁ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ଓଏମସି ଏମଡ଼ି ଭିନିଲ କ୍ରୀଷ୍ଣ, ଆଉ କିମ୍ସ ସ୍ବାକ୍ଷର କରିଥିବା ବେଳେ ଦ୍ଵିତୀୟ ବୁଝାମଣା ପତ୍ର ରେ 500 ବେଡ଼ ହସ୍ପିଟାଲ ପାଇଁ ସ୍ୱାସ୍ଥ୍ୟ ସଚିବ , ଏମ୍ସିଏଲ ପକ୍ଷରୁ ଏସ ଏସ ପଣ୍ଡା ଓ ସମ୍ ହସ୍ପିଟାଲ ମଧ୍ୟରେ ହୋଇଥିଲା । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

0
0
0
s2sdefault