ନିର୍ମଳା ଘୋଷଣା କଲେ ୧.୭ଲକ୍ଷ କୋଟି ଟଙ୍କାର ପ୍ୟାକେଜ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଡାକ୍ତର, ପାରାମେଡିକ୍ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ୫୦ ଲକ୍ଷ ଟଙ୍କାର ବୀମା କଭରେଜ୍

ଉଜ୍ଜ୍ୱଳା ହିତାଧିକାରୀମାନେ ଆଗାମୀ ୩ ମାସ ପାଇଁ ମାଗଣା ରନ୍ଧନ ଗ୍ୟାସ୍ 

ଜନଧନ ଯୋଜନା ଆକାଉଣ୍ଟଧାରୀଙ୍କୁ ଆସନ୍ତା ୩ ମାସ ପାଇଁ ମାସିକ ଟ. ୫୦୦/- ଟଙ୍କା ଲେଖାଏ

ତିନି ମାସ ପାଇଁ ମାଗଣାରେ ପ୍ରତ୍ୟେକ ଗରିବ ମୁଣ୍ଡପିଛା ୫ କିଲୋ ଖାଦ୍ୟଶସ୍ୟ, ୧ କିଲୋ ଡାଲି

ନୂଆଦିଲ୍ଲୀ(ଶାସକ ପ୍ରଶାସକ)  କରୋନାଭାଇରସ୍ ସଂକ୍ରମଣ ମୁକାବିଲାରେ ନିୟୋଜିତ ପ୍ରତି ଡାକ୍ତର, ପାରାମେଡିକ୍ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ୫୦ ଲକ୍ଷ ଟଙ୍କାର ବୀମା କଭରେଜ୍ | ପିଏମ କିସାନ ଯୋଜନାରେ କୃଷକଙ୍କୁ ୨୦୦୦ ଟଙ୍କାର ପ୍ରଥମ କିସ୍ତି ଏପ୍ରିଲରେ ପ୍ରଥମ ସପ୍ତାହରେ ପାଇବେ | ମନରେଗା ପାରିଶ୍ରମିକ ଦୈନିକ ଟ. ୧୮୨/- ରୁ ଦୈନିକ ଟ. ୨୦୨/-କୁ ବୃଦ୍ଧି | ୩ କୋଟି ଗରିବ ବରିଷ୍ଠ ନାଗରିକ, ଗରିବ ବିଧବା ଏବଂ ଗରିବ ଦିବ୍ୟାଙ୍ଗମାନଙ୍କ ପାଇଁ ୧୦୦୦ କୋଟି ଟଙ୍କାର ଅନୁକମ୍ପାମୂଳକ ରାଶି ବ୍ୟବସ୍ଥା ସହ ୨୦ କୋଟି ମହିଳା ଜନଧନ ଯୋଜନା ଆକାଉଣ୍ଟଧାରୀଙ୍କୁ ଆସନ୍ତା ୩ ମାସ ପାଇଁ ମାସିକ ଟ. ୫୦୦/- ଟଙ୍କା ଲେଖାଏ ପ୍ରଦାନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି | କରୋନା ଲକ ଡାଉନ ଜନିତ ପ୍ରଭାବର ମୁକାବିଲା କରିବାସହ  କରୋନା ମୁକାବିଲା ସମ୍ପର୍କରେ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରି ଆଜି ଏ ବିଷୟ ଘୋଷଣା କରି ସୂଚନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ | 

ଆଜି କାରଣ ସମ୍ପର୍କିତ ପ୍ୟାକେଜ ଘୋଷଣା କରି  ନିର୍ମଳା  କହିଛନ୍ତି ଯେ,  ଉଜ୍ଜ୍ୱଳା ହିତାଧିକାରୀମାନେ ଆଗାମୀ ୩ ମାସ ପାଇଁ ମାଗଣା ରନ୍ଧନ ଗ୍ୟାସ୍ ପାଇବେ । ଏହା ୮. ୩ କୋଟି ବିପିଏଲ୍ ପରିବାରକୁ ଉପକୃତ କରିବ । ପ୍ରଧାନମନ୍ତ୍ରୀ ଗରିବ ଅନ୍ନ ଯୋଜନାରେ ଆଗାମୀ ତିନି ମାସ ପାଇଁ ମାଗଣାରେ ପ୍ରତ୍ୟେକ ଗରିବ ମୁଣ୍ଡପିଛା ୫ କିଲୋ ଖାଦ୍ୟଶସ୍ୟ ପାଇବେ। ପ୍ରତ୍ୟେକ ପରିବାର ମାଗଣାରେ ୧ କିଲୋ ଡାଲି ପାଇବେ । ଏହା ସହ ସମ୍ପ୍ରତି “ଏନଏଫଏସଏ’ ଅଧୀନରେ ମିଳୁଥିବା ୫ କିଲୋ ଖାଦ୍ୟ ଶସ୍ୟ ମଧ୍ୟ ପୂର୍ବ ପରି ମିଳିବ । ଦୁଇ କିସ୍ତିରେ ଲୋକେ ଏହି ମାଗଣା ଖାଦ୍ୟଶସ୍ୟ ନେଇ ପାରିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଏହା ଦ୍ୱାରା ଦେଶଜର  ୮୦ କୋଟି ହିତାଧିକାରୀଙ୍କୁ ଉପକୃତ ହେବେ | 

0
0
0
s2sdefault