ହେଡଲାଇନସ୍:

କରୋନା ଇଫେକ୍ଟ :  ଆଜିଠୁ ଉଚ୍ଚ ନ୍ୟାୟାଳୟ ବନ୍ଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କଟକ: କରୋନାଭାଇରସ୍ ସଂକ୍ରମଣ ଏବଂ ଭାରତ ସରକାରଙ୍କ ୨୧ଦିନିଆ ଲକଡାଉନ ଘୋଷଣା ପରିପ୍ରେକ୍ଷୀରେ  ଆଜି ଠାରୁ ଓଡ଼ିଶା ହାଇକୋର୍ଟ ବନ୍ଦ ରହିବ ।

 ଏ ସଂକ୍ରାନ୍ତରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତିରେ କୁହାଯାଇଛି ଯେ କୋଭିଡ୍-୧୯ଜନିତ ଆସନ୍ନ ବିପତ୍ତି ଏବଂ ୨୧ ଦିନ ପାଇଁ ସମଗ୍ର ଦେଶକୁ ଲକଡାଉନ କରିବାକୁ ଭାରତ ସରକାର ଗ୍ରହଣ କରିଥିବା ନିଷ୍ପତ୍ତିକୁ ଗୁରୁତ୍ୱର ସାରା ବିଚାର କରି ହାଇକୋର୍ଟ ଏବଂ ଏହାର କାର୍ଯ୍ୟାଳୟକୁ ୨୦୨୦ ମାର୍ଚ ୨୬ ରୁ ୨୦୨୦ ଏପ୍ରିଲ୍ ୧୫ ତାରିଖ ଯାଏଁ ବନ୍ଦ ରଖିବାକୁ ସ୍ଥିର କରାଯାଇଛି । ହେଲେ ଯେଉଁ ମାମଲା ଗୁଡିକ ନିହାତି ଜରୁରୀ ସେଗୁଡିକ ଡେପୁଟି ରେଜିଷ୍ଟ୍ରାର(ଜୁଡିସିଆଲ)ଙ୍କ ନିକଟରେ ଦିନ ୧୧ଟାରୁ ୧୨ଟା ଭିତରେ ପଂଜିକୃତ କରିପାରିବେ |

 

0
0
0
s2sdefault