ହେଡଲାଇନସ୍:

ଜନଶୁନ୍ୟ ଗଜପତି, କୋଳାହଳ ଅଜ୍ଞାତବାସରେ : ଗଜପତି ଜିଲ୍ଲାରେ ଲକ୍-ଡାଉନ୍ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  କରୋନା ଭାଇରସର କଡା ମୁକାବିଲା କରିବା ନେଇ ଏବଂ  ଏଭଳି ମାରାତ୍ମକ ମାହାମାରି ରୋଗ ଠାରୁ ସମ୍ପୂର୍ଣ୍ଣ ଦୁରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ସମଗ୍ର ଗଜପତି ଜିଲ୍ଲାକୁ  ଗତକାଲି  ମଙ୍ଗଳବାର ମଧ୍ୟରାତ୍ର   ଠାରୁ ଆସନ୍ତା ତିନି ସପ୍ତାହ ଅର୍ଥାତ ଆସନ୍ତା ଏପ୍ରିଲ ମାସ ୧୪ ତାରିଖ ପର୍ଯ୍ୟନ୍ତ "ଲକ୍-ଡାଉନୄ"  ତଥା "ତାଲବନ୍ଦ" ଘୋଷଣା କରାଯାଇଛି ।

    ଏହି ପରିପ୍ରେକ୍ଷୀରେ ସମସ୍ତେ ଘରେ ରହିବେ  , କେହି ବାହାରକୁ ବାହାରିବେ ନାହିଁ , ଅତି ଆବଶ୍ୟକ ପଡ଼ିଲେ  ପ୍ରଶାସନର ଅନୁମତି ନେଇ ବାହାରକୁ ବାହାରିବେ ,ଏହାକୁ ଉଲଂଘନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ପ୍ରତି କରୋନା ଭାଇରସ ସଂକ୍ରମିତ ଗାଇଡ଼ଲାଇନର ନିର୍ଦ୍ଧିଷ୍ଟ ଥିବା ଆଇନ ଅନୁଯାୟୀ 

ଦଣ୍ଡିତ ହେବା ଉଲ୍ଲେଖ ରହିଛି ଏବଂ ସେହି ଆଇନ ପ୍ରକାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  ଏହି ଲକ୍-ଡାଉନ୍ ଘୋଷଣା ପ୍ରତି ଜିଲ୍ଲା ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ  ଜିଲ୍ଲାର ସର୍ବସାଧାରଣଙ୍କ ନିମନ୍ତେ କିଛି ସମୟ କୋହଳ କରାଯାଇ ଏ ଦିଗରେ ସମସ୍ତଙ୍କୁ ସମ୍ପୂର୍ଣ୍ଣ ଭାବେ ଡ଼ାକବାଜି ମାଇକ ଯୋଗେ ପୋଲିସ ଓ ପୌର ପରିଷଦ ପକ୍ଷରୁ  ଅବଗତ ଓ ସଚେତନ କରାଯାଇଥିଲା । 

   ପୂର୍ବାହ୍ନ ୧୧ ଟା ସମୟ ବେଳକୁ ସମଗ୍ର ପାରଳାଖେମୁଣ୍ଡି ସହର ସମେତ ସମସ୍ତ ବ୍ଲକଅଞ୍ଚଳର ଜନଗହଳି ଛକ , ରାସ୍ତା ଓ ବିଭିନ୍ନ ସ୍ଥାନ ଓ ଦୋକାନ ବଜାର ସମ୍ପୂର୍ଣ୍ଣ ଭାବେ  ଜନଶୁନ୍ୟ ଓ ନିସ୍ତବ୍ଧ ପାଲଟି ଯାଇଥିଲା ।

   ଶାନ୍ତି ଶୃଙ୍ଖଳା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ଛକ ଓ ଜନଗହଳି ସ୍ଥାନ ମାନଙ୍କରେ ବ୍ୟାପକ ଭାବେ ପୋଲିସ ବାହିନୀ ମୃତୟନ ରହି ଲୋକଙ୍କୁ କୋରଣା ଭାଇରସ ଓ ଘରେ ସୁରକ୍ଷିତ ଭାବେ ରହିବା ପାଇଁ ପରାମର୍ଶ ଦେଇ ସଚେତନ କରାଉ ଥିବା ଦେଖା ଯାଇଥିଲା ।

   କରୋନା ଭାଇରସର କଡା ମୁକାବିଲା କରିବା ନେଇ ଜିଲ୍ଲା ବାସୀ ସ୍ବେଚ୍ଛାକୃତ ଭାବେ ସମ୍ମାନ ଜଣାଇ ଘରେ ସୁରକ୍ଷିତ ଭାବେ ରହି ବାହାରକୁ ନ ବାହାରି  ସମସ୍ତ ଜନଗହଳି ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ଜନଶୁନ୍ୟ କରି ଦେଇଥିଲେ ।

 

0
0
0
s2sdefault