ହେଡଲାଇନସ୍:

ସରକାରୀ ଆଦେଶର ଦିନ ଦହାଡ଼େ ଉଲ୍ଲଙ୍ଘନ :  କଳାବଜାରରେ ସାନିଟାଇଜର। 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

‌ବଲାଙ୍ଗୀର : (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) : କଥାରେ ଅଛି "ପ୍ରକୃତି ନୈବ ମୁଚ୍ୟତେ" | ଆଉ କଞ୍ଚା ଓଡ଼ିଆରେ କହିଲେ " ମଣିଷ ପ୍ରକୃତି ମଲେ ତୁଟେ, ଘୁଷୁରୀ ପ୍ରକୃତି ପଙ୍କେ ଲୋଟେ" |  କରୋନା ନେଇ କୋଉ ସ୍ଥିତିରେ ପହଞ୍ଚାଇଲାଣି । କେତେଲୋକ ମଲେଣି । ୧୯୬ ଦେଶରେ ଆତଙ୍କ ସୃଷ୍ଟି କଲାଣି ! ଆଗକୁ ବିକଟ ପରିସ୍ଥ୍ତି ଆସିବାର ଆଶଙ୍କା ରହିଥିବା ଯୋଗୁ ଦେଶର ରାଜ୍ୟର ସରକାର ଗ୍ରହଣ କରୁଛନ୍ତି ସତର୍କତା ପଦକ୍ଷେପ  । କଠୋର ପଦକ୍ଷେପ ଭାବେ ମୁଖ୍ୟମନ୍ତ୍ରୀ କାଲି ଦିନବେଳେ ରାଜ୍ୟବ୍ୟାପୀ ଲକ ଡାଉନ ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ରାତିରେ ଦେଶ ବ୍ୟାପୀ ଲକ ଆଉଟ ଘୋଷଣା କରିଥିଲେ ।ଉଭୟ ହାତ ଯୋଡି ରାଣ ପକାଇ ପରିସ୍ଥିତିର ମୁକାବିଲା କରିବାକୁ ଅନୁରୋଧ କରିଛନ୍ତି | ହାତ ଧୋଇ ଘର ଭିତରେ ବସିବାକୁ ଅନୁରୋଧ କରିଛନ୍ତି | ହେଲେ ଏ ମୁନାଫାଖୋର ବେପାରୀଙ୍କ ଚରିତ୍ର ବଦଳିବନି | ଆଉ ପ୍ରଶାସନ ବି କେତେ ଜଗିବ ଏ ଲୁଟେରା ମାନସିକତା ଲୋକାଙ୍କୁ !!

କରୋନା ଭଲି ଭୂତାଣୁଠୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସରକାର ସାନିଟାଇଜର ବା ସାବୁନରେ ବାରମ୍ବାର ହାତଧୋଇବା ପାଇଁ ଲୋକଙ୍କୁ ସତର୍କ କରୁଛନ୍ତି । ୧୪ ମାର୍ଚ୍ଚ ୨୦୨୦ ରେ ଅତ୍ୟାବଶ୍ୟକ ବସ୍ତୁ ଭବେ ସାନିଟାଇଜର ଓ ମାସ୍କ ସ୍ଥାନିତ ହୋଇଛି । ହେଲେ ବଲାଙ୍ଗୀର ଜିଲ୍ଲାରେ ମନପାଲି ଚାଲିଛି ମୁନାଫାଖୋର ବେପାରୀଙ୍କ |  ଖାଉଟି ବ୍ୟାପାର ମନ୍ତ୍ରୀ ଶ୍ରୀ ରାମବିଳାସ ପାସୱାନ ଟ୍ୱିଟ କରି କହିଛନ୍ତି ଯେ ୨୦୦ ମିଲି ଲିଟର  ସାନିଟାଇଜର ୧୦୦ଟଙ୍କା ରୁ ଅଧିକ ଦରରେ ବିକ୍ରି ହୋଇପାରିବ ନାହିଁ ଓ ଏହା ଜୁନ ୨୦୨୦ ପର୍ଯ୍ୟନ୍ତ ଲାଗୁ ରହିବ । ରାଜ୍ୟ ସରକାର ମଧ୍ୟ କଳାବଜାରୀ ରୋକିବାକୁ ପଦକ୍ଷେପ ନେବା ସହ ତାଗିଦ ବି କରୁଛନ୍ତି | ହେଲେ ବଲାଙ୍ଗୀର ସହରରେ ଏହାର ଓଲଟା ଦେଖିବାକୁ ମିଲୁଛି । କେତେକ ମେଡିସିନ୍ ଦୋକାନରେ ୧୦୦ ମିଲି ସାନିଟାଇଜର ୧୮୫ଟଙ୍କା ରେ ବିକ୍ରି କରୁଛନ୍ତି। ଏଥିପ୍ରତି ପୋଲିସ ପ୍ରଶାସନ ଦୃଷ୍ଟି ଦେଲେ ଏଭଳି କଲାବଜାରି ରୋକାଯାଇ ପାରନ୍ତା ଓ ଲୋକେ  ପାଇ ପାରନ୍ତେ।

0
0
0
s2sdefault