ଭୁବନେଶ୍ୱର(ଶାସକ ପ୍ରଶାସକ) : କରୋନା ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ ମୁଖ୍ୟମନ୍ତ୍ରୀ ଲୋଡିଥିବା ବେଳେ ବିଧାୟକ ଓ ସାଂସଦ ମାନେ ସହାୟତା ଦେବା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସେମାନଙ୍କ ବ୍ୟକ୍ତିଗତ ସହାୟତା ଯୋଗାଇଦେଇଥିବା ବେଳେ ନିଜ ନିଜ ଅଞ୍ଚଳ ପାଇଁ ହାତପାଣ୍ଠିରୁ ସହାୟତା ଦେବା ଆରମ୍ଭ କରିଛନ୍ତି । ସେହିକ୍ରମରେ ରାଜ୍ୟସଭା ସାଂସଦ ଡ଼ଃ ସସ୍ମିତ ପାତ୍ର ତାଙ୍କ ସାଂସଦ ହାତ ପାଣ୍ଠିରୁ ୧କୋଟି ଟଙ୍କା କରୋନା ମୁକାବିଲାରେ ଖର୍ଚ୍ଚ କରିବା ପାଇଁ ନିଜ ଭାଗରେ ପଡିଥିବା ନୋଡାଲ ଜିଲ୍ଲା ମୟୁରଭଞ୍ଜ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଛନ୍ତି । ଆଜି ଏହି ମର୍ମରେ ଏକ ଚିଠି ମୟୁରଭଞ୍ଜ ଜିଲ୍ଲାପାଳ ବିନିତ ଭରଦ୍ୱାଜଙ୍କୁ ଲେଖିଛନ୍ତି । ଏହି ଅବସରରେ ଡ଼ଃ ପାତ୍ର ଜିଲ୍ଲା ପ୍ରଶାସନ ଓ କରୋନା ମୁକାବିଲାରେ ସାମିଲ ସବୁ ଡାକ୍ତର , ସ୍ୱସ୍ଥ୍ୟ କର୍ମୀ, ପୋଲିସ, ଗଣମାଧ୍ୟମ ତଥା ସ୍ୱେଚ୍ଛାସେବୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ରାଜ୍ୟ
କରୋନା ମୁକାବିଲା ପାଇଁ ସାଂସଦ ହାତପାଣ୍ଠିରୁ ମୟୁରଭଞ୍ଜ ଜିଲ୍ଲାକୁ କୋଟିଏ ଦେଲେ ସସ୍ମିତ
- Hits: 766