ହେଡଲାଇନସ୍:

କରୋନା ଭାଇରସର  ସଂକ୍ରମଣକୁ ଦୂରେଇବା ପାଇଁ ମାଁ ମାନେ ଶପଥ ନେଲେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର(shasak prashasak) :  ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ  ପାଇକମାଳ ବ୍ଲକ ବୁକୁରାମୁଣ୍ଡା ସ୍ୱାସ୍ଥ୍ୟ ଉପକେନ୍ଦ୍ର ଅଧିନସ୍ଥ କୁର୍ରିଚୁଆଁ ଗ୍ରାମରେ  ପ୍ରତିମାସ ବୁଧବାର ଦିନ ଟୀକାକରଣ କରଯାଇଥାଏ  । ଏହି ପରିପ୍ରେକ୍ଷୀରେ ଆଜି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ ବାର୍ତ୍ତାକୁ ସ୍ୱାଗତ ସହ ଗ୍ରହଣ କରି ଏଠାକାର କାର୍ଯ୍ୟରତ ମହିଳା ସ୍ୱାସ୍ଥ୍ୟକର୍ମୀ  କବିତାଂଜଳୀ ଦାଶଙ୍କ ତତ୍ୱାବଧାନରେ ଗ୍ରାମର ସମସ୍ତ ମହିଳାଙ୍କୁ ନେଇ କରୋନା ଭାଇରସ ସଂପର୍କରେ ଏକ ସଚେତନା କରାଯାଇ ଉପସ୍ଥିତ ସମସ୍ତ ମହିଳା କରୋନା ଏକ ସ୍ୱରରେ ମୁଁ ମୋ ପିଲାଛୁଆ,ବାପା,ମାଁ ଙ୍କ ନାମରେ ଶପଥ ନେଲେ ଯେ ବର୍ତମାନ ସମୟରେ ମୁଁ ବାହାର କୁ ଯିବିନାହିଁ । ବାହାରକୁଗଲେ କରୋନା ଭାଇରସ ମୋ ସାଥିରେ ଆସିପାରେ ।  ତେଣୁ ମୁଁ ଏବେ ବାହାରକୁ ଯିବିନାହିଁ । ଯଦି ଜରୁରୀ କାମରେ ବାହାରକୁ ଯିବି,ତେବେ ଫେରିବା ସମୟରେ ସାବୁନ ରେ ଭଲ ଭାବରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇ ଘର ଭିତରକୁ ପ୍ରବେଶ କରିବି  ।  କରୋନା ଭାଇରସ କୁ କେବେବି ମୋ ଘରେ ପଶିବାକୁ ଦେବିନାହିଁ କି ମୋ ପରିବାର ପାଇଁ ବିପଦ ର କାରଣ ହେବି ନାହିଁ ବୋଲି ସ୍କୁଲ ସମ୍ମୁଖ ରେ ଶପଥ ଗ୍ରହଣ କଲେ  । ଶପଥ ପାଠ ସମୟରେ ସ୍ଥାନୀୟ ଅଙ୍ଗନୱାଡି କର୍ମୀ  ଧନମତୀ ବରିହା, ଆଶାକର୍ମୀ ଲତା ବରିହା ମଧ୍ୟ ଉପସ୍ଥିତ ଥିଲେ ।

0
0
0
s2sdefault