ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ଆଦେଶକୁ ପଦ୍ମପୁର କେନ୍ଦୁପତ୍ର ବିଭାଗ ମାନୁନାହିଁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ସାରା ବିଶ୍ୱକୁ କରନା ନିଜର କବଜାରେ ନେବାକୁ ବସିଛି । ଆମ ଦେଶ ତଥା ରାଜ୍ୟ ସରକାର ଜନ ସାଧାରଣ ଙ୍କୁ ଏହି ଭୁତାଣୁ ଦାଉରୁ ରକ୍ଷା କରିବା ପାଇଁ ଅନେକ ଦୃଡ଼ ପଦକ୍ଷେପ ନେଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ସହିତ ରାଜ୍ୟ ର ସମସ୍ତ ଅଧିକାରୀ ମାନେ ଦିନ ରାତି କଠୋର ପରିଶ୍ରମ କରୁଛନ୍ତି । ଲୋକଙ୍କୁ ଗୋଟେ ଜାଗାରେ ଏକତ୍ରିତ ନହେବା ପାଇଁ ବାରମ୍ବାର ସରକାରୀ ସ୍ତରରେ କୁହାଯାଉଛି ହେଲେ ବୋଧହୁଏ ରାଜ୍ୟ ସରକାର ଙ୍କର କେନ୍ଦୁପତ୍ର ବିଭାଗ ପାଇଁ କିଛି ଅଲଗା ନିୟମ ରହିଛି ।ଏହା ହେଇ ନଥିଲେ ପଦ୍ମପୁର ଉପଖଣ୍ଡ ର ସମସ୍ତ କେନ୍ଦୁପତ୍ର ରେଞ୍ଜରେ ଆଜି ମଧ୍ୟ ଗୁଚ୍ଛାକଟା ହେଇଛି । କରୋନା କୁ ଦମନ କରିବା ପାଇଁ ସରକାର ଲୋକଙ୍କୁ ସଚେତନ କରାଉଛନ୍ତି । ଏକତ୍ରିତ ନ ହେବା ପାଇଁ ଲକ ଡାଉନ ଜାରି କରିଛନ୍ତି । ସାମାଜିକ ଦୂରତ୍ବ ରଖିବା ପାଇଁ ଏମିତି କି ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ନିଜେ ହାତଯୋଡି ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ହେଲେ ପଦ୍ମପୁର ଉପଖଣ୍ଡ କେନ୍ଦୁପତ୍ର ବିଭାଗରେ ବ୍ୟତିକ୍ରମ ଦେଖିବାକୁ ମିଲୁଛି । ବିଭାଗ ଲୋକଙ୍କୁ ସଚେତନ କରିବା ବଦଳରେ ଏକତ୍ରିତ ହୋଇ କାମ କରିବା ପାଇଁ ନିୟୋଜିତ କରୁଛି । ଯାହାକି ଲୋକଙ୍କ ଜୀବନ ପ୍ରତି ଭୟ ଥିବା ଜଣାପଡ଼ିଛି ।  ପ୍ରତେକ ରେଞ୍ଜରେ ଗତ କିଛି ଦିନ ଧରି ଶହ ଶହ ପୁରୁଷ ଏକତ୍ରିତ ହେଇ ଗୁଚ୍ଛାକଟା କାମ କରି ଆସୁଛନ୍ତି । ଏହା କେତେଦୂର ସୁରକ୍ଷିତ ତାହା ଏବେ ପ୍ରଶ୍ନବାଚୀ ।

0
0
0
s2sdefault