ହେଡଲାଇନସ୍:

କରୋନା ମୁକାବିଲା ସହଯୋଗର ହାତ ବଢ଼େଇଲେ ଅଧ୍ୟାପକ ସୁଶାନ୍ତ ମିଶ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୂଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ ୧୫ଶହ ଟଙ୍କା

ପଦ୍ମପୁର/ଶାସକ ପ୍ରଶାସକ- ଭୟଙ୍କର ମହାମାରୀ କରୋନାର ଆତଙ୍କକୁ ନେଇ ସଂପ୍ରତି ସମଗ୍ର ଭାରତ ଏକ ଘଡିସନ୍ଧି ମୁହୁର୍ତରେ ଗତି କରୁଛି । ପ୍ରାଣପଣେ ଚେଷ୍ଟାକରି ବଂଚିବା ପାଇଁ ସଂଗ୍ରାମ କରୁଛନ୍ତି ସମଗ୍ର ମାନବ ସମାଜ । ଏହି ଆତଙ୍କ କ୍ରମଶଃ ଘନେଇ ଚାଲିଥିବା ବେଲେ ସଚେତନତାକୁ ନେଇ ସାରା ଦେଶରେ ବ୍ୟାପକ ପଦେକ୍ଷପମାନ ଗ୍ରହଣ କରାଯାଉଛି । ନିଜ ନିଜ ସ୍ଥିଥିରେ ରହି ଏହାର ମୁକାବିଲା ପାଇଁ ଜନସାରଣ ଉଦ୍ୟମ ସୃଷ୍ଟି କରୁଥିବା ବେଲେ ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର ମୂଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧୫ଶହ ଟଙ୍କା ଦାନ କରି ସ୍ଥାନୀୟ ଅଂଚଳପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଏ ସଂକ୍ରାନ୍ତରେ ତାଙ୍କୁ ପଚାରିବାରୁ କହିଛନ୍ତି ଯେ ୧୫ଶହ ଟଙ୍କା ବଡ କଥା ନୁହେଁ ବରଂ ଗୁଣ୍ଡୁଚି ମୂଷା ଭଲି ନିଜ ନିଜ ସ୍ଥାନରେ ଥାଇ ଯିଏ ଯେଭଲି ଭାବରେ ଲୋକଙ୍କୁ ସଚେତନ ଓ ସରକାର ତଥା ପ୍ରଶାସନକୁ ସହଯୋଗ କରିପାରିବ ଏଥିନିମନ୍ତେ ସମସ୍ତେ ଉଦ୍ୟମ କରିବା ଉଚିତ । ଏହି ଭୟଙ୍କର ମହାମାରୀରୁ ମୁକୁଳିବା ପାଇଁ ଭଗବାନ ସହାୟ ହୁଅନ୍ତୁ ବୋଲି ଆଶା ପ୍ରକାଶ କରିଛନ୍ତି ।ସୂଚନାଯୋଗ୍ୟ ଯେ ଅଧ୍ୟାପକ ସୁଶାନ୍ତ ମିଶ୍ର ଜଣେ ଖ୍ୟାତନାମା ଲେଖକ, ସ୍ତମ୍ବକାର, ଶିକ୍ଷାବିତ ତଥା ସମାଜସେବୀ ଭାବରେ ଯଥେଷ୍ଟ ଖ୍ୟାତି ଅର୍ଜନ କରିଛନ୍ତି । କିଛିଦିନ ତଳେ ରାସ୍ତାକଡ଼ରେ ପଡ଼ିଥିବା ଜଣେ ୯୦ ବର୍ଷର ବୃଦ୍ଧିକୁ ଉଦ୍ଧାରକରି ଯତ୍ନର ସହିତ ତାଙ୍କ ଘରକୁ ପଠାଇବା ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିଲେ । ଏବେ କରୋନା ମୁକାବିଲା ପାଇଁ ତାଙ୍କ ଉଦ୍ୟମ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି ଆଲୋଚନା ହେଉଛି।

0
0
0
s2sdefault