ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ଜାରି କଲେ ସାନି ଭିଡିଓ :" ମୋର କଥା ସବୁବେଳେ ମାନିଛନ୍ତି , ଏଇ କଥାଟି ମାନନ୍ତୁ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

"କରୋନାକୁ ଘରେ ପୁରାଇଦେବାନି,  ଆସନ୍ତୁ ଶପଥ ନେବା "ମୋ ପରିବାରର ସୁରକ୍ଷା ମୋ ଦାୟିତ୍ୱ" :ମୁଖ୍ୟମନ୍ତ୍ରୀ 

"ଦୂରରେ ଥିଲା କରୋନା | ଏବେ ଆସି ଆମ ଘର ପାଖରେ ପହଂଚିଛି | ଆସନ୍ତୁ ଶପଥ ନେବା ଘରେ ପୁରେଇ ଦେବାନି କରୋନାକୁ"  

କରୋନା ସଂଗ୍ରାମ : ପରିବାରର ସୁରକ୍ଷା ପାଇଁ ଶପଥ ନେବାକୁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

 

ପ୍ରିୟ ଭାଇ ଓ ଭଉଣୀମାନେ, 

 

‘କରୋନା ଭାଇରସ ବିଷୟରେ ଆପଣମାନେ ଭଲ ଭାବରେ ଜାଣି ସାରିଲେଣି | ଏହି ଭାଇରସ୍‌ ଚୀନ୍‌ରେ ଥିଲା | ବହୁତ ଦୂରରେ ଥିଲା | ଆମେରିକା ଓ ୟୁରୋପରେ ଥିଲା | ବହୁତ ଦୂରରେ ଥିଲା | ପରେ ଇରାନକୁ ଆସିଲା | ଦିଲ୍ଲୀରେ ବି ପହଞ୍ଚିଲା | ଏବେ ଏହି ଭାଇରସ୍‌ ଆମ ଘର ପାଖରେ ପହଞ୍ଛିଛି | ଆମ ନିଜ ଭଲ ପାଇଁ, ନିଜ ପରିବାରର ଭଲ ପାଇଁ, ଆମର ଦାୟିତ୍ବ ହେଉଛି ଆମେ ଏହି ଭାଇରସ୍‌କୁ ଘରେ ପଶିବାକୁ ଦେବା ନାହିଁ | ସେଥିପାଇଁ ଏ Lockdown |

ଗତ କୋଡିଏ ବର୍ଷର ସେବା ମଧ୍ୟରେ ମୁଁ ମୋର ପ୍ରିୟ ଓଡିଶାବାସୀଙ୍କ ନିକଟରେ ଅନେକ ଅନୁରୋଧ ରଖିଛି | ଆପଣମାନେ ମୋର ସବୁ ଅନୁରୋଧକୁ ପାଳନ କରିଛନ୍ତି | ସେଥିପାଇଁ ମୁଁ ଆପଣମାନଙ୍କ ନିକଟରେ ଋଣୀ | 

ଆଜି ମୁଁ ଯେଉଁ ଅନୁରୋଧ ରଖୁଛି, ତାହା ହେଉଛି ସବୁଠାରୁ ଗୁରୁତ୍ତ୍ବପୂର୍ଣ୍ଣ |  

ଆଜି ମୁଁ ଆପଣଙ୍କ ନିକଟରେ ‘ମୋ ଜୀବନ’ କାର୍ଯ୍ୟକ୍ରମ ରଖୁଛି | ଆପଣ ଓ ଆପଣଙ୍କ ପରିବାରର ସୁରକ୍ଷା, ଆପଣଙ୍କ ହାତରେ |  Corona Virus ଆପଣଙ୍କ ଘରକୁ ଆସିବା, ନ ଆସିବା, ଆପଣଙ୍କ ବ୍ୟବହାର ଉପରେ ନିର୍ଭର କରୁଛି | ଆପଣ ସାବଧାନ ରହିଲେ ଏହା ଆପଣଙ୍କ ଘର ଭିରରକୁ ପଶି ପାରିବ ନାହିଁ | 

‘ମୋ ଜୀବନ’ କାର୍ଯ୍ୟକ୍ରମରେ, ଆପଣମାନେ ପ୍ରତିଦିନ ଏହି ଶପଥ ପାଠ କରନ୍ତୁ 

"ମୁଁ ମୋର ପିଲାଛୁଆ, ବାପା, ମା’ଙ୍କ ନାମରେ ଶପଥ କରି କହୁଅଛି ଯେ, ବର୍ତ୍ତମାନ ସମୟରେ ମୁଁ ବାହାରକୁ ଯିବି ନାହିଁ | ବାହାରକୁ ଗଲେ, କରୋନା ଭାଇରସ୍‌ ମୋ ସାଥିରେ ମୋ ଘରକୁ ଆସିପାରେ | ମୋ ପରିବାରର କ୍ଷତି କରିପାରେ | ତେଣୁ ମୁଁ ଏବେ ବାହାରକୁ ଯିବି ନାହିଁ | ଯଦି ଜରୁରୀ କାମରେ ବାହାରକୁ ଯିବି, ତେବେ ଫେରିବା ସମୟରେ ସାବୁନରେ ଭଲ ଭାବରେ ୨୦ second ପର୍ଯ୍ୟନ୍ତ ହାତ ଧୋଇ ଘରକୁ ପଶିବି | କରୋନା ଭାଇରସ୍‌କୁ କେବେ ବି ମୋ ଘରେ ପଶିବାକୁ ଦେବି ନାହିଁ, କି ମୋ ପରିବାର ପାଇଁ ବିପଦର କାରଣ ହେବି ନାହିଁ " | 

ଏହି ଶପଥକୁ ଆପଣ ପରିବାର ସହ ପାଠ କରନ୍ତୁ | ନିଜ ଘରର ପ୍ରବେଶ ପଥରେ ଏହାକୁ ଲଗାନ୍ତୁ  ଏବଂ Video କରି Social Mediaରେ ମୋ ପାଖକୁ ପଠାନ୍ତୁ |

ମୋର ପ୍ରିୟ ଓଡିଶାବାସୀ, ଆପଣମାନେ ମୋର ଏହି ଅନୁରୋଧ ରଖନ୍ତୁ |  ଘରେ ରୁହନ୍ତୁ | ପରିବାରକୁ ବଞ୍ଚାନ୍ତୁ | ଆପଣଙ୍କୁ ବହୁତ ବହୁତ ଅନୁରୋଧ |’

 

 

0
0
0
s2sdefault