ହେଡଲାଇନସ୍:

ସିଏମ ରିଲିଫ ଫଣ୍ଡକୁ ତିନିମାସର ଦରମା ଦେଲେ ମନ୍ତ୍ରୀ ରାଜା, ପ୍ରତାପ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ମାସକର ଦରମା ଦେଲେ ବିଧାୟକ ଦେବୀରଞ୍ଜନ, ସଂଗ୍ରାମ ଦେଲେ ତିନିମାସର ଭତ୍ତା  

ଭୁବନେଶ୍ୱର( ଶାସକ ପ୍ରଶାସକ) ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ତିନିମାସର ଦରମା କରୋନା ପିଡୀତଙ୍କ ସକାଶେ ଖର୍ଚ କରିବା ପାଇଁ ସିଏମ (କୋବିଦ-୧୯) ରିଲିଫ ଫଣ୍ଡକୁ ପ୍ରଦାନ କରିବା ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଦଳର ବିଧାୟକ ଓ ସଂସଦ ମାନଙ୍କୁ ମାର୍ଚ୍ଚ ୨୯ ସୁଧା ତିନିମାସର ଦରମା ଦେବା ପାଇଁ ଆହ୍ୱାନ କରିବା ପରେ ସିଏମ ରୁଲ୍ରେଉଫ ଫଣ୍ଡ କୁ ସହାୟତା ଦେବା ଆରମ୍ଭ କରିଛନ୍ତି ଦଳର ମନ୍ତ୍ରୀ ଓ ବିଧାୟକ | ଖାଦ୍ୟ ଯୋଗାଣ ମନ୍ତ୍ରୀ  ରଣେନ୍ଦ୍ର ପ୍ରତାପ ସ୍ୱାଇଁ,   ପଞ୍ଚାୟତିରାଜ, ନଗର ଉନ୍ନୟନ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟମନ୍ତ୍ରୀଙ୍କ ପଦାଙ୍କ ଅନୁସରଣ କରି କୋବିଦ ପ୍ରଭାବିତଙ୍କୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ (କୋବିଦ-୧୯) ରିଲିଫ ପାଣ୍ଠିକୁ ନିଜ ତିନି ମାସର ଦରମା ପ୍ରଦାନ କରିଛନ୍ତି | ସେହିପରି ବାଙ୍କୀର ଯୁବ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରେରିତ ହୋଇ ତାଙ୍କର ଗୋଟିଏ ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି | 

ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ ସଭାପତି ସଂଗ୍ରାମ ପାଇକରାୟ ତାଙ୍କର ତିନି ମାସର ଭତ୍ତା (honorarium) ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଙ୍କୁ ପ୍ରଦାନ କରିଛନ୍ତି ।  କରୋନାର ସଠିକ ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଂଶସା କରିବା ସହିତ, ସରକାର ଙ୍କ ନିର୍ଦେଶ ଓ ଉପଦେଶକୁ ମାନିବା ନିମନ୍ତେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।  

0
0
0
s2sdefault