ହେଡଲାଇନସ୍:

ତିନିମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଲେ ପ୍ରଣବ ପ୍ରକାଶ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର( ଶାସକ ପ୍ରଶାସକ) ପୂର୍ବତନ ମନ୍ତ୍ରୀ, ବର୍ତ୍ତମାନର ବିଧାୟକ ତଥା ବିହୁ ଜନତା ଦଳର ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦାଙ୍କ ଅନୁସରଣ କରି କୋବିଦ ପ୍ରଭାବିତଙ୍କୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ (କୋବିଦ-୧୯) ରିଲିଫ ପାଣ୍ଠିକୁ ନିଜ ତିନି ମାସର ଦରମା ପ୍ରଦାନ କରିଛନ୍ତି | ଶ୍ରୀ ଦାସ ଏ ସମ୍ପର୍କରେ ଟୁଇଟ କରି ସୂଚନା ଦେବା ସହ ବର୍ତ୍ତମାନର ତିରୋଟ ସମୟରେ ସମସ୍ତେ ଏକାଠି ଠିଆ ହେବ ସହ ପରସ୍ପରକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବାର ଆବଶ୍ୟକତା ଅଛି | ବିଧାୟକ ଭାବେ ମୋର ତିନିମାସର ଦରମା କରନା ପ୍ରପୀଡିତଙ୍କ ସେବାରେ ନିୟୋଜିତ ହୋଇପାରିବ ବୋଲି ଉଲ୍ଲେଖ କରିଛନ୍ତି | ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ନିଜ ତିନିମାସର ଦରମା କରୋନା ପିଡୀତଙ୍କ ବାବଦରେ ଖର୍ଚ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ତିନିମାସର ଦରମା ପ୍ରଦାନ କରିଥିଲେ |

ବିଧାୟକ ଶ୍ରୀ ଦାସ ଟୁଇଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ କହିଛନ୍ତି ଯେ  ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ପ୍ରଶାସକ ଓ ଲୋକ ପ୍ରତିନିଧିମାନଙ୍କ ପାଇଁ  ଉଦାହରଣ ସୃଷ୍ଟି କରିଛନ୍ତି | କରୋନା ବିରୋଧୀ ମୁକାବିଲାରେ ସାଥ ଦେବା ପାଇଁ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ(କୋବିଦ -୧୯) ରିଲିଫ ପାଣ୍ଠିକୁ ସହୃଦୟତାର ସହ ଦାନ କରିବା ପାଇଁ ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଅନୁରୋଧ କରିଛନ୍ତି | 

0
0
0
s2sdefault