ପର୍ଯ୍ୟାପ୍ତ ପରିମାଣର ନଗଦ ରାଶି ଗଚ୍ଛିତ ରଖିବା ପାଇଁ ବ୍ୟାଙ୍କଗୁଡିକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାରିପଦା (ଦିଲ୍ଲୀପ ମହାନ୍ତି): ସଂପ୍ରତି ସମଗ୍ର ବିଶ୍ୱରେ ଦେଖାଯାଇଥିବା ନୋଭେଲ କରୋନା (କୋଭିଡ୍ –୨୦୧୯) ଭାଇରସ ଜନିତ ରୋଗ ସଂକ୍ରମଣକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରାଯିବା ପରେ ଭାବେ ଆମ ଦେଶରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଏହାକୁ ଜାତୀୟ / ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଇଅଛି । କୋଭିଡ୍-୨୦୧୯ ଭାଇରସ୍ର ଦୃତ ସଂକ୍ରମଣର ମୁକାବିଲା ପାଇଁ ପ୍ରତିଷେଧ ଓ ନିୟନ୍ତ୍ରଣ ପାଇଁ ସରକାରଙ୍କ ଦ୍ୱାରା ସମୟକୁ ସମୟ ସତର୍କତା ମୂଳକ ନିୟମ ନିଦେ୍ର୍ଧଶାବଳୀ ଓ ମାର୍ଗଦର୍ଶିକା ଜାରି କରାଯାଉଅଛି । ମୟୂରଭଞ୍ଜ ଜିଲ୍ଲାରେ ଜନସାଧାରଣଙ୍କ ସାମାଜିକ ସୁରକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେଇ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ଯଥା- ବାର୍ଦ୍ଧକ୍ୟ ଭତା, ବିଧବା ଭତ୍ତା, ଦିବ୍ୟାଙ୍ଗ ଭତ୍ତା ଏବଂ ଛାତ୍ର ବୃତ୍ତି ଇତ୍ୟାଦି ଯୋଜନାରେ ଉପକୃତ ହେଉଥିବା ଜିଲ୍ଲାର ସମସ୍ତ ହିତାଧିକାରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ନଗଦ ରାଶି ଗଚ୍ଛିତ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟାଙ୍କର୍କସମାନଙ୍କୁ ନିର୍ଦ୍ଦେଶ  ଦିଆଯାଇଛି  । ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା- ୨୦୦୫ ଅଧିନିୟମର ଧାରା ୨(ଡି) ଓ ଧାରା ୩୩ ଅନୁଯାୟୀ ଜିଲ୍ଲା ପ୍ରଶାସନକୁ ଅର୍ପିତ କ୍ଷମତା ବଳରେ ମୟୂରଭଞ୍ଜ ଜିଲ୍ଲାପାଳ  ବିନୀତ ଭରଦ୍ୱାଜ ଜିଲ୍ଲାର ସମସ୍ତ ବ୍ୟାଙ୍କର ଶାଖା ପ୍ରବନ୍ଧକ / ମୁଖ୍ୟ ପ୍ରବନ୍ଧକ ଏସ୍.ବି.ଆଇ. ବାରିପଦା / ଏଲ୍ଡିଏମ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବାରିପଦା ମୟୂରଭଞ୍ଜଙ୍କୁ ଏହାର ତ୍ୱରିତ କାର୍ଯ୍ୟକାରୀ ନିମନ୍ତେ  ନିର୍ଦ୍ଦେଶ ଦେବା ସଙ୍ଗେ ସଙ୍ଗେ ଏଥିରେ ଖିଲାପ କଲେ ନିୟମ ଅନୁସାରେ ବିହୀତ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ ବୋଲି ସତର୍କ କରାଇଦେଇଛନ୍ତି । 

0
0
0
s2sdefault