ଧିକ ଏ ନିଶା ବେପାରୀଙ୍କୁ : ବିଶ୍ୱ କରୋନା ବିରୋଧରେ ଯୁଝୁଛି, ଏମାନେ ନିଶା ବେପାରରେ ବ୍ୟସ୍ତ |

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ /ଶାସକ ପ୍ରଶାସକ :- ବର୍ତ୍ତମାନର ସମୟରେ ସାରା ବିଶ୍ୱ କରନା କୁ ନେଇ ମାତ୍ରାଧିକ ଭାବରେ ଚିନ୍ତିତ ଥିବା ସମୟରେ ଯୁବ ସମାଜକୁ ନିଶାଶକ୍ତ କରାଇ ନିଜର ଫାଇଦା ଉଠାଉଥିବା ନିଶା ବ୍ୟବସାୟୀ ମାନଙ୍କର ଭିତରେ କିନ୍ତୁ ମାନବିକତା ସମ୍ପୂର୍ଣ୍ଣ ଭାବରେ ମରି ଯାଇଛି ।ଯାହାର ଏକ ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ବରପାଲି ଠାରେ ।ଏଠାରେ ବରଗଡ଼ ଜିଲା ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ଓ ବରପାଲି ଥାନା ପୋଲିସ  କଫ ସିରପ ଏବଂ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଠାବ କରିବାରେ ସଫଳ ହେଇଛି।

  ବରପାଲି ରାସ୍ତାର ଏକ ଢାବା ନିକଟରେ ଠାବ ହୋଇଥିବା ଏହି  ଛଅ ଜଣ ନିଶା  ବ୍ୟବସାୟୀ ଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ମହାନ୍ତିପଡ଼ାର ଶେଖ ମଇନୁଦ୍ଦିନ, ୱାର୍ଡ ନଂ-୧୧ର ଶେଖ ହଇଦାନ, ବିଞ୍ଝାଲପଡ଼ାର ଲିଙ୍ଗରାଜ ମେହେର, ଭଟଲି ଥାନା ନୂଆଗଡ଼ର କମଳ ବେହେରା, ବଡ଼ମାଳର ସୂର୍ଯ୍ୟକାନ୍ତ ସାହୁ ଏବଂ ପରେଶ ସାହୁ। ସେମାନଙ୍କ ପାଖରୁ ୩ଟି ୪ଚକିଆ ଗାଡ଼ି, ୭୨ କି.ଗ୍ରା ଗଞ୍ଜେଇ, ୧୬୦୦ ବୋତଲ କଫ୍‌ ସିରପ୍‌, ୮ଟି ମୋବାଇଲ, ନଗଦ ୨ଲକ୍ଷ ୮୯ହଜାର ୮ଶହ ଟଙ୍କା, ୨ଟି ପିସ୍ତଲ ଏବଂ ୧୭ଟି ଗୁଳି ଜବତ କରାଯାଇଛି। ବରପାଲି ଥାନାରେ ଏ ନେଇ ଏକ ମାମଲା ୭୫/୨୦ରେ ରୁଜୁ ହୋଇଥିବା ବରଗଡ଼ ଏସ୍‌ପି ପଦ୍ମିନୀ ସାହୁ ସୂଚନା ଦେଇଛନ୍ତି।

       ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ଛଅ ଜଣ ଅଭିଯୁକ୍ତ ଙ୍କର ମଧ୍ୟରୁ ଶେଖ ହାଇଦର ନାମରେ ପୂର୍ବରୁ ଆମ୍ବଭନା ଓ ବରଗଡ ସଦର ଥାନାରେ କେଶ ନମ୍ବର 15/20  ଓ 132/19 ରେ ଦୁଇଗୋଟି ମାମଲା ଥିବାବେଳେ , ସୂର୍ଯ୍ୟ କାନ୍ତ ସାହୁ ନାମରେ ଆମ୍ବଭନା ରେ ଗୋଟେ , ଶେଖ ମୋଇନଉଦ୍ଦିନ ନାମରେ ଟାଉନ ଥାନାରେ ଗୋଟେ ଓ ଲିଙ୍ଗରାଜ ମେହେର ନାମରେ ବରଗଡ଼ ସଦର ଥାନାରେ ଗୋଟେ ମାମଲା ରହିଛି ।

 

0
0
0
s2sdefault