ପୁଣି ଟଳିପଡିଲା ଗଜରାଜ : ନାକ୍ଟିଦେଉଳ ରେଞ୍ଜରେ ହାତୀଛୁଆର ମୃତ୍ୟୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା  ରେଢାଖୋଲର ଉପଖଣ୍ଡ ନାକ୍ଟିଦେଉଳ ରେଞ୍ଜରେ ପୁଣି ଏକ ହାତୀଛୁଆର ମୃତୁ ଘଟିଛି । ସୂଚନା ଯୋଗ୍ୟ ଯେ, ନାକ୍ଟିଦେଉଳ ରେଞ୍ଜ ଅନ୍ତର୍ଗତ ବିନ୍ଧପୁର ଗ୍ରାମରେ ହାତୀ ଛୁଆଟିର ମୃତ୍ୟୁ ହୋଇଥିବା ଖବର ଜଣାପଡିଛି । ହାତୀ ପଲ ଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ଫଳରେ ଏହି ଦୁଇ ମାସର ହାତୀ ଛୁଆଟି ପ୍ରାଣ ହରାଇଥିଲା । ଦଳାଚକଟାରେ ହାତୀ ଛୁଆଟିର ଅନ୍ତବୁଜୁଳା ବାହାରି ଯାଇଥିବା ବେଳେ ହାତୀ ଛୁଆଟି ନାଳପାଖରେ ମୃତ୍ୟବରଣ କରିଥିଲା । ହାତୀଛୁଆଟି ପ୍ରାଣ ହରାଇଥିଲେ ମଧ୍ୟ ଏନେଇ ରେଞ୍ଜରଙ୍କ ନିକଟରେ କୌଣସି ଖବର ନଥିବା ଜଣାପଡିଛି । ବିଗତ କିଛି ମାସରେ ହାତୀ ମୃତ୍ୟୁ ସଂଖ୍ୟା ନିୟମିତ ଭାବରେ ବୃଦ୍ଧି ପାଇବାରେ ଲାଗିଛି ।

0
0
0
s2sdefault