କରୋନାକୁ ନେଇ ପୁଣି ଏକ ଭିଡିଓ ଜାରିକଲେ ଦାସବର୍ମା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ପାଳନ ସହ ଜନତା କର୍ଫ୍ୟୁକୁ ସଫଳ କରିବା ପାଇଁ କଲେ ଅନୁରୋଧ ।

ଭୁବନେଶ୍ୱର(ଶାସକ ପ୍ରଶାସକ) : କରୋନାକୁ ନେଇ ପୁଣି ଏକ ଭିଡିଓ ଜାରିକଲେ ଦାସବର୍ମା । ଗତ ଭିଡ଼ିଓରେ ନିଜ ଲଣ୍ଡନ ଫେରନ୍ତା ପୁଅର ପଞ୍ଜିକରଣ କରି ଆଇସଲେସନରେ ରଖିଥିବା ବିଷୟରେ ସୂଚନା ଦେଇଥିଲେ । ଆଉ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କରାଯାଇଥିବା ଅନୁରୋଧ ଓ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁପାଲନ କରିବା ପାଇଁ ଅନୁରୋଧ କରିଥିଲେ ।

ଆଜି ଜାରି କରିଥିବା ଭିଡିଓରେ ସେ କହିଛନ୍ତି କରୋନା ର ଭୟାବହତାରୁ  ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି ।  ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁପାଲନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରଆହ୍ବାନ ଦିଆଯାଇଥିବା ଜନତା କର୍ଫ୍ୟୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରିଥିବା ବେଳେ ଏହାକୁ ପାଳନ କରିବା ପାଇଁ ବିଜୁ ଜନତା ଦଳର ଅଗଣିତ କର୍ମୀ, ଶୁଭେଛୁ ତଥା ଓଡ଼ିଶାର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଶ୍ରୀ ଦାସବର୍ମା ।

0
0
0
s2sdefault