କୋବିଦ-୧୯ ପୋର୍ଟାଲରେ ନିଜକୁ ପଞ୍ଜିକରଣ କଲେ ବିଦେଶାଗତ ମାଷ୍ଟର ସେଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ)  ଓଡିଶା ସରକାରଙ୍କ ଦ୍ୱାରା କାରଣ ମହାମାରୀର ମୁକାବିଲା ପାଇଁ ବିଦେଶାଗତ ଓଡ଼ିଆମାନଙ୍କ ପଞ୍ଜିକରଣ ସକାଶେ କରିଥିବା କୋବିଦ-୧୯ ପୋର୍ଟାଲରେ ପଞ୍ଜିକରଣ କରିଛନ୍ତି ମାଷ୍ଟର ସେଫ ଅବିନାଶ ନାୟକ | ଆଉ ଏଥିପାଇଁ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅଵିନାଶଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି |  

 ସମଗ୍ର ବିଶ୍ୱ କରୋନା ମହାମାରୀର ଆତଙ୍କରେ ସନ୍ତାପିତ ହୋଇ ଏହାର ମୁକାବିଲା କରିଥିବା ବେଳେ  ଓଡିଶାକୁ କରୋନାର ଭୟାବହତାରୁ ଦୁରେଇ ରଖିବା ପାଇଁ ଓଡିଶା ସରକାର ବ୍ୟାପକ ପ୍ରତିକାରମୂଳକ ପଦକ୍ଷେପ ନେଇଛନ୍ତି | ବାହାରୁ ଆସିଥିବା ଲୋକମାନଙ୍କ ଉପରେ କଡା ନଜର ରଖିଥିବା ବେଳେ ସେମାନଙ୍କ ପଞ୍ଜିକରଣ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି | ପୁରୀ ଗଜପତି ଆମେରିକା ଗସ୍ତରୁ ଫେରି ନିଜ ପରିବାର ନାମ ପଂଜୀକରଣ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିଜ ଭଉଣୀଙ୍କ ନାମ ବି ପଞ୍ଜିକରଣ କରିଥିଲେ | ସରକାରଙ୍କ ଦ୍ୱାରା ନିଆଯାଇଥିବା ଏହି ପ୍ରତିକାରାତ୍ମକ ବ୍ୟବସ୍ଥାକୁ ସମ୍ମାନ ଜଣାଇ ସମ୍ପ୍ରତ୍ତି ପାଲିରୁ ଏକ ଅନ୍ତର୍ଜାତୀୟ ଖାଦ୍ୟ ମେଳାରେ ଯୋଗ ଦେଇ ପ୍ରତ୍ୟାବର୍ତ୍ତନ କରିଥିବା ମାଷ୍ଟର ସେଫ ଅବିନାଶ | ଆଉ ସମସ୍ତ ବିଦେଶାଗତ ଓଡ଼ିଆଙ୍କୁ  ଏହି ପୋର୍ଟାଲ ବା ଅନଲାଇନରେ ପଞ୍ଜିକରଣ କରି ସହାୟତା କରିବା ପାଇଁ ଅନୁରୋଧ କରିଛନ୍ତି ଅବିନାଶ |  

0
0
0
s2sdefault