କରୋନା ମୁକାବିଲା : ସଚେତନତା ପାଇଁ ଅଣ୍ଟା ଭିଡ଼ିଲେ ପାରଳାଖେମୁଣ୍ଡିରେ ବିଭିନ୍ନ ମହଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସହରରେ ବିଭିନ୍ନ ଅନୁଷ୍ଠାନ ଓ ପୋଲିସ ପ୍ରଶାସନ ପକ୍ଷରୁ କରୋନା ଭୁତାଣୁ ମୁକ୍ତ ସମାଜ ଗଠନ ପାଇଁ ଏବଂ ଏହି ମହାମାରି ରୋଗର କଡା ମୁକାବିଲା କରାଯିବା ନେଇ ବିଭିନ୍ନ ମହଲପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଜିଲ୍ଲାର “ସଖୀ” ୱାନଷ୍ଟପ ସେଣ୍ଟର  , ଚାଇଲଡ୍ ଲାଇନ ଓ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ମିଳିତ ସହଯୋଗରେ କରୋନା ଭୁତାଣୁ ନେଇ ଜନ ସଚେତନତା କରାଯାଇଥିଲା ।ସମସ୍ତେ ସଚେତନତା ମୂଳକ ପ୍ଲା-କାର୍ଡ ଧରି ସହରର ବିଭିନ୍ନ ସ୍ଥାନ ପରିକ୍ରମା କରି ଲୋକଙ୍କୁ ସଚେତନ କରାଇବା ସହ ସଚେତନତା ପ୍ରଚାର ପତ୍ର ମଧ୍ୟ ବାଣ୍ଟି ଥିଲେ । ଏହି କାର୍ଯ୍ୟକ୍ରମରେ “ସଖୀ"ୱାନଷ୍ଟପ ସେଣ୍ଟରର କେନ୍ଦ୍ରୀୟ ପରିଚାଳିକା ଭାଗ୍ୟଲକ୍ଷ୍ମୀ ନାୟକଙ୍କ ସମେତ ଶ୍ରୀଦେବୀ ରଇତ , ସୁନିତା ରଥ , ସୁନିତା ବେହେରା , ମଞ୍ଜୁଳା ଚୌଧୁରୀ ,  ଅନିତା ମିଶ୍ର ଓ ରବୀନ୍ଦ୍ର କୁମାର ପଣ୍ଡା , ସେହିଭଳି ଜିଲ୍ଲା ଚାଇଲଡ଼ ଲାଇନର ସଂଯୋଜକ ନାଗେଶ୍ୱର ଚୌଧୁରୀ , ଗଙ୍ଗା ଶବର , ସଲମନ ମଲ୍ଲିକ ଏବଂ ତପଶ୍ବିନୀ ନାୟକ ଏବଂ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ ପ୍ରମୁଖ ସାମିଲ ଥିଲେ । ପୌର ପରିଷଦ ପକ୍ଷରୁ କରୋନା ଭାଇରସ ଠାରୁ କିଭଳି ଦୁରେଇ ରହିବେ ସେ ଉପରେ ଡାକବାଜି ଯନ୍ତ୍ର (ମାଇକ୍) ଯୋଗେ ସଚେତନତା ପ୍ରଚାର କାର୍ଯ୍ୟକ୍ରମ  କରାଯାଇଥିଲା ।

ସେହିଭଳି ପାରଳାଖେମୁଣ୍ଡି  ସହରର ଅଗ୍ରଣୀ ମହିଳା ସଂଗଠନ "ଆକାଂକ୍ଷା" ଓ ଜିଲ୍ଲା ପୋଲିସ ପ୍ରଶାସନର ମିଳିତ ସହଯୋଗରେ ବଜାର ଛକରେ କରୋନା ଭାଇରସ ଉପରେ ବ୍ୟାପକ ସଚେତନ କରାଇଥିଲେ । ମାଇକ୍ ଯୋଗେ ଲୋକଙ୍କୁ ବିଭିନ୍ନ ଦୋକାନ ବାଜାରରେ ଅଯଥା ଭିଡ଼ ନ କରିବା , ୫ ଜଣରୁ ଅଧିକ ମିଶି ଠିଆ ନ ହେବା , ଛିଙ୍କିବା ଓ କାଶିବା ବେଳେ ମୁହଁରେ ରୁମାଲ ଦେବା , ଜଣକ ଠାରୁ ଏକ ମିଟର ଦୁରତାରେ ଠିଆ ହେବା , ହାତ ଧୋଇ ବିଭିନ୍ନ ଖାଦ୍ୟ ଖାଇବା ଓ ଛିଙ୍କ କି କାଶ ନିୟମିତ ହେଲେ ଡାକ୍ତରଙ୍କ ପରାମର୍ଶ ନେବା ପ୍ରଭୃତି ଉପରେ ସଚେତନ କରାଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ "ଆକାଂକ୍ଷା"ର ସଭାନେତ୍ରୀ ମିନାକ୍ଷୀ ସାହୁ , ଉପ ସଭାନେତ୍ରୀ ଅନିତା ମିଶ୍ର , ସମ୍ପାଦିକା ମିନା କୁମାରୀ ଟହଲ , ତନୁଯା ଶତପଥୀ , ସ୍ବର୍ଣ୍ଣପ୍ରଭା ପାଠୀ ,  ରୁବି ସାହୁ ଓ ଅନ୍ୟମାନେ ଏବଂ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆରକ୍ଷୀ ଅଧିକ୍ଷକ ସାରା ଶର୍ମା , ଆଦର୍ଶ ଥାନା ଅଧିକାରୀ ବିବେକା ନନ୍ଦ ସ୍ବାଇଁଙ୍କ ସମେତ ବହୁ ସଂଖ୍ୟାରେ ପୋଲିସ ଅଧିକାରୀ ଓ କର୍ମଚାରୀ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ଥିଲେ ।

ସେହିଭଳି ମହାମାରି କରୋନା ଭୁତାଣୁ ନେଇ ସୃଷ୍ଟି ହୋଇଥିବା ସ୍ଥିତି ସମ୍ପର୍କରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଗୁରୁବାର ଦିନ ଦେଶକୁ ସମ୍ବୋଧିତ କରି ଆଗାମୀ ୨୨ ତାରିଖ ରବିବାର ଦିନ ଦେଶରେ ଜନତା କର୍ଫ୍ୟୁ ପାଳନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଦିନ ସକାଳ ୭ ଟା ଠାରୁ ରାତି ୯ ଟା ପଯ୍ୟନ୍ତ ଲୋକେ ଘରୁ ନ ବାହାରିବାକୁ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଜନତା କର୍ଫ୍ୟୁ ନିବେଦନକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରସଂଶା କରାଯିବା ସହ ଏହିଭଳି ନିବେଦନକୁ ସ୍ୱାଗତ କରାଯାଇଛି ।   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନିବେଦନରେ କରୋନା ଭୂତାଣୁ ମୁକ୍ତ ସମାଜ ପାଇଁ କିଭଳି ପ୍ରତିଷେଧକ ସତର୍କତା ଅବଲମ୍ବନ କରିବାକୁ ହେବ ବୋଲି ଯେଉଁ କେତେ ଗୁଡିଏ ପରାମର୍ଶ ଦେଇଛନ୍ତି , ତାକୁ ସମସ୍ତେ ଓ ସବୁ ମହଲରେ ସମ୍ମାନର ସହ ମାନି ନେବା ଉଚିତ , ଏହା ହେଲେ କରୋନା ଭୁତାଣୁକୁ ରୋକିହେବ ବୋଲି   ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ , ଜିଲ୍ଲା "ସଖୀ" ୱାନଷ୍ଟପ ସେଣ୍ଟରର କେନ୍ଦ୍ରୀୟ ପରିଚାଳିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ କହିଛନ୍ତି।

0
0
0
s2sdefault