ହେଡଲାଇନସ୍:

ତିନି ମାସ ପାଇଁ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ବନ୍ଦ, ସେମାନଙ୍କୁ ମିଳିବ ଅଗ୍ରୀମ ଖାଦ୍ୟପେୟ ଓ ଯାତାୟତ ଖର୍ଚ୍ଚ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର/(ଶାସକ ପ୍ରଶାସକ):  କରୋନା(କୋଭିଡ୍-୧୯)କୁ ଦୃଷ୍ଟିରେ ରଖି ବ୍ୟାପକ ସତର୍କତା ଅବଲମ୍ବନ କରାଯାଉଥିବା ବେଳେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନର ହଷ୍ଟେଲ୍ଗୁଡ଼ିକୁ ବନ୍ଦ କରିଦିଆଯାଇଛିା ଏହା ସହିତ ଭିନ୍ନକ୍ଷମମାନଙ୍କ ପାଇଁ କାର୍ଯ୍ୟ କରୁଥିବା  ବିଭିନ୍ନ ଥେରାପି ସେଣ୍ଟରର ହଷ୍ଟେଲ ଗୁଡିକୁ  ମଧ୍ୟ ବନ୍ଦ କରାଯାଇଛି |  ଚଳିତ ମାସ ୨୫ ତାରିଖରୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ହଷ୍ଟେଲ୍ଗୁଡ଼ିକ ବନ୍ଦ କରାଯିବା ସହିତ ଅନ୍ତେବାସୀମାନଙ୍କୁ ୩ ମାସ ପାଇଁ ଅଗ୍ରୀମ ଖାଦ୍ୟପେୟ ଓ ଯାତାୟତ ଖର୍ଚ୍ଚ ପ୍ରଦାନ କରାଯିବ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି | 

ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ ଓ ଥେରାପି ସେଣ୍ଟରର ହଷ୍ଟେଲ୍ରେ ରହୁଥିବା  ବିଦ୍ୟାର୍ଥୀମାନଙ୍କୁ ଖାଦ୍ୟପେୟ ବାବଦରେ ମାସିକ ୧୨୦୦ ଟଙ୍କା ପ୍ରଦାନ କରାଯାଇଥାଏା ୩ ମାସ ପାଇଁ ସେମାନଙ୍କୁ ଅଗ୍ରୀମ ଅର୍ଥରାଶି ପ୍ରଦାନ କରାଯିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗରୁ ସାହାଯ୍ୟପ୍ରାପ୍ତ ହେଉଥିବା  ୯୮ଟି ସ୍ୱତନ୍ତ୍ର ଆବାସିକ ଶିକ୍ଷାନୁଷ୍ଠାନ ଓ ୩୨ଟି ଥେରାପି ସେଣ୍ଟରର ଅନ୍ତେବାସୀମାନଙ୍କୁ ଏହି ଅର୍ଥ ପ୍ରଦାନ କରାଯିବ | ୩ ମାସର ଖାଦ୍ୟପେୟ ଖର୍ଚ୍ଚ ଅନ୍ତେବାସୀଙ୍କ ପିତାମାତା/ଅଭିଭାବକମାନଙ୍କୁ ପ୍ରଦାନ କରାଯିବ ଓ ସଂପୃକ୍ତ ଅନୁଷ୍ଠାନ ପକ୍ଷରୁ ସେମାନଙ୍କ ଆଧାର ତଥା ବ୍ୟାଙ୍କ ଖାତା ସଂପର୍କିତ ତଥ୍ୟ ବିଭାଗରେ ଦାଖଲ କରାଯିବା ଅନ୍ତେବାସୀ ବିଦ୍ୟାର୍ଥୀଙ୍କୁ ତାଙ୍କ ଘରେ ପହଞ୍ଚାଇବା ପାଇଁ ଜଣେ ସହଯୋଗୀ/ସାହାଯ୍ୟକାରୀ ରହିବୋ ସଂପୃକ୍ତ ଶିକ୍ଷାନୁଷ୍ଠାନ ବିଦ୍ୟାର୍ଥୀ ଓ ତାଙ୍କ ସହଯୋଗୀଙ୍କ ଯାତାୟତ ଖର୍ଚ୍ଚ ବାବଦରେ ସର୍ବାଧିକ  ୫୦୦ ଟଙ୍କା ପ୍ରଦାନ କରିବେ ବୋଲି କୁହାଯାଇଛିା

ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ମନ୍ତ୍ରୀ ଶ୍ରୀ ପଣ୍ଡା ଉପରୋକ୍ତ ମର୍ମରେ ସୂଚନା ଦେବା ସହିତ ବିଭାଗ ପକ୍ଷରୁ ବିଭିନ୍ନ ପେନସନ୍ ପାଉଥିବା  ହିତାଧିକାରୀମାନଙ୍କୁ ୪ ମାସର ପେନ୍ସନ୍ ଅଗ୍ରୀମ ଦିଆଯିବ |  ପାଇଁ ଘୋଷଣା ହୋଇଥିବା  କଥା ପ୍ରକାଶ କରିଛନ୍ତିା ମଧୁବାବୁ ପେନ୍ସନ୍ ଯୋଜନା ସହିତ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କୁ ସିଧାସଳଖ ସେମାନଙ୍କ ଗ୍ରାମରେ ଅଗ୍ରୀମ ଅର୍ଥରାଶି ପ୍ରଦାନ କରାଯିବା ଆସନ୍ତା ୨୩ ତାରିଖରୁ ଏହି ଅଗ୍ରୀମ ଭତ୍ତା ପ୍ରଦାନ ଆରମ୍ଭ ହେବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି |

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଭାସ୍କର ଶର୍ମା ଜିଲ୍ଲାପାଳମାନଙ୍କୁ ପତ୍ର ଲେଖି ଜଣାଇଛନ୍ତି ଯେ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ହିତାଧିକାରୀମାନଙ୍କୁ ଅପ୍ରେଲରୁ ଜୁଲାଇ ମାସ ପର୍ଯ୍ୟନ୍ତ ୪ ମାସର ଭତ୍ତା ଅଗ୍ରୀମ ଦେବା ପ୍ରକ୍ରିୟା ଆରମ୍ଭ ହେବା ଗୋଟିଏ ସ୍ଥାନରେ ଅଧିକ  ସଂଖ୍ୟକ ଲୋକଙ୍କ ଉପସ୍ଥିତିର କଟକଣାକୁ ଦୃଷ୍ଟିରେ ରଖି  ହିତାଧିକାରୀଙ୍କ ଘରେ ଭତ୍ତା ଟଙ୍କା ପହଞ୍ଚାଇ ଦିଆଯିବା ଏହି କାର୍ଯ୍ୟରେ ଦାୟିତ୍ୱସଂପନ୍ନ ଲୋକଙ୍କୁ ନିୟୋଜିତ କରାଯିବା 

0
0
0
s2sdefault