"କରୋନା ମୁକାବିଲା ପାଇଁ  ରାଜ୍ୟମାନଙ୍କୁ କେନ୍ଦ୍ର ଯୋଗାଇଦେଉ ଆଗୁଆ ଆର୍ଥିକ ସହାୟତା "

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କରୋନା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ନବୀନ 

 ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ଆଲୋଚନା  କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗୁଆ ବ୍ୟାପକ ପଦକ୍ଷେପ ନିଆଯାଇଥିବା ବିଷୟରେ ଅବଗତ କରାଇବା ସହ କରୋନା ମୁକାବିଲା ପାଇଁ କେନ୍ଦ୍ର ରାଜ୍ୟମାନଙ୍କୁ ଆଗୁଆ ଆର୍ଥିକ ସହାୟତା ଯୋଗାଇଦେଉ ବୋଲି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି |

ଏହି ଅବସରରେ କରୋନା ମୁକାବିଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦଃଖରପକୁ ମୁଖ୍ୟମନ୍ତ୍ରୀ ପସନ୍ଦ କରିଥିଲେ | ଅନ୍ତର୍ଜାତୀୟ ଯାତ୍ରା ଉପରେ କଟକଣା, ପ୍ରଭାବିତ ଅଞ୍ଚଳରେ ଫସିଥିବା ଭାରତୀୟଙ୍କୁ ଏୟାର ଲିଫ୍ଟିଂ ତଥା ଏସଡିଆରଏଫ ପାଣ୍ଠିକୁ ଉପଲବ୍ଧ କରାଇବା ପ୍ରଶଂସନୀୟ ବୋଲି ନବୀନ କହିଥିଲେ ।

ସେହିପରି ବର୍ତ୍ତମାନର ତିରୋଟ କାଳର ମୁକାବିଲା କରିବା ପାଇଁ  ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ କିଛି ପ୍ରସ୍ତାବ ଦେବା ସହ କିଛି ପ୍ରସଙ୍ଗରେ ଆର୍ଥିକ ସହାୟତା ଲୋଡିଛନ୍ତି | ସରକାରୀ ଓ ଘରୋଇ ମେଡିକାଲରେ ମାଗଣା କରୋନା ପରୀକ୍ଷା ବ୍ୟବସ୍ଥା ଉନ୍ନତ ଓ ବ୍ୟାପକ କରାଯିବାର ଜରୁରୀ ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି | ସେହିପରି ପ୍ରତିକାର ପାଇଁ ସୁରକ୍ଷା ସରଞ୍ଜାମ, ମାସ୍କ, ସ୍ୱାସ୍ଥ୍ୟ କର୍ମୀ ଓ କ୍ରିଟିକାଲ କେୟାର ସରଞ୍ଜାମର ଆବଶ୍ୟକତା ଅଛି | ଏମଜିନରେଗା ଶ୍ରମିକ ମାନଙ୍କ ପାଇଁ ଅତିକମରେ ୫୦ ଦିନର ମଜୁରୀ ଯୋଗାଇ ଦେବା ସହ ଜାତୀୟ ଖାଦ୍ୟ ସୁରକ୍ଷା ନିୟମ ଅନ୍ତର୍ଗତ ସାମିଲ କରିବା, କୃଷକ ମାନଙ୍କ ପାଇଁ ଅତିରିକ୍ତ ପିଏମ କିସାନ କିସ୍ତି, କରୋନା ପ୍ରଭାବିତ ସମସ୍ତ ସେକ୍ଟର ପାଇଁ ଓ ନିର୍ମାଣ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ ଜାରିଛନ୍ତି | କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଆଗୁଆ ଆର୍ଥିକ ସହାୟତା ବଣ୍ଟନ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି | 

ସୂଚନାଯୋଗ୍ୟ ଯେ  ଆଜି ସକାଳେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜନଗଣନା ପ୍ରକ୍ରିୟା  ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଇଛନ୍ତି । କରୋନା ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ଏପ୍ରିଲ୍ ପହିଲାରୁ ସେପ୍ଟେମ୍ବର ୩୦ ଯାଏଁ ଚାଲିବାକୁ ଥିବା ଜନଗଣନା ପ୍ରକ୍ରିୟା ବିପଦ ମୁକ୍ତ  ନଥିବା ଯୋଗୁ ଏହାକୁ ସ୍ଥଗିତ ରଖାଯାଉ ବୋଲି ନବୀନ ଲେଖିଥିଲେ 

0
0
0
s2sdefault