କରୋନା ସଚେତନତା : ଅଂଟା ଭିଡ଼ିଲେ  ଘରୋଇ ବସ୍‌ ମାଲିକ ସଂଘ,ଜିଲା ରେଡ୍‌କ୍ରସ୍‌ ଓ ବିଙ୍ଗ୍‌ ହ୍ୟୁମାନ ଫାଉଣ୍ଡେସନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର/ନିରୋଜ ମିଶ୍ର : ବଲାଙ୍ଗୀର  ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏକ ଜନ ସଚେତନତା କାର୍ଯ୍ୟକ୍ରମ ବଲାଙ୍ଗୀର ଟାଉନ ଘରୋଇ ବସ୍‌ ଷ୍ଟାଣ୍ଡଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଘରୋଇ ବସ୍‌ ମାଲିକ ସଂଘ,ଜିଲା ରେଡ୍‌କ୍ରସ୍‌ ସୋସାଇଟି ଓ ବିଙ୍ଗ୍‌ ହ୍ୟୁମାନ ଫାଉଣ୍ଡେଶନ ପକ୍ଷରୁ ମହାମାରୀ କରୋନାଠୁ କିପରି ରକ୍ଷା ମିଳିବ ଏବଂ କିପରି ପ୍ରତ୍ୟେକ ଲୋକ ସଚେତନ ରହିବେ ସେ ନେଇ ପରାମର୍ଶ ଦିଆଯାଇଛି। ଏହାର ପ୍ରତିକାର ଦିଗରେ କିପରି ଆଗୁଆ ସଚେତନ ରହିବେ ଏ ନେଇ ଯାତ୍ରୀମାନଙ୍କୁ ହାତ ଧୋଇ ବସ୍‌ରେ ଚଢ଼ିବା ଏବଂ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ନିୟମିତ ହାତ ଧୋଇବାକୁ କୁହାଯାଇଛି। ଏହା ସହ ଏକ ସମୟରେ ଅଧିକ ଯାତ୍ରୀ ବସ୍‌ରେ ନ ଚଢ଼ିବାକୁ ସଚେତନ କରାଯାଇଥିଲା । ଠିକ୍‌ ସେହିପରି ବସ୍‌ ଭିତରକୁ ସାନିଟାଇଜ୍‌ ମଧ୍ୟ କରାଯାଇଥିଲା । ଏଥିରେ ଘରୋଇ ବସ୍‌ ମାଲିକ ସଂଘ ସଭାପତି ହେମନ୍ତ କୁମାର ପଣ୍ଡା, ଜିଲା ରେଡ୍‌କ୍ରସ୍‌ ସୋସାଇଟିର ରାମନାରାୟଣ ଦାସଙ୍କ ସହ କର୍ମକର୍ତ୍ତା ଓ ବିଙ୍ଗ୍‌ ହ୍ୟୁମାନ ଫାଉଣ୍ଡେସନର ସଭାପତି ସୋମନାଥ ମିଶ୍ର ଓ ଫାଉଣ୍ଡେସନର ମହିଳା ସଂଗଠନର କର୍ମକର୍ତ୍ତା ଓ ବସ୍‌ମାଲିକ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

0
0
0
s2sdefault