ଯାତ୍ରୀବାହୀ ବସ ସହ ପିଟିହେଲା ହାଇବା : 32ଜଣ ଆହତ, ଜଣେ ବୃଦ୍ଧଙ୍କ ମୃତ୍ୟୁ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ) :ସମ୍ବଲପୁର ଜ଼ିଲ୍ଲା କୁଚିଣ୍ଡା/ଜମନକିରା ଥାନା ସିମlବର୍ତ୍ତୀ ଅନ୍ତର୍ଗତ କତରକେଲା/ଗୁଲୁଜିପାଲି ବ୍ରିଜ ଉପରେ  ଆଜି ପୂର୍ବାହ୍ନ 09.30ରେ ଏକ ଘରୋଇ ଯାତ୍ରୀବାହୀ ବସ- ହାଇୱl ମୁହାଁମୁହିଁ ଧକ୍କା ହେବା ଫଳରେ 32ଜଣ  ଆହତ, ହେବା ସହ  ଜଣେ ବୃଦ୍ଧଙ୍କ  ମୃତ୍ୟୁ ହୋଇଥିବା ବେଳେ 5 ଜଣ ଗୁରୁତର ଆହତ  ହୋଇଛନ୍ତି l ଆହତ ମାନଙ୍କୁ ନିକଟସ୍ଥ ଫାଶୀମାଲ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଭର୍ତ୍ତି କରାଯାଇଥିଲା l ପରେ 5 ଜଣଙ୍କ ଅବସ୍ଥା ଗୁରୁତର ହେବାରୁ  ଜ଼ିଲ୍ଲା ମୁଖ୍ୟ ଡାକ୍ତରଖାନା ସ୍ଥାନlନ୍ତରଣ କରାଯlଇଛି l ତେବେ ଗୁରୁତର ଆହତ ହୋଇଥିବା ଫାଶୀମାଲ ଗ୍ରlମର  ବୈକୁଣ୍ଠ ଭଇଂସା (58)ଙ୍କ ମୃତ୍ୟୁ ହୋଇଛି l  ଅଂଚଳବାସୀ ଏହି ଅଣଓସାରିଆ  ବ୍ରିଜ଼ କୁ ଓସାରିଆ କରିବା, ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସୂଚନା ଫଳକ ଲଗାଇବା, ଆଦି ଦାବୀ କରି  ରାସ୍ତା ରୋକ କରିଥିଲେ l ଘଟଣା ସ୍ଥଳରେ ଜମନକିରା ଥାନା ପୋଲିସ, କୁଚିଣ୍ଡା ପୂର୍ତ୍ତି ବିଭାଗ ସହକାରୀ ଯନ୍ତ୍ରୀ ପହଂଚି ଲୋକଙ୍କୁ ପ୍ରତିଶୃତି ଦେବାପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା l ବାରମ୍ବାର ଏହି ଅଣଓସାରିଆ ଏହି ବ୍ରିଜ଼ ରେ ଦୁର୍ଘଟଣା ଘଟୁଛି l ଗତ ମାସ 10 ତାରିଖ ଦିନ ମଧ୍ୟ ଏଠାରେ ଏକ ଧାନ ବୋଝଇ ଟ୍ରକ ବ୍ରିଜ଼ ଉପରୁ ତଳକୁ ଖସି ପଡିବାରୁ ଟ୍ରକ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ l  ଏହାପରେ ଉକ୍ତ ଦିନ କାଲୋପଡା ଗ୍ରାମର  ଅନ୍ୟ ୨ ଜଣ ମୋଟର ସାଇକେଲ ଆରୋହୀ ମଧ୍ୟ ଦୁର୍ଘଟଣା ହୋଇ ଗୁରୁତର ଆହତ ହୋଇଥିଲେ l

 

0
0
0
s2sdefault