ଘରୋଇ ବସ୍ ମାଲିକ ସଂଘ ଗୁଣପୁର ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ମାଧବ ବିଡିକା : - ରାୟଗଡ଼ା ଜିଲ୍ଲା ଗୁଣପୁର ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସ୍ଥାନୀୟ ଉପ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ବର ବଳିରାମ ବନ୍ଧୋର ଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳୁ ସମସ୍ତ ବସ୍ ଗୁଡ଼ିକ ରେ ଫିନଇଲ୍ ପାଣି ସିଞ୍ଚନ କରିବା ସହ ବସ୍ ର ସିଟ ଏବଂ ରଡ଼ ଗୁଡ଼ିକ ସଫା କରାଯାଇଥିଲା । ବିଶ୍ବ ସ୍ଥରିୟ ରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ ରୁ ମୁକ୍ତ ହେବା ପାଈଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସୁଚନା ମିଳିଛି । ସମସ୍ତ ବସ୍ ଗୁଡ଼ିକ ର ଚାଳକ , ସହାୟକ ଏବଂ କଣ୍ଡକ୍ଟର ମାନଙ୍କୁ ବସ୍ ମାଲିକ ସଂଘ ପକ୍ଷରୁ ମାସ୍କ ବ୍ୟବହାର କରିବାକୁ ଦିଆଯାଇଥିବା ସୁଚନା ଦେଇଛନ୍ତି ବସ୍ ମାଲିକ ସଂଘ ର ସଭାପତି ଶ୍ରୀ ନବୀନ ପାଢ଼ୀ ।

0
0
0
s2sdefault