କରୋନା ପାଇଁ କଟକଣା : ଧର୍ମାନୁଷ୍ଠାନଗୁଡିକୁ ଯାଇ ସ୍ଥିତି ସମୀକ୍ଷା କଲେ ପଦ୍ମପୁର ଉପଜିଲ୍ଲାପାଳ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପାଇକମାଳ (ଶାସକ ପ୍ରଶାସକ) : କରୋନାକୁ ଏବେ ସାରା ବିଶ୍ୱ ଆତଙ୍କିତ । ଭାରତ ସରକାର ତଥା ରାଜ୍ୟ ସରକାର ମାନେ ଏହି ଭୁତାଣୁ ସଂକ୍ରମଣ ଠାରୁ ଦେଶବାସୀ ଙ୍କୁ ସୁରକ୍ଷା ଦେବାପାଇଁ ଅନେକ ସତର୍କତା ଅବଲମ୍ବନ କରାଯିବା ସହିତ ସଚେତନତା ସୃଷ୍ଟି କରାଯାଉଛି । 

      ସରକାରଙ୍କର ଏହି କାର୍ଯ୍ୟକ୍ରମ ଗୁଡ଼ିକ ତୃଣମୂଳ ସ୍ଥାରରେ କାର୍ଯକାରୀ କରେଇବା ପାଇଁ ସମସ୍ତ ଅଧିକାରୀମାନେ ଲାଗିପଡିଛନ୍ତି । ମୁଖ୍ୟତ ସ୍ୱାସ୍ଥ୍ୟ କର୍ମଚାରୀ ଓ ପ୍ରଶାସନିକ ଅଧିକାରୀ ମାନେ ନିଶ୍ଚିତ ଭାବରେ ପ୍ରଶଂସନୀୟ । ଆଜି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ ସକାଳୁ ବାହାରି ପ୍ରଥମେ ପଦ୍ମପୁରର ବିଭିନ୍ନ ମନ୍ଦିର , ମସଜିଦ ଓ ଚର୍ଚ୍ଚକୁ ଯାଇ ସେଠାରେ ନିୟୋଜିତ ଥିବା ପୂଜକ , ମୌଲବୀ ଓ ଫାଦର ମାନଙ୍କୁ କରନା ଭୁତାଣୁ ବାବଦରେ ସରକାର ନେଇଥିବା ପଦକ୍ଷେପ ବାବଦରେ ବୁଝାଇବା ସହିତ ଧର୍ମାନୁଷ୍ଠାନ ମାନଙ୍କରେ କେବଳ ପୂଜା କାର୍ଯ୍ୟ ସମ୍ପାଦନ କରିବା , ଶ୍ରଦ୍ଧାଳୁ ମାନଙ୍କର ଭିଡ ନ ଜମାଇବା ପାଇଁ ଅନୁରୋଧ କରିବା ସହିତ ସତର୍କ ରହିବା ପାଇଁ ପରାମର୍ଶ ଦେଇଥିଲେ । ଏହାପରେ ଉପଜିଲ୍ଲାପାଳ ପାଇକମାଲ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର , ତାରିଣୀ ମନ୍ଦିର , ପାଇକମାଲ ଦୁର୍ଗା ମନ୍ଦିର , ଜର୍ଜ ଗଡ଼ ଚର୍ଚ୍ଚ , ପାଇକମାଲ ମସଜିଦ କୁ ଯାଇ ପୂଜକ ମାନଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ଝାରବନ୍ଧ ମଧ୍ୟ ଯାଇ ସେଠାରେ ଲୋକଙ୍କର ସହିତ ଆଲୋଚନା କରିଥିଲେ ଉପଜିଲ୍ଲାପାଳ । ଏହି ଘଡିସନ୍ଧି ମୁହୂର୍ତ୍ତରେ ସମସ୍ତେ ସଚେତନ ରହିବା ସହିତ ସରକାର ଙ୍କର ସବୁ ନିର୍ଦେଶର ପାଳନ କରିବେ ବୋଲି ସବୁ ଧର୍ମ ଅନୁଷ୍ଠାନର ମୁଖ୍ୟ ମାନେ କହିଛନ୍ତି । ଉପଜିଲ୍ଲାପାଳ ଙ୍କ ସହିତ ପାଇକମାଲ BDO , ତହସିଲଦାର ମନୋଜ ମେହେର, ଅତିରିକ୍ତ ତହସିଲଦାର ସୁଶାନ୍ତ କୁମାର ରଣା, ପାଇକମାଲ ଥାନାର SI ଶ୍ରୀ ବିପିନ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault