ସାମାଜିକ ଦୂରତା, ସଚେତନତା, ମାନବବାଦ ଆଉ ଶୃଙ୍ଖଳିତ ଅନୁପାଳନ ଉପରେ ସରକାରଙ୍କ ଗୁରୁତ୍ୱ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କରୋନା: ସଦ୍ୟ ମାର୍ଗଦର୍ଶିକାରେ ସରକାର କଣ କରିବାକୁ କହିଲେ ଦୟାକରି ନିଶ୍ଚୟ ପଢନ୍ତୁ 

 

  • ଧର୍ମାନୁଷ୍ଠାନ ପାଇଁ ଜାରି କରାଯାଇଥିବା ମାର୍ଗଦର୍ଶିକାକୁ ଶୃଙ୍ଖଳା ପାଳନ ହୋଇଥବା ଯୋଗୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

  • ୨୨ ତାରିଖ ସକାଳ ୭ ଟାରୁ ରାତି ୯ଟା ପର୍ଯ୍ୟନ୍ତ "ଜନତାକର୍ଫ୍ୟୁ 'କୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ   

  • ବିଦେଶାଗତ କୌଣସି ପର୍ଯ୍ୟଟକ, ଅତିଥିଙ୍କୁ ଯଦି କରୋନା ଆଳରେ କେହି ବି ଅସଦାଚରଣ କଲେ କାର୍ଯ୍ୟାନୁଷ୍ଠାନ 

  • କ୍ୟାବିନେଟ୍ ଏବଂ କ୍ଷମତାସଂପନ୍ନ ମନ୍ତ୍ରୀସମୂହ ବୈଠକଗୁଡ଼ିକ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ କରାଯିବ

Bhubaneswar(shasak prashasak) : ରାଜ୍ୟ ସରକାରଙ୍କ ଦ୍ୱାରା ସମସ୍ତ ଧର୍ମାନୁଷ୍ଠାନ ପାଇଁ ଜାରି କରାଯାଇଥିବା ମାର୍ଗଦର୍ଶିକାକୁ ଶୃଙ୍ଖଳାର ସହ ଅନୁପାଳନ କରିଥିବାରୁ ଧର୍ମାନୁଷ୍ଠାନମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି ଏବଂ ଏହି ସମୟରେ ଅହର୍ନିଶ କାର୍ଯ୍ୟରତ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ବୋଲି  କରୋନା ଭୂତାଣୁ ରୋଗ (କୋଭିଡ୍-୧୯) ସଂପର୍କରେ ସତକର୍ତା ଏବଂ ସଚେତନତା ତଥା ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଜି ଅପରାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋବିଦ-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗଚୀ  ଗଣମାଧ୍ୟମକୁ ସୂଚନା ଦେଇଛନ୍ତି | ସନ୍ଥକବି ଭୀମଭୋଇ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପରି ମାନବବାଦର ଶ୍ରେଷ୍ଠ ପ୍ରବକ୍ତାମାନଙ୍କ ଆଦର୍ଶ ପାଇଁ ପରିଚିତ ଓଡ଼ିଶାରେ ଏପରି ସମ୍ବେଦନଶୀଳ ସମୟରେ ସମସ୍ତେ ମାନବିକତା ପ୍ରଦର୍ଶନ କରିବାକୁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଉଛି ବୋଲି ଶ୍ରୀ ଵାଗଚୀ କହିଛନ୍ତି | 

ଶ୍ରୀ ବାଗଚୀ ଆହୁରି ମଧ୍ୟ କରିଛନ୍ତି ଯେ, ଅସାଧାରଣ ପରିସ୍ଥିତିକୁ ଆଖି ଆଗରେ ରଖି ଯେ କୌଣସି ପରିସ୍ଥିତିରେ ମଧ୍ୟ ୭ ଜଣରୁ ଅଧିକ ଲୋକ ଏକତ୍ର ହେବେ ନାହିଁ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ଏବଂ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରିଛନ୍ତି |  କୋଭିଡ୍-୧୯ ଏବଂ ମୌଳିକ ସେବା ପରିଚାଳନା ସଂପର୍କିତ ବୈଠକ ବ୍ୟତୀତ ସରକାରୀ ଦପ୍ତରଗୁଡ଼ିକରେ ଅନ୍ୟକୌଣସି ସଭା ବା ବୈଠକ କରାଯାଇ ପାରିବ ନାହିାଁ ଜରୁରୀ  ବୈଠକରେ ପରସ୍ପରଠାରୁ ୨ ମିଟର ଦୂରତା ଅନୁପାଳନକୁ କଡ଼ାକଡ଼ି କରାଯାଇଛିା ସମ୍ଭବ ହେଲେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନା କରାଯିବା  ସମସ୍ତ ସରକାରୀ ଉତ୍ସବ, ଆଟି ଦିବସ ସମେତ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ ଆଦିକୁ ସ୍ଥଗିତ ରଖାଯାଇଛିା ସଂପ୍ରତି ସାରା ବିଶ୍ୱରେ କୋଭିଡ୍-୧୯ ଏକ ମହାମାରୀ ରୂପ ଧାରଣ କରିଥିବା ପରିପ୍ରେକ୍ଷୀରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏଭଳି ଜରୁରୀ କଠିନ ପରିସ୍ଥିତିରେ ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ କରିବା ସହ ଆସନ୍ତା ରବିବାର ମାର୍ଚ୍ଚ ୨୨ ତାରିଖ ସକାଳ ୭ ଟାରୁ ରାତି ୯ଟା ପର୍ଯ୍ୟନ୍ତ "ଜନତାକର୍ଫ୍ୟୁ 'ର ଆହ୍ୱାନ ଦେଇ ଘରୁ ନ ବାହାରିବା ପାଇଁ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମର୍ଥନ କରିଛନ୍ତି ଓ କହିଛନ୍ତି ଯେ, ଅସାଧାରଣ ପରିସ୍ଥିତି ପାଇଁ ଅସାଧାରଣ ମୁକାବିଲାର ଆବଶ୍ୟକତା ରହିଛି । କୋଭିଡ-୧୯ ସମଗ୍ର ମାନବ ଜାତି ପାଇଁ ଏକ ଆହ୍ୱାନ । ଏହି ପରିପ୍ରେକ୍ଷୀରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ରବିବାର ଦିନ ସମସ୍ତେ ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଜନସାଧାରଣଙ୍କୁ ଅନୁରୋଧ କରିବା ସହ ଏଥି ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ସମସ୍ତ ଏସ୍.ଟି/ଏସ୍.ସି ଛାତ୍ରାବାସଗୁଡ଼ିକ ମାର୍ଚ୍ଚ ୨୫ରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବା ଏହି ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ୩ ମାସର ପି୍ର-ମାଟି୍ରକ୍ ସ୍କଲାରସିପ୍ ଆଗୁଆ ପ୍ରଦାନ କରାଯିବ | ବାଳିକା ଅନ୍ତେବାସୀମାନଙ୍କୁ ୨୪୦୦ ଟଙ୍କା ଏବଂ ବାଳକ ଅନ୍ତେବାସୀମାନଙ୍କୁ ୨୨୫୦ ଟଙ୍କା ବିଦ୍ୟାଳୟରେ ଦିଆଯିବ ଏବଂ ସେମାନଙ୍କର ପିତାମାତା/ଅଭିଭାବକଙ୍କର ସ୍ୱାକ୍ଷର ନିଆଯିବ | ଓଡ଼ିଶାରେ ଦ୍ୱିତୀୟ କରୋନା ପଜିଟିଭ୍ କେସ୍ ଚିହ୍ନଟ ହୋଇଛିା ୧୯ ବର୍ଷୀୟ ଏହି ଯୁବକ ୟୁ.କେରୁ ଫେରି ୧୮ ତାରିଖରେ ଭୁବନେଶ୍ୱରରେ ପହଂଚିଥିଲେ | ୧୯ ତାରିଖରୁ ତାଙ୍କୁ ହସ୍ପିଟାଲ୍ ଆଇସୋଲେସନରେ  ରଖାଯାଇଛି | ତାଙ୍କ ପରିବାର ଲୋକଙ୍କୁ ହୋମ୍ କ୍ୱାରାଣ୍ଟାଇନରେ  ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛିା

ବର୍ତ୍ତମାନ ସୁଦ୍ଧା ୨୯୩୫ ଜଣ ପଞ୍ଜୀକରଣ କରିଛନ୍ତି | ଅଦ୍ୟାବଧି  ଓଡ଼ିଶାରେ ୬୬ଟି ନମୁନା ପରୀକ୍ଷା କରାଯାଇଛିା ସେଥିରୁ ୬୨ଟି କରୋନା ନେଗେଟିଭ୍ ଥିବାବେଳେ ୨ଟି ପଜିଟିଭ୍ ଚିହ୍ନଟ ହୋଇଛିା ଆଜି ସୁଦ୍ଧା ୪ଟି ରିପୋର୍ଟ ହସ୍ତଗତ ହୋଇନାହିାଁ ରୋଗୀଙ୍କ ସଂସ୍ପର୍ଶରେ ବର୍ତ୍ତମାନ ସୁଦ୍ଧା ୪୬ ଜଣ ଆସିଥିବା ତଥ୍ୟ ମିଳିଛିା ସେମାନଙ୍କ ମଧ୍ୟରୁ ୪୩ ଜଣଙ୍କ ସହ ଯୋଗାଯୋଗ ହୋଇଛିା ଅନ୍ୟ ୩ ଜଣଙ୍କ ସହ ଯୋଗାଯୋଗ ପାଇଁ ପ୍ରଚେଷ୍ଟା ଚାଲିଛିା  ୮ଟି ମନିଟରିଂ ଟିମ୍ ଏଥି ପାଇଁ କାର୍ଯ୍ୟ କରୁଛନ୍ତିା ଅଧିକ ସଂଖ୍ୟାରେ ଲୋକ ଏକତ୍ର ବସି ଖାଉଥିବା  ବା ଏକତ୍ରିତ  ହେଉଥିବା  ସମସ୍ତ ରେସ୍ତୋରାଁ, ବାର୍, କଫି ସପ୍, କ୍ୟାଣ୍ଟିନ୍ ଇତ୍ୟାଦିକୁ ତୁରନ୍ତ ବନ୍ଦ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛିା

ହୋଟେଲ୍ଗୁଡ଼ିକରେ ଥିବା ରେସ୍ତୋରାଁମାନଙ୍କରେ ଅତିଥିମାନଙ୍କ ମଧ୍ୟରେ ଅତି କମରେ  ୨ ମିଟର ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି | ସମସ୍ତ ସହରାଞ୍ଚଳ ସୀମା ମଧ୍ୟରେ ଚଳାଚଳ କରୁଥିବା  ଟ୍ୟାକ୍ସି, ଅଟୋ ସମେତ ସମସ୍ତ ସାଧାରଣ ପରିବହନ ଗାଡ଼ିଗୁଡ଼ିକ ଦିନେ ଛଡ଼ା ଦିନେ ଯାତାୟତ କରିବୋ ସଂପୃକ୍ତ କର୍ତ୍ତୃପକ୍ଷ ଏହାକୁ ସୁନିଶ୍ଚିତ କରିବୋ

କ୍ୟାବିନେଟ୍ ଏବଂ କ୍ଷମତାସଂପନ୍ନ ମନ୍ତ୍ରୀସମୂହ ବୈଠକଗୁଡ଼ିକ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ କରାଯିବ | ସମସ୍ତ ଦୋକାନ, ହାଟ ଏବଂ ସପିଂ କମ୍ପ୍ଲେକ୍ସ ଆଦିରେ କେବଳ ପରିବାପତ୍ର, ସଉଦା, ମାଂସ, ଚିକେନ୍, ମାଛ,ଅଣ୍ଡା ଓ ଦୈନନ୍ଦିନ ଆବଶ୍ୟକୀୟ ପଦାର୍ଥ ଆଦି ବିକି୍ର କରାଯାଇପାରିବ | ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ କରୋନା ପ୍ରଭାବରେ ଆଇସୋଲେସନରେ  ଥିବା ବ୍ୟକ୍ତି ସ୍ୱାସ୍ଥ୍ୟ ବିଭାଗରେ ପରାମର୍ଶରେ ଘରକୁ ଫେରିବାରେ ଯଦି ସମସ୍ୟା ନଥାଏ ସେ ପରିସ୍ଥିତିରେ ଗ୍ରାମବାସୀ, ପଡେ଼ାଶୀ, ଗୋଷ୍ଠୀ ତାଙ୍କ ଫେରିବାକୁ ବିରୋଧ କରିବା ସାମାଜିକ ଦୃଷ୍ଟିକୋଣରୁ ଅନୁଚିତ | ଏଭଳି ବିରୋଧ ନଜରକୁ ଆସିଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବା ସେହିଭଳି ବିଦେଶାଗତ କୌଣସି ପର୍ଯ୍ୟଟକ, ଅତିଥିଙ୍କୁ ଯଦି କରୋନା ଆଳରେ କେହି ବି ଅସଦାଚରଣ କରିବା ନଜରକୁ ଆସେ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | 

 

0
0
0
s2sdefault