କରୋନା : ଗୋଟିଏ ଜାଗାରେ ୭ ରୁ ଅଧିକ ଲୋକ ଏକାଠି ମନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ));ଏଣିକି ସର୍ବସାଧାରଣରେ ଏକାଠି ହୋଇପାରିବେନି ୭ରୁ ଅଧିକଲୋକ | କରୋନା ପରିପ୍ରେକ୍ଷୀରେ ରାଜ୍ୟ ସରକାର ଜାରି କରିଛନ୍ତି ଏହି କଟକଣା | କାରଣ ମୁକାବିଲାକରିବାକୁ ରାଜ୍ୟ ସରକାର ପାର୍ଯ୍ୟାୟକ୍ରମେ ବହୁ ପଦକ୍ଷେପ ନେଉଥିବା ବେଳେ ଏବେ ଜାରି କରିଛନ୍ତି ସଦ୍ୟତମ କଟକଣା | ଆଜି ଜାରି ହୋଇଥିବା ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ  କୌଣସି ସ୍ଥାନରେ ୭ଜଣରୁ ଅଧିକ ଏକାଠି ହୋଇପାରିବେ ନାହିଁ । ସମସ୍ତ ବଜାର, ମାର୍କେଟ କମ୍ପେ୍ଲକ୍ସରେ କେବଳ ଖାଦ୍ୟ ସାମଗ୍ରୀ ବିକ୍ରି ହେବ ବୋଲି ଜଣାପଡ଼ିଛି । କରୋନା ବ୍ୟତୀତ ଅନ୍ୟ କୌଣସି ଉଦ୍ଦେଶ୍ୟରେ ସଭାସମିତି କରିବାକୁ ବାରଣ କରାଯାଇଛି  । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥବା ଜନତା କର୍ଫ୍ୟୁ ଆହ୍ୱାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ ଦେଇଛନ୍ତି | ଏହାସହ ରବିବାର ସବୁ ଲୋକ ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ବିଚଳିତ ନକରିବାକୁ ମଧ୍ୟ ନବୀନ ଅନୁରୋଧ କରିଛନ୍ତି ।

0
0
0
s2sdefault