ପଞ୍ଚାୟତ ସ୍ତରରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା(ଅମିତ ପୁରୋହିତ);  ଆଜି କରୋନା ର ଭୟଭୟତା ସାରା ବିଶ୍ୱବାସୀଙ୍କୁ ଆତଙ୍କିତ କରିଥିବା ବେଳେ ବିଭିନ୍ନ ଜାଗାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଅଛି । କରୋନା ର ମୁକାବିଲା କରିବା ପାଇଁ  ସଚେତନତା ନିତାନ୍ତ ଆବଶ୍ୟକ । ଏହି ପରିପ୍ରେକ୍ଷୀରେ ନୂଆପଡା ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ ସ୍ତରରେ, ପଞ୍ଚାୟତ ସ୍ତରରେ ତଥା ଜିଲ୍ଲାସ୍ତରରେ ସଚେତନତା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ କରାଯାଉଅଛି । ସବୁ ପଞ୍ଚାୟତ ଭଳି ସଦର ବ୍ଲକ ଅନ୍ତର୍ଗତ ଆମାନାରା ପଞ୍ଚାୟତରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୀରିଧାରୀ ତାଣ୍ଡି ଙ୍କ ନେତୃତ୍ୱରେ ପଞ୍ଚାୟତର ସମସ୍ତ କାର୍ଯ୍ୟକର୍ତ୍ତା ପ୍ରତେକ ୱାର୍ଡ ବୁଲି ବୁଲି ଲୋକଙ୍କୁ କରୋନା ସଂକ୍ରମିତ ନ ହେବା ପାଇଁ ବିଭିନ୍ନ ପଦକ୍ଷେପ ଅବଲମ୍ବନ କରିବା ସମ୍ବନ୍ଧରେ  ସଚେତନ କରାଇଥିଲେ । ମାସ୍କ ପିନ୍ଧିବା, ସେନିଟାଇଜର ନ ହେଲେ ସାବୁନରେ ବାରମ୍ବାର ହାତ ଧୋଇବା ଉପରେ ଗୁରୁତ୍ୱ ଦେଇଥିଲେ । ଦେଶାନ୍ତର ବ୍ୟକ୍ତି ଗାଁ କୁ ଫେରିଲେ ପଞ୍ଚାୟତ କାର୍ଯ୍ୟାଳୟରେ ସୂଚନା ଦେବା ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ । ସରପଞ୍ଚ ସବିତା ସାହୁ ଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ବୈଠକ  ଅନୁଷ୍ଠିତ  ହୋଇଥିଲା । ଉକ୍ତ ବୈଠକରେ ସମସ୍ତ ୱାର୍ଡ ସଭ୍ୟସଭ୍ୟା ଏଏନଏମ, ଅଙ୍ଗନୱାଡି କର୍ମୀ ଓ ଆଶାକର୍ମୀ ଯୋଗ ଦେଇଥିଲେ । ସଚେତନତା ହି ଆମକୁ କରୋନା ସଂକ୍ରମିତ ହେବାରୁ ରକ୍ଷା କରି ପାରିବ ବୋଲି ଇଓ ଶ୍ରୀ ତାଣ୍ଡି ଉଦ୍ବୋଧନ ଦେଇଥିଲେ ।   

0
0
0
s2sdefault