ହେଡଲାଇନସ୍:

ନିଜ ହାତେ ପୋଛି ଦେଲେ ମଥାର ସିନ୍ଦୁର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବାମେଵାରୀରେ ଅଭାବନୀୟ ଘଟଣା : ସ୍ତ୍ରୀର ଠେଙ୍ଗା ମାଡ଼ରେ ସ୍ୱାମୀର ମୃତ୍ୟୁ

ଯୋଡ଼ା (ଶାସକ ପ୍ରଶାସକ): ସ୍ତ୍ରୀର ଠେଙ୍ଗା ମାଡ଼ରେ ସ୍ୱାମୀର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅଂଚଳରେ । ମୃତଦେହକୁ ଜବତ୍ କରିବା ସହ ଅଭିଯୁକ୍ତ ସ୍ତ୍ରୀକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ବାମେବାରୀ ପୋଲିସ । ମୃତକ ହେଉଛନ୍ତି ଯୋଡ଼ା ବ୍ଲକ୍ ବଳଦା ପଂଚାୟତ ସିଲଯୋଡ଼ା ବେଲ୍ ହଟିଂର ଦୟାଲ ମୁଣ୍ଡା । ତେବେ ଠେଙ୍ଗା ମାଡ଼ରେ ସ୍ୱାମୀର ମୃତ୍ୟୁ ହୋଇଥିବା କଥାକୁ ସ୍ୱୀକାର କରିଛି ଅଭିଯୁକ୍ତ ସ୍ତ୍ରୀ ମୁକ୍ତା ମୁଣ୍ଡା । ମୁକ୍ତା ମୁଣ୍ଡାଙ୍କ କହିବା କଥା ଯେ, ସ୍ୱାମୀ ଦୟାଲ ତାଙ୍କୁ ସବୁବେଳେ ମାଡ଼ପିଟ୍ କରିଥାଆନ୍ତି । ଗତକାଲି ସଂଧ୍ୟାରେ ମୁକ୍ତା ଗାଧୋଇ ଘରକୁ ଆସିବା ପରେ ସ୍ୱାମୀ ଦୟାଲ କୁଆଡ଼େ ତାଙ୍କୁ କଚାଡ଼ି କଚାଡ଼ି ମାରିଥିଲେ । ଯାହା ଫଳରେ ସ୍ତ୍ରୀ ମୁକ୍ତା ଉତ୍‌କ୍ଷିପ୍ତ ହୋଇ ଏକ ଠେଙ୍ଗା ସାହାଯ୍ୟରେ ସ୍ୱାମୀଙ୍କ ମୁଣ୍ଡ ଉପରକୁ ଆକ୍ରମଣ କରିଥିଲେ ଏବଂ ସ୍ୱାମୀ ଦୟାଲ ସେଠାରେ ହିଁ ଟଳି ପଡ଼ିଥିଲେ । ଆଜି ସକାଳୁ ବାମେବାରୀ ପୋଲିସ ମୃତଦେହକୁ ଜବତ୍ କରି ବ୍ୟବଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ସ୍ତ୍ରୀକୁ ପଚରା ଉଚୁରା ଚଳାଇଛି ।

 

0
0
0
s2sdefault