ହେଡଲାଇନସ୍:

ଜନଗଣନା ସ୍ଥଗିତ ରଖିବାକୁ ନବୀନଙ୍କ ଚିଠି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

Bhubaneswar(shasak prashasak) : ବର୍ତ୍ତମାନ ସ୍ଥିତିରେ ଜନଗଣନା ସମ୍ଭବ ନୁହେଁ । ତେଣୁ ଏହାକୁ ସ୍ଥଗିତ ରଖାଯାଉ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ  ଚିଠିରେ ଜନଗଣନା ସ୍ଥଗିତ ବା ଘୁଞ୍ଚାଇବା ପାଇଁ ନବୀନ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  । ତୁରନ୍ତ  ଏ ସମ୍ପର୍କରେ କିଛି ନିଷ୍ପତ୍ତି ନେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ । ନବୀନ କହିଛନ୍ତି ଯେ, କରୋନାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଉଛି ।  ଏହି ସମୟରେ ଘରକୁ ଘର ବୁଲି ଜନଗଣନା କରିବାରେ ନିରାପଦ ନୁହେଁ। ତଥ୍ୟ ସଂଗ୍ରହ କରିବାକୁ ଯିବା ସମୟରେ ସଂକ୍ରମଣ ହେବାର ଭୟ ରହିଛି । ଉଭୟ କ୍ଷେତ୍ର ଅଧିକାରୀ, ସାଧାରଣ ଲୋକଙ୍କ ଉପରେ ବିପଦ ରହିଛି ।’ ସୁଚନାଯୋଗ୍ୟ ଯେ,, ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦ ଯାଏଁ ପ୍ରଥମ ପ୍ରର୍ୟ୍ୟାୟ ଜନଗଣନା ଥିଲା । ଗୃହ ତାଲିକା, ଗଣନା, ଜନସଂଖ୍ୟା ପଞ୍ଜିକା ପ୍ରସ୍ତୁତ ହୋଇଥାନ୍ତା ।

0
0
0
s2sdefault