ହେଡଲାଇନସ୍:

 ‘ନିର୍ଭୟା’ଙ୍କୁ ମିଳିଲା ନ୍ୟାୟ: ଫାଶୀଖୁଣ୍ଟରେ ଝୁଲିଲେ ୪ ଦୋଷୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ )୨୦ା୩: ଦୀର୍ଘ ୭ ବର୍ଷ ପରେ ‘ନିର୍ଭୟା’ଙ୍କୁ ନ୍ୟାୟ ମିଳିଛି। ନିର୍ଭୟା ଗଣବଳାତ୍କାର ଘଟଣାରେ ୪ ଦୋଷୀ ଅକ୍ଷୟ ଠାକୁର, ପୱନ ଗୁପ୍ତା, ବିନୟ ଶର୍ମା ଏବଂ ମୁକେଶ ସିଂହଙ୍କୁ ତିହାର ଜେଲ୍‌ରେ ଶୁକ୍ରବାର ଭୋର୍‌ ୫ଟା ୩୦ରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି।

ଏହା ପୂର୍ବରୁ ଭୋର୍‌ ୪ଟାରୁ ଫାଶୀ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଫାଶୀ ପାଇବାର ଘଣ୍ଟାଏ ପୂର୍ବରୁ ଦୋଷୀମାନଙ୍କୁ ଉଠାଯାଇ ଗାଧୋଇବାକୁ କୁହାଯାଇଥିଲା। ତା’ସହିତ ସେମାନଙ୍କୁ ପ୍ରାର୍ଥନା କରିବାକୁ କୁହାଯାଇଥିଲା। ତେବେ ସେମାନେ ପ୍ରାର୍ଥନା କରିବାକୁ ମନା କରି ଦେଇଥିବା ସୂଚନା ମିଳିଥିଲା। ଏସବୁ ପ୍ରକ୍ରିୟା ଶେଷ ହେବା ପରେ କାଉଣ୍ଟ ଡାଉନ୍‌ ଆରମ୍ଭ ହୋଇଥିଲା। କଡ଼ା ସୁରକ୍ଷା ମଧ୍ୟରେ ସେମାନଙ୍କୁ ଫାଶୀ ଗୃହକୁ ନିଆଯାଇଥିଲା। ମାଜିଷ୍ଟ୍ରେଟ ଓ ଜେଲ ଅଧିକାରୀଙ୍କ ଉପସ୍ଥିତିରେ ସେମାନଙ୍କ ମୁହଁରେ କପଡ଼ା ଘୋଡ଼ାଇ ଦିଆଯିବା ସହିତ ହାତ ଓ ଗୋଡ଼ ବାନ୍ଧି ଦିଆଯାଇଥିଲା। ଠିକ୍‌ ସାଢ଼େ ୫ଟାରେ ସେମାନଙ୍କୁ ଫାଶୀ ଦିଆଯାଇଥିଲା। ତିହାର ଜେଲ୍‌ରେ ପ୍ରଥମ ଥର ପାଇଁ ଏକା ସଙ୍ଗେ ୪ ଜଣଙ୍କୁ ଫାଶୀ ଦିଆଯାଇଛି। ଅକ୍ଷୟ, ପୱନ, ବିନୟ ଓ ମୁକେଶ ନିୟମ ଅନୁଯାୟୀ ଅଧ ଘଣ୍ଟା ଫାଶୀଖୁଣ୍ଟରେ ଝୁଲି ରହିଥିଲେ। ତା’ପରେ ଡାକ୍ତର ସେମାନଙ୍କୁ ଯାଞ୍ଚ କରି ମୃତ ଘୋଷଣା କରିଥିଲେ। ଏତେ ଦିନର ସଂଘର୍ଷ ପରେ ଅପରାଧୀଙ୍କୁ ଦଣ୍ଡ ମିଳିବ ପରେ ଆତ୍ମସନ୍ତୋଷ ବ୍ୟକ୍ତ କରିଛନ୍ତି ତାଙ୍କ ମା ଓ ତାଙ୍କ ଓକିଲ | 

0
0
0
s2sdefault