ହେଡଲାଇନସ୍:

କରୋନା ଭୁତାଣୁ covid-19 ସଂକ୍ରମଣର ପ୍ରତିରୋଧ ପାଇଁ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ କରୋନା ଭୁତାଣୁ covid-19 ସଂକ୍ରମଣର ପ୍ରତିରୋଧ ପାଇଁ ଏକ ଜିଲ୍ଲାସ୍ତରୀୟ ସଚେତନତା ବୈଠକ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ପୌର-ପରିଷଦ ଏବଂ ଜିଲ୍ଲା ପ୍ରଶାସନର ମିଳିତରେ ଅନୁଷ୍ଠିତ ହୋଇଥିଲା ।

 ସମସ୍ତଙ୍କ ମଧ୍ୟରେ ନିଶ୍ଚିତ ଭାବେ ସାମାଜିକ ଦୂରତା , ମାନସିକ ପରିବର୍ତ୍ତନ , ସତର୍କତା , ସଚେତନତା , ଓ ସହଯୋଗ ଭଳି ଦାୟିତ୍ୱବାନ ମୂଲ୍ୟବୋଧ କର୍ତ୍ତବ୍ୟ ରହିଲେ ହିଁ କରୋନା-ଭୁତାଣୁ ଭଳି ମାରାତ୍ମକ ମାହାମାରି ବ୍ୟାପିବାରୁ ମୁକ୍ତ କରି ଏକ ସୁସ୍ଥ ସମାଜ ଗଠନ କରିବାରେ ବିଶେଷ ସହାୟକ ହୋଇପାରିବ ବୋଲି ଜିଲ୍ଲାପାଳ ଅନୁପମ ସାହା ଏକ ଜିଲ୍ଲାସ୍ତରୀୟ ବୈଠକରେ ଆହ୍ବାନ କରିଛନ୍ତି ।

  ଏହି ବୈଠକ କାର୍ଯ୍ୟକ୍ରମ ମୁଖ୍ୟତଃ ଜିଲ୍ଲାର ବଣିକ ସଂଘ , ମନ୍ଦିର-ଗୀର୍ଜା-ମସଜିଦ  ପ୍ରଭୃତି ଧାର୍ମିକ ଅନୁଷ୍ଠାନ-ମନ୍ଦିରର ମୁଖ୍ୟ , ସମସ୍ତ ବ୍ୟାଙ୍କ ପରିଚାଳକ ଓ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନର ମୁଖ୍ୟ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଅନୁପମ ସାହା ଏହି ସଚେତନତା ବୈଠକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଥିଲେ । ଜିଲ୍ଲାପାଳ ଶ୍ରୀ ସାହା କହିଥିଲେ , ଯେ ଏହି କରୋନା ଭୁତାଣୁ ପାଇଁ ଜନ ସାଧାରଣ ଅଯଥା ଭୟଭୀତ ହେବାର କୌଣସି କାରଣ ନାହିଁ , ଏହା ବାୟୁ ଜନିତ ବ୍ୟାପି ନ ଥାଏ , ଏହା ଜଣକୁ ଛୁଇଁବା ଓ ତା’ର ସଂସ୍ପର୍ଶରେ ଆସିବା ଦ୍ୱାରା ହିଁ ବ୍ୟାପିଥାଏ । ତେଣୁ ଏଥିପାଇଁ ସଚେତନ ହୋଇ ସତର୍କ ରହି ତାକୁ କାର୍ଯ୍ୟରେ ପରିଣତ କରି ପାରିଲେ ହିଁ କରୋନା ଭୁତାଣୁ ସଂକ୍ରମଣକୁ ସହଜେ ଦୁରେଇ ହେବ ବୋଲି କହିଥିଲେ ।

ସାମ୍ପ୍ରତିକ ସ୍ଥିତିରେ କରୋନା ଭୁତାଣୁ ସଂକ୍ରମିତ ନ ହେବାପାଇଁ ଏବଂ ଏହାର କଡା ମୁକାବିଲା କରିବା ପାଇଁ ଏଥିପ୍ରତି ସଚେତନ ହୋଇ ବ୍ୟାପକ ସତର୍କତା ରହିବା ପାଇଁ ଆମକୁ କିଛିଟା ଲମ୍ବା ସମୟ ଧରି ଲଢେଇ କରିବାର ଆବଶ୍ୟକତା ଜରୁରୀ ହୋଇ ପଡିଛି । ଯାହାକି, ଏହି ଲଢେଇରେ ଆମକୁ ଆମର ସଚେତନତା , ଦାୟିତ୍ୱବାନ କର୍ତ୍ତବ୍ୟ ଓ ସହଯୋଗର ସମ୍ପୂର୍ଣ୍ଣ ଭୂମିକା ନିଭାଇବାକୁ ହେବ ଏବଂ ଏହା ହେଲେହିଁ , ଆମେ କରୋନା ଭୁତାଣୁ ମୁକ୍ତ ଏକ ସୁସ୍ଥ ସମାଜ ଗଠନ କରି ରହିପାରିବା ବୋଲି ଜିଲ୍ଲାପାଳ ଶ୍ରୀ ସାହା , ପ୍ରକାଶ କରି କହିଥିଲେ ।

କୌଣସି ଦୋକାନ , ବଜାର , ଗହଣା କି ପରିବା , ହୋଟେଲ , ଫାଷ୍ଟଫୁଡ଼ , କଥାବାର୍ତ୍ତା , ମନ୍ଦିର , ମସଜିଦ ,ଗୀର୍ଜା ପ୍ରଭୃତି ଧାର୍ମିକ ଅନୁଷ୍ଠାନ ଓ ସ୍ବେଛାସେବୀ ଅନୁଷ୍ଠାନରେ କି ସଭା- ସମିତି କି ଆଲୋଚନା ବୈଠକରେ ଅଯଥା ଜନ ଗହଳି ନ କରିବାକୁ ଏବଂ ଏହା ୫ ଜଣ ମଧ୍ୟରେ ସୀମିତ ରଖିବାକୁ ପରାମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ଏପିଡେମିଓଲୋଜିଷ୍ଟ ଡାଃ. ଶରତ ଚନ୍ଦ୍ର ମହାପାତ୍ର ଯୋଗଦେଇ କୋରନା ଭୁତାଣୁ କିଭଳି ମଣିଷ ଦେହକୁ ଆସି ସଂକ୍ରମିତ କରିଥାଏ , ଏହାର ପୃଷ୍ଠଭୂମି, ସଂକ୍ରମଣତା , ଲକ୍ଷଣ , ନିରାକରଣ , ସତର୍କତା ଓ ଚିକିତ୍ସା ପଦ୍ଧତି ପ୍ରଭୃତି ଉପରେ ସ୍ଲାଇଡ଼ ଚିତ୍ର ମାଧ୍ୟମରେ ଦେଖାଇ ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଇ ଥିଲେ । 

  ବୈଠକ କାର୍ଯ୍ୟକ୍ରମରେ ଏହି କୋରନା ଭୁତାଣୁ ସମ୍ପର୍କରେ ଅଧିକ କିଛି ଜାଣିବାକୁ ଓ ସୂଚନା ଦେବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଖୋଲା ଯାଇଥିବା କଣ୍ଟ୍ରୋଲ ରୁମ ସମ୍ପର୍କରେ ସୂଚନା ଦିଆ ଯାଇଥିଲା । ଏହାର ଫୋନ ନମ୍ବର:-୦୬୮୧୫–୨୨୨୯୪୩ | ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ,ଅତିରିକ୍ତ ଜିଲ୍ଲାପାଳ ଜ୍ଞାନରଞ୍ଜନ ଭଞ୍ଜଦେଓ , ଉପ-ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା , ଆଇଟିଡିଏ: ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା ପ୍ରମୁଖ ମଞ୍ଚାସୀନ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ କରୋନା ଭୁତାଣୁ ସଂକ୍ରମଣ-୧୯ covid-19 ସମ୍ପର୍କରେ ଗୋଷ୍ଠି ସ୍ତରୀୟ କର୍ମୀଙ୍କ ପାଇଁ ଅଧିକ ଜାଣିବା ଓ ସତର୍କତା ପାଇଁ ସଚେତନତା ସୂଚନା ପତ୍ର ବଣ୍ଟନ କରା ଯାଇଥିଲା ।

  ପାରଳାଖେମୁଣ୍ଡି ପୌର-ପରିଷଦ ନିର୍ବାହୀ-ଅଧିକାରୀ ଅଶୋକ କୁମାର ରାଉତ ଯୋଗଦେଇ କୋରଣା-ଭୂତାଣୁ ସଂକ୍ରମିତ ନ ହେବାପାଇଁ ପୌର-ପରିଷଦ ପକ୍ଷରୁ ନିଆ ଯାଇଥିବା ଏବଂ କାର୍ଯ୍ୟକାରୀ କରା ଯାଉଥିବା ବ୍ୟାପକ ସତର୍କତା ମୂଳକ ପଦକ୍ଷେପ ଉପରେ ସମ୍ୟାକ ସୂଚନା ପ୍ରଦାନ କରିଥିଲେ ଏବଂ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପୌର-କର୍ମଚାରୀ ମାନେ ସହଯୋଗ କରିଥିଲେ ।

      

 

0
0
0
s2sdefault