ହେଡଲାଇନସ୍:

କରୋନା : ଗତ ୨୪ ଘଣ୍ଟା ମଧ୍ୟରେ ୧୦୪ ହେଲ୍ପଲାଇନକୁ  ଆସିଛି ୧୨,୨୬୮ କଲ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏଯାବତ ବିଦେଶରୁ ଫେରିଥିବା ୨୬୦୦ ଜଣଙ୍କ ନାମ ପଞ୍ଜୀକରଣ

ଭୁବନେଶ୍ୱର : (ଶାସକ ପ୍ରଶାସକ) ରାଜ୍ୟ ସରକାର ଗତକାଲି ଧର୍ମାନୁଷ୍ଠାନଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତିା ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଶ୍ରୀଜଗନ୍ନାଥ ମନ୍ଦିରକୁ ସର୍ବସାଧାରଣଙ୍କ ପ୍ରବେଶକୁ ଅପ୍ରେଲ ୧ ତାରିଖ ପର୍ଯ୍ୟନ୍ତ ବାରଣ କରାଯାଇଛିାରାଜ୍ୟ ସରକାର ସବୁଦୃଷ୍ଟିରୁ ବିଚାର କରି ରାଜ୍ୟର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଅନ୍ୟ ଧର୍ମାନୁଷ୍ଠାନଗୁଡ଼ିକ ପାଇଁ ମଧ୍ୟ ସେହିଭଳି ମାର୍ଗଦର୍ଶିକା ବଳବତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତିା ଅର୍ଥାତ୍, ମନ୍ଦିର, ମସଜିଦ୍, ଗୀର୍ଜା ଓ ଗୁରୁଦ୍ୱାରଗୁଡ଼ିକ ୨୦ ମାର୍ଚ୍ଚରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପ୍ରବେଶକୁ ବାରଣ କରାଯାଇଛି  | ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ଏହି ସମୟରେ ଧାର୍ମିକ ରୀତିନୀତି ବିନା ପ୍ରତିବନ୍ଧକରେ ଚାଲୁରହିବ ବୋଲି କୋବିଦ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତୋ ଵାଗଚୀ ସୂଚନା ଦେଇଛନ୍ତି | 

ଶ୍ରୀ ଵାଗଚୀଙ୍କ କହିବା ଅନୁଯାୟୀ  ଏଯାବତ ଓଡ଼ିଶାରେ ୬୧ଟି ନମୁନା ପରୀକ୍ଷା କରାଯାଇଛିା ସେଥିରୁ  ୬୦ଟି କରୋନା ନେଗେଟିଭ୍ ଥିବାବେଳେ ଗୋଟିଏ ପଜିଟିଭ୍ ଚିହ୍ନଟ ହୋଇଛିା ଗତକାଲି ୫ଟି ନମୁନା ପରୀକ୍ଷା କରାଯାଇଥିଲା  ଏବଂ ସେସବୁ କରୋନା ନେଗେଟିଭ୍ ରିପୋର୍ଟ ଆସିଛିା ଗୁରୁବାର ୨ଟା ସୁଦ୍ଧା ମିଳିଥିବା  ତଥ୍ୟ ଅନୁଯାୟୀ ଓଡ଼ିଶାରେ କୋଭିଡ୍-୧୯ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୨୩ ଜଣ ବ୍ୟକ୍ତିଙ୍କୁ ବିଭିନ୍ନ ଡାକ୍ତରଖାନାରେ ଆଇସୋଲୋସନରେ  ରଖାଯାଇଛିା ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ୍ କଲେଜ୍ ହସ୍ପିଟାଲ୍ଗୁଡ଼ିକରେ ଆଇସୋଲେସନ୍ ସୁବିଧା ଉପଲବ୍ଧ ଅଛିା ବର୍ତ୍ତମାନ ସୁଦ୍ଧା ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାଗୁଡ଼ିକରେ ୩୧୮୩ଟି ଆଇସୋଲେସନ୍ ବେଡ୍ ପ୍ରସ୍ତୁତ ଅଛିା  ଗତ ୨୪ ଘଣ୍ଟା ମଧ୍ୟରେ ୧୦୪ ହେଲ୍ପ ଲାଇନ୍କୁ ୧୨,୨୬୮ କଲ୍ ଆସିଛିା ଗୁରୁବାର  ଅପରାହ୍ନ ୨ଟା ସୁଦ୍ଧା ବିଦେଶରୁ ଫେରିଥିବା ୨୬୦୦ ଜଣଙ୍କ ନାମ ପଞ୍ଜୀକରଣ କରାଯାଇଛିା ସହରାଞ୍ଚଳରେ ୪୫୦ଟି କୋଠା ଚିହ୍ନଟ କରାଯାଇଛି ଯେଉଁଥିରେ କି ୫୧ ହଜାର ୧୬୦ଜଣ ବ୍ୟକ୍ତି ଏହାର ସୁବିଧା ନେଇପାରିବେ । ଆଜି ରାଜ୍ୟର ୬୭୯୮ଟି ଗ୍ରାମପଞ୍ଚାୟତରେ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ କି ରାଜ୍ୟର ୨ ଲକ୍ଷ ୩୭ ହଜାର ପଞ୍ଚାୟତିରାଜ ପ୍ରତିନିଧି ଯୋଗ ଦେଇଥିଲେ । ଗ୍ରାମାଞ୍ଚଳରେ ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟର ୬ ହଜାର ୭୯୮ଟି ଗ୍ରାମପଞ୍ଚାୟତର ୭ ହଜାର ୧୭୬ଟି ଅସ୍ଥାୟୀ ଚିକିତ୍ସା ଶିବିର ସ୍ଥାପନ କରାଯାଇଛିା ଫଳରେ ଶଯ୍ୟା ସଂଖ୍ୟା ୪ ଲକ୍ଷ ୨୨ ହଜାର ୪୨୬କୁ ବୃଦ୍ଧି ପାଇଛିା  ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ମୋଟ ୪୮ ଲକ୍ଷ ୩୮ ହଜାର ୫୪୮ ଜଣ ହିତାଧୀକାରୀଙ୍କୁ ସରକାରଙ୍କ ନିର୍ଦ୍ଦେଶନାମାନୁସାରେ ଅଗ୍ରୀମ ୪ ମାସର ଭତ୍ତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛିା ଏ ସଂପର୍କରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ପଠାଯାଇଛିା ହିତାଧୀକାରୀମାନଙ୍କୁ ସେମାନଙ୍କ ଗ୍ରାମରେ ସିଧାସଳଖ ଅଗୀମ ଭାବେ ଭତ୍ତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛିା 

ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସରକାରୀ କର୍ମଚାରୀମାନଙ୍କ ପାଇଁ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛିା ଯଦି ଦୈବାତ୍ କୌଣସି କର୍ମଚାରୀଙ୍କର କୋଭିଡ୍-୧୯ ଭୂତାଣୁ ଲକ୍ଷଣ ଦେଖାଦିଏ, ତେବେ ସେ ତୁରନ୍ତ ନିଜର ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହିତ କାର୍ଯ୍ୟକ୍ଷେତ୍ରକୁ ନଆସିି ୧୪ ଦିନ ପର୍ଯ୍ୟନ୍ତ କ୍ୱାରାଣ୍ଟାଇନ୍ ଉଦ୍ଦେଶ୍ୟରେ ଛୁଟି ଆବେଦନ କରିବୋ ପୁନଶ୍ଚ ଯଦି କୌଣସି ସରକାରୀ କର୍ମଚାରୀ ୪ ମାର୍ଚ୍ଚ ପରେ ବିଦେଶରୁ ଫେରିଥିବା ପରିବାର ସଦସ୍ୟଙ୍କ ସହିତ ରହୁଥିବେ ତେବେ ସେ ୧୪ଦିନ ସଂଗରୋଧରେ ରହିବେ । ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ କାର୍ଯ୍ୟାଳୟ ମୁଖ୍ୟଙ୍କ ନିର୍ଦ୍ଦେଶ କ୍ରମେ ରୋଷ୍ଟର ଡ୍ୟୁଟିରେ କାର୍ଯ୍ୟାଳୟ ଆସିବୋ ଏ ସଂପର୍କିତ ଆବଶ୍ୟକୀୟ ନିର୍ଦ୍ଦେଶନାମା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି କରାଯାଇଛିା 

ସଂକ୍ରମଣ ସନ୍ଦେହକୁ ଦୃଷ୍ଟିରେ ରଖି  ଜେଲ୍ ଅଧୀକ୍ଷକମାନଙ୍କୁ ଏକ ମୁକ୍ତ ବାୟୁ ଚଳାଚଳ କରୁଥିବା ସ୍ଥାନକୁ ଆଇସୋଲେସନ୍ ପ୍ରକୋଷ୍ଠ ଭାବେ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛିା ଜିଲ୍ଲା ମୁଖ୍ୟାଳୟ କାରାଗାରମାନଙ୍କରେ ଇ-ମୁଲାକାତ ବ୍ୟବସ୍ଥା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି | ଅନ୍ୟାଦେଶ ପର୍ଯ୍ୟନ୍ତ ହାଇ-ଏଣ୍ଡ୍ ସେଲୁନ୍, ବୁ୍ୟଟିପାର୍ଲର, ସ୍ପା ଆଦି ନିଶ୍ଚିତ ଭାବେ ବନ୍ଦ ରହିବ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯିବ । ସଂଗ୍ରହାଳୟ, ଗ୍ରନ୍ଥାଗାର, ଥିଏଟରଗୁଡ଼ିକ ବନ୍ଦ ରହିବ ।

ଗାଧୁଆ, ପରିଷ୍କାର ପରିଚ୍ଛନ୍ନତା ଓ ଅନ୍ୟାନ୍ୟ ଉଦ୍ଦେଶ୍ୟରେ ସର୍ବସାଧାରଣଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ପୋଖରୀ ଭଳି ଜଳାଶୟଗୁଡ଼ିକରୁ ଯଥାସମ୍ଭବ ଦୂରେଇ ରହିବା ଆବଶ୍ୟକ । ଏହା ପରିବର୍ତ୍ତେ ନଳକୂପ ଏବଂ ପାଇପ୍ ଜଳଯୋଗାଣ ବ୍ୟବସ୍ଥାର ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଛି । 

ଜରୁରୀକାଳୀନ ସ୍ଥିତିକୁ ଦୃଷ୍ଟିରେ ରଖି ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଆବାସିକ କଲ୍ୟାଣ ସଂଘ ଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛିି | ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଜଙ୍ଗଲ ଓ ପରିବେଶ ବିଭାଗ ପରିଚାଳନାଧୀନ ଭିତରକନିକା ପ୍ରକୃତି ଶିବିର, ରାଜ୍ୟର ସମସ୍ତ ଚିଡ଼ିଆଖାନା, ପରିବେଶ-ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ବନ୍ଦ କରାଯାଇଛିା ଆଞ୍ଚଳକ ଉଦ୍ଭିଦ  ଗବେଷଣା କେନ୍ଦ୍ର, ଭୁବନେଶ୍ୱରର ଉଦ୍ଭିଦ  ଉଦ୍ୟାନକୁ ପ୍ରତିଦିନ ଅପରାହ୍ନ  ୨ଟାରୁ ବନ୍ଦ ରଖାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି | ଦ୍ରବ୍ୟ ଓ ସାମଗ୍ରୀ ନେଇ ଚଳାଚଳ କରୁଥିବା ବସ୍, ଟ୍ରେନ୍ ଏବଂ ଗାଡ଼ିଗୁଡ଼ିକ ରାଜ୍ୟ ଭିତରେ କିମ୍ବା ଆନ୍ତରାଜ୍ୟ ସୀମାରେ ବନ୍ଦ ହେବ ନାହିଁ । କୁକଡ଼ା, କୁକଡ଼ା ଅଣ୍ଡା ସହ ଅନ୍ୟ ପୋଲଟି୍ର ଉତ୍ପାଦ ନିରାପଦ ଅଟେ । ଏସବୁ ପରିହବନ ଓ ବ୍ୟବହାର ସମୟରେ ଆବଶ୍ୟକୀୟ ପରିଚ୍ଛନ୍ନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛିା ବିପିୟୁଟି ଏବଂ ଭିସୁଟ୍ର ଶେଷ ସେମିଷ୍ଟାର ଏବଂ ବ୍ୟାକ୍ ପେପର୍ର ସମସ୍ତ ପରୀକ୍ଷାଗୁଡ଼ିକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ସୋମବାର ଅର୍ଥାତ୍ ୨୩ ମାର୍ଚ୍ଚ ୨୦୨୦ ଠାରୁ ଉଚ୍ଚ ମାଧ୍ୟମିକ ପରୀକ୍ଷା-୨୦୨୦କୁ ସ୍ଥଗିତ ରଖାଯାଇଛି । 

 

 

0
0
0
s2sdefault