ହେଡଲାଇନସ୍:

ଗାଁ ଗାଁ ବୁଲି କରୁଛନ୍ତି କରୋନା ସମ୍ପର୍କରେ ସଚେତନ କରୁଛନ୍ତି ଜିଲ୍ଲାପାଳ  

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ହରଭଙ୍ଗା / ପ୍ରତାପ ମେହେର :  କରୋନାକୁ ନେଇ ରାଜ୍ୟ ସରକାର ଯୁଦ୍ଧକାଳୀନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଜିଲ୍ଲା ସ୍ତରରେ  ମଧ୍ୟ ଏ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି | ହେଲେ ବୋୖଦ୍ଧ ଜିଲ୍ଲାପାଳ କିନ୍ତୁ ଆଉ ପାଦେ ଆଗକୁ ଯାଇ ସିଧା ଲୋକଙ୍କ ପାଖରେ ପହଂଚି ସେମାନଙ୍କୁ ସଚେତନ କରୁଛନ୍ତି |

 ବୌଦ୍ଧ ଜିଲ୍ଲା ର ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ଗାଁ ଗାଁ ବୁଲି କରୋନା ଭାଇରସ ଉପରେ ସଚେତନ କରାଉଛନ୍ତି । ଆଜି ହରଭଙ୍ଗା ବ୍ଲକ୍ ର ରାମଗଡ଼ ପଞ୍ଚାୟତର ରାମଗଡ଼ ସମେତ  ବିଭିନ୍ନ ଗ୍ରାମରେ  କୋରନା ଭାଇରସ ଉପରେ ସଚେତନ କରାଇଛନ୍ତି । ସବୁବେଳେ ସାବୁନ୍ରେ ହାତ ଧୋଇବା , କାଶ ବା ଛିଙ୍କ ହେଲେ ରୁମାଲ୍ ଦେଇ ଛିଙ୍କିବା , ଯଦି କାହାକୁ ଅନେକ ଦିନରୁ ଥଣ୍ଡା ହେଉଛି ଛାଡୁନି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆଦି ଉପରେ ଲୋକଙ୍କ ସହିତ ଆଲୋଚନା କରିଥିଲେ । ପ୍ରତ୍ୟେକ ବ୍ୟକ୍ତି ଅନ୍ୟ ଠାରୁ ଅତି କମ୍  ରେ ଏକ ମିଟର ଦୂରରେ ରହିବାକୁ କହିଥିଲେ । ଯଦି କୌଣସି ବ୍ୟକ୍ତି ବାହାର ରାଜ୍ୟରୁ ଗାଁ  କୁ ଫେରିଛନ୍ତି ତୁରନ୍ତ ତାଙ୍କର ନାମ ପଞ୍ଜିକରଣ କରାଇବା ପାଇଁ ଲୋକମାନଙ୍କୁ କହୁଥବା ଦେଖିବାକୁ ମିଳିଛି | 

0
0
0
s2sdefault