ହେଡଲାଇନସ୍:

ଘରର ପଙ୍ଖାରେ ଫାଶୀ ଦେଇ  ଆତ୍ମହତ୍ୟା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟଗଡ(ସରୋଜ ସାହୁ): ରାୟଗଡ ସଦର ମହକୁମା ସ୍ଥିତ ରାଣୀଗୁଡା ଫାର୍ମର (ଡିଏଫଓ) ଅଫିସ ୫ମ ଗଳି ବିଜୁକଲ୍ୟାଣ ମଣ୍ଡପ ନିକଟରେ ଏକ ଭଡା ଘରେ ରହୁଥିବା ସଚିତାନନ୍ଦ ଦାସ (୪୮ ବର୍ଷ) ବୟସ୍କ ବ୍ୟକ୍ତୀ ପଙ୍ଖାରେ ଲୁଗା ସହାଯ୍ୟରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି । ପ୍ରାପ୍ତ ସୁଚନାରୁ ପ୍ରକାଶ ଯେ, ସ୍ୱର୍ଗତ ସଚ୍ଚିଦାନନ୍ଦ  ଦାସ ସ୍ଥାନୀୟ ଏଚ୍.ପି. ଗ୍ୟାସ ଏଜେନ୍ସିରେ ଡେଲିଭେରି ବୟ ଭାବେ କାର୍ଯ୍ୟକରି ଆସୁଥିଲେ । ତାଙ୍କ ସ୍ତ୍ରୀ ରାୟଗଡ ମୂଖ୍ୟ ଚିକିତ୍ସାଳୟରେ ଏଏନଏମ ପଦରେ କାର୍ଯ୍ୟରତ ଅଛନ୍ତି ଓ ଏକ ପୁଅ ମଧ୍ୟ ଅଛି ସେ ବର୍ତମାନ ନୟାଗଡ ଜିଲ୍ଲାରେ ମାମୁଁ ଘରେ ରହି ପାଠ ପଢୁ ଥିବା ଜଣାପଡିଛି । ତାଙ୍କ ସ୍ତ୍ରୀଙ୍କ ସୁଚନା ପ୍ରକାରେ ସ୍ୱର୍ଗତ ଦାସ କିଛି ଦିନ ହେବ ଦେହ ଅସୁସ୍ଥତା କାରଣରୁ କାର୍ଯ୍ୟରେ ଯୋଗ ନଦେଇ ଘରେ ରହୁଥିଲେ । ଗତ କାଲି ସେ ମେଡିକାଲରେ ରାତ୍ର ଡ୍ୱିଟି ଥିବାରୁ ସେ ରାତ୍ର ୯ ଘଣ୍ଟା ସମୟରେ କାର୍ଯ୍ୟ କ୍ଷେତ୍ରକୁ ବାହାରି ଯାଇଥିଲେ । ସକାଳେ ଘରକୁ ଫେରିବା ପରେ ତାଙ୍କ ସ୍ୱାମୀ ଘରର ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏବଂ ସେ ସଙ୍ଗେ ସଙ୍ଗେ ରାୟଗଡରେ ଥିବା ପରିବାର ସଦସ୍ୟଙ୍କୁ ଏହି ବିଷୟରେ ଖବର ଦେଇଥିଲେ । ପରିବାର ସଦସ୍ୟ ଘଟଣା ସ୍ଥଳରେ ପହଁଚିବା ସହ ରାୟଗଡ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ରାୟଗଡ ପୋଲିସ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରିବା ସହ ଶବ ବ୍ୟବଛେଦ ନିମନ୍ତେ ଡାକ୍ତରଖାନାକୁ ପଠାଇ ଉକ୍ତ ଘଟଣାର ତଦନ୍ତ ଜାରୀରଖିଛି । ସ୍ୱର୍ଗତ ଦାସ ଜଣେ ମିଷ୍ଟଭାଷି ଓ ମେଳାପି ବ୍ୟକ୍ତୀ ହୋଇଥିବାରୁ ତାଙ୍କର ଅକାଳ ବିୟୋଗରେ ଉକ୍ତ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଉକ୍ତ ଆତ୍ମହତ୍ୟାର ପ୍ରକୃତ କାରଣ ବର୍ତମାନ ସୁଧା ଜଣାପଡି ନଥିବା ବେଳେ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ତଦନ୍ତକାରୀ ଅଧିକାରୀଙ୍କ ଠାରୁ ପ୍ରକାଶ  |

 

0
0
0
s2sdefault