ହେଡଲାଇନସ୍:

ଓଡ଼ିଶାକୁ ଆସୁଥିବା  ସମସ୍ତଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ : ୨୪ ଘଣ୍ଟା ମଧ୍ୟରେ ପଞ୍ଜୀକରଣ କଲେଣି ୧୨୩୯ ଜଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୩୨ଟି ନମୁନା ମଧ୍ୟରୁ ୩୧ଟି କରୋନା ନେଗେଟିଭ୍ 

ଭୁବନେଶ୍ୱର (ଶାସକ ପ୍ରଶାସକ): ବର୍ତ୍ତମାନ ସୁଦ୍ଧା ବିଶ୍ୱର ୧୬୨ଟି ଦେଶରେ ୧,୮୩,୧୧୬ ଜଣ ବ୍ୟକ୍ତି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି |  ଭାରତରେ ଆଜି ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୧୨୬ ଥିବା ବେଳେ ୩ ଜଣଙ୍କର କରୋନା ଭୂତାଣୁ ଯୋଗୁଁ ମୃତ୍ୟୁ  ହୋଇଥିବାର  ଜଣାଯାଇଛିା ଏ ପର୍ଯ୍ୟନ୍ତ ୦-୯ ବର୍ଷ ବୟସର କୌଣସି ଶିଶୁଙ୍କର କରୋନା ଭୂତାଣୁ ଯୋଗୁଁ ମୃତ୍ୟୁ ହୋଇନାହିାଁ ବାହାରୁ ଓଡ଼ିଶାକୁ ଆସୁଥିବା  ବ୍ୟକ୍ତିବିଶେଷଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ଅନଲାଇନ  ପୋର୍ଟାଲ୍ covid19.odisha.gov.in ରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୩୯ ଜଣ ପଞ୍ଜୀକରଣ କରିଛନ୍ତିା ୧୦୪ ସହାୟତା ନମ୍ବର ଜରିଆରେ ୫୫୪ ଜଣ ଏବଂ ୱେବସାଇଟରେ  ୬୮୫ ଜଣ ପଞ୍ଜୀକରଣ କରିଛନ୍ତିା ଓଡ଼ିଶାକୁ ଆସୁଥିବା  ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ଏବଂ ଜନସାଧାରଣ ଏହାର ଅନୁପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅନୁରୋଧ କରାଯାଇଛି ବୋଲି ଆଜି କରୋନା ଭୂତାଣୁ ରୋଗ (କୋଭିଡ୍-୧୯) ସଂପର୍କରେ ସତକର୍ତା ଏବଂ ସଚେତନତା ତଥା ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ  ଅପରାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ  COVID-19 ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତୋ ବାଗଚି ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା 

ଏ ଅବସରରେ ଶ୍ରୀ ବାଗଚି କହିଛନ୍ତି ଯେ, ଆମେରିକାରୁ ଫେରିଥିବା  ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ, ମହାରାଣୀ ଓ ପରିବାରବର୍ଗ ସ୍ୱତଃପ୍ରବୃତ୍ତ ଭାବେ ପଞ୍ଜୀକରଣ କରିବା ସହ ୧୪ ଦିନିଆ ହୋମ୍ କ୍ୱାରାଣ୍ଟାଇନରେ ରହିଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛିା ବର୍ତ୍ତମାନ ସୁଦ୍ଧା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ହସ୍ତଗତ ୩୨ଟି ନମୁନା ମଧ୍ୟରୁ ୩୧ଟି କରୋନା ନେଗେଟିଭ୍ ଆସିଥିବା ବେଳେ ଯେଉଁ ଜଣଙ୍କଠାରେ ପଜିଟିଭ୍ ଆସିଛି ସେ ଚିକିତ୍ସିତ ହେଉଛନ୍ତି ଏବଂ ସୁସ୍ଥ ଅଛନ୍ତିା ତାଙ୍କ ସଂସ୍ପର୍ଶରେ ଆସିଥିବା  ଅନ୍ୟମାନଙ୍କୁ ହୋମ୍ ଆଇସୋଲେସନ୍ରେ ରହିବା ପାଇଁ ପରାମର୍ଶ ଦିଆଯାଇଛିା 

ରାଜ୍ୟର ପ୍ରତ୍ୟେକ ଜିଲ୍ଲା ସଦର ମହକୁମାସ୍ଥିତ ଡାକ୍ତରଖାନା ଓ ମେଡିକାଲ୍ କଲେଜ୍-ହସ୍ପିଟାଲଗୁଡିକରେ  ଆଇସୋଲେସନ୍ ବ୍ୟବସ୍ଥା ଉପଲବ୍ଧ କରାଯାଇଛିା ବର୍ତ୍ତମାନ ସୁଦ୍ଧା ୫୪୦ଟି ଆଇସୋଲେସନ୍ ବେଡ୍ ପ୍ରସ୍ତୁତ ରହିଛିା  ଗ୍ରାମାଞ୍ଚଳରେ ପ୍ରତିଷେଧକ ବ୍ୟବସ୍ଥା ଭାବରେ ବ୍ଲକ ସ୍ତରରେ କ୍ୱାରାଣ୍ଟାଇନ୍ ସୁବିଧା ନିମନ୍ତେ ଚିହ୍ନଟ ହୋଇଥିବା  ସୁରକ୍ଷିତ ଗୃହଗୁଡ଼ିକ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ୫ ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର କରାଯାଇଛିା 

ଗତ ୨୪ ଘଣ୍ଟା ମଧ୍ୟରେ ୧୦୪ ହେଲ୍ପ  ଲାଇନକୁ  ୧୦ ହଜାରରୁ ଉର୍ଧ୍ଵ  କଲ୍ ଆସିଛିା ଏହି କଲ୍ ସେଣ୍ଟରର କଳେବର ବୃଦ୍ଧି ସହ ଏହାକୁ ଅଧିକ  ବ୍ୟାପକ କରିବା ନିମନ୍ତେ ପୂର୍ତ୍ତ ବିଭାଗର ଶାସନ ସଚିବ ଡ. କି୍ରଷନ୍ କୁମାରଙ୍କୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛିା 

ଘରୋଇ ଚିକିତ୍ସାଳୟଗୁଡ଼ିକରେ ମଧ୍ୟ କରୋନା କେନ୍ଦ୍ର ସ୍ଥାପନ କରିବା, ଆବଶ୍ୟକୀୟ ପ୍ରୋଟୋକଲ୍ ପାଳନ ସହ ଅନାବଶ୍ୟକ ଲୋକଙ୍କ ଯିବାଆସିବା ଉପରେ କଟକଣା ଲଗାଇବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛିା ସପିଂ ମଲ୍ଗୁଡ଼ିକୁ ସଂପୂର୍ଣ୍ଣ ଭାବରେ ବନ୍ଦ କରା ନଯାଇ ଖାଦ୍ୟ ଓ ଗ୍ରୋସୋରୀ ସାମଗ୍ରୀ, ଅତ୍ୟାବଶ୍ୟକ ସାମଗ୍ରୀ, ଔଷଧ ଆଦିର ବିକ୍ରିବଟା  କରାଯିବା ତେବେ ଆବଶ୍ୟକ ନପଡ଼ିଲେ ମଲ୍କୁ ଯିବାକୁ ଜନସାଧାରଣଙ୍କୁ ବାରଣ କରାଯାଇଛିା  ବ୍ୟାଙ୍କଗୁଡ଼ିକରେ ଗହଳି କମାଇବା ସହିତ ନିୟମିତ ଭାବରେ ଏଟିଏମଗୁଡିକର  ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେବା ସହ ହ୍ୟାଣ୍ଡ ସାନିଟାଇଜର ରଖିବାକୁ ପରାମର୍ଶ ଦିଆଯାଇଛିା 

ରାଜ୍ୟରେ ଆଶ୍ରମ ସ୍କୁଲଗୁଡ଼ିକର ଛାତ୍ରାବାସରେ ୫ ଲକ୍ଷ ୭୫ ହଜାର ଅନ୍ତେବାସୀ ରହିଛନ୍ତିା ସେମାନେ ସୁରକ୍ଷିତ ଅଛନ୍ତି ଏବଂ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ନିୟମିତ ନିରୀକ୍ଷଣ କରାଯାଉଛିା ବୟସ୍କ ଲୋକମାନଙ୍କ ସୁବିଧା ପାଇଁ ସେମାନଙ୍କୁ ଘରେ ବିନା ବାୟୋମେଟ୍ରିକରେ  ମଧ୍ୟ ରାସନ୍ ସାମଗ୍ରୀ ଯୋଗାଇ ଦିଆଯିବା 

ଗ୍ରାମପଞ୍ଚାୟତ ସ୍ତରରେ ଚଳିତ ମାର୍ଚ୍ଚ ୧୯, ପଞ୍ଚାୟତ ସମିତି ସ୍ତରରେ ୨୦ ଏବଂ ଜିଲ୍ଲା ପରିଷଦ ପାଇଁ ୨୧ ତାରିଖ ତିନିଦିନ ଧରି ସଚେତନତା ବୈଠକ ଅନୁଷ୍ଠିତ ହେବା ଏହି ବୈଠକରେ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ଭୂମିକା ସଂପର୍କରେ ସେମାନଙ୍କୁ ସଂପୂର୍ଣ୍ଣ ଅବଗତ କରାଯିବା  ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ସୂଚନା ଓ ଲୋକସଂପର୍କ ବିଭାଗର ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ସଚିବ ଶ୍ରୀ ମନୋଜ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ |

 

 

0
0
0
s2sdefault