ହେଡଲାଇନସ୍:

ଔଷଧ ଦୋକାନ ଗୁଡିକ ଉପରେ ନୂଆପଡା ପୋଲିସର ଚଢଉ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା(ଶାସକ ପ୍ରଶାସକ); ଆଜି ନୂଆପଡା ପୋଲିସ ସଦର ଅଞ୍ଚଳରେ ଥିବା ସମସ୍ତ ଔଷଧ ଦୋକାନ ଉପରେ ଚଢଉ କରିଥିଲା । କରୋନା ସତର୍କତା ପାଇଁ  ବ୍ୟବହୃତ ହେଉଥିବା ମାସ୍କ ଓ ସେନିଟାଇଜର ଗୁଡିକ କଳା ବଜାରୀ ରୋକିବା ପାଇଁ ଚଢଉ କରାଯାଇଥିଲା । ସୂଚନା ଅନୁସାରେ ନୂଆପଡା ଏସପି ବିନିତ ଅଗ୍ରୱାଲଙ୍କ ନିଦେ୍ର୍ଧଶକ୍ରମେ ସଦର ଥାନା ଆଇଆଇସି ଆଦିତ୍ୟ ମହାକୁଡ ଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ସମସ୍ତ ଔଷଧ ଦୋକାନ ଗୁଡିକରେ ଚଢଉ କରି ଯାଞ୍ଚ କରିଥିଲେ । କରୋନା ସତର୍କତା ପାଇଁ ବ୍ୟବହୃତ ହେଉଥିବା ମାକ୍ସ ଓ ସେନିଟାଇଜର ଗୁଡିକର କଳାବଜାରୀ ନ କରିବା ପାଇଁ ତାଗିଦ କରିଥିଲେ ।  ବସ ମାନଙ୍କୁ ମଧ୍ୟ ମାତ୍ରାଧିକ ଯାତ୍ରୀ ନ ନେବା ପାଇଁ ତାଗିଦ କରିଥିଲେ । ଯଦି କେହି ନିଦେ୍ର୍ଧଶ ଉଲଙ୍ଘନ କରନ୍ତି ତା ବିରୁଦ୍ଧରେ ଆଇନଗତ କାର୍ଯାନୁଷ୍ଠାନ  ଗ୍ରହଣ କରାଯିବ ବୋଲି ଶ୍ରା ମହାକୁଡ କହିଛନ୍ତି ।   

0
0
0
s2sdefault