ହେଡଲାଇନସ୍:

ଅନୁଗୁଳରେ ପ୍ରତିଷ୍ଠା ହେଉ ଭୁବନେଶ୍ୱର ସିଟିଟିସିର ସଂପ୍ରସାରଣ କେନ୍ଦ୍ର - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ର ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ନିତୀନ ଗଡକରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପତ୍ର

 ପ୍ରସ୍ତାବିତ କେନ୍ଦ୍ର ନିଯୁକ୍ତିଭିତିକ ଜ୍ଞାନକୌଶଳ ତାଲିମ୍ ପ୍ରଦାନ କରିବ

 ଭୁବନେଶ୍ୱର ସିଟିଟିସିର ସଂପ୍ରସାରଣ କେନ୍ଦ୍ର ଯାଜପୁର ଏବଂ ରାୟଗଡାରେ ରହିଛି

 ଓଡିଶାର ପ୍ରମୁଖ ଶିଳ୍ପ ପେଣ୍ଠସ୍ଥଳୀ ଅନୁଗୁଳରେ ପ୍ରସ୍ତାବିତ କେନ୍ଦ୍ର ଲୋକଙ୍କ ବୈଷୟିକ ଦକ୍ଷତାକୁ ବୃଦ୍ଧି କରିବ

 କ୍ଷୁଦ୍ର ଶିଳ୍ପର ବିକାଶ କରିବାରେ ସହାୟକ ହେବ ଏହି ତାଲିମ କେନ୍ଦ୍ର

 ଅନୁଗୁଳରେ ପ୍ରସ୍ତାବିତ ସଂପ୍ରସାରଣ କେନ୍ଦ୍ର ସ୍ଥାପନା ପାଇଁ ବିଚାର କରିବାକୁ ଅନୁରୋଧ

ନୂଆଦିଲ୍ଲୀ/ଭୁବନେଶ୍ୱର, (ଶାସକ ପ୍ରଶାସକ)– ଅନୁଗୁଳ ଠାରେ ଭୁବନେଶ୍ୱର ସ୍ଥିତ କେନ୍ଦ୍ର ଟୁଲ୍ ରୁମ୍ ଏବଂ ତାଲିମ କେନ୍ଦ୍ର(ସିଟିଟିସି)ର ଅନ୍ୟ ଏକ ସଂପ୍ରସାରଣ କେନ୍ଦ୍ର ପ୍ରତିଷ୍ଠା ପାଇଁ କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ନିତୀନ ଗଡକରୀଙ୍କୁ ମଙ୍ଗଳବାର ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ କ୍ଷୁଦ୍ର ଆଧାରିତ ଶିଳ୍ପ ପାଇଁ ପ୍ରଡକ୍ସନ, ଡିଜାଇନ୍, କନ୍ସୁଲଟାନ୍ସି ପ୍ରଦାନ କରିବା ପାଇଁ ଏମଏସଏମଇ ବିଭାଗ ପକ୍ଷରୁ ଟୁଲ୍ ରୁମ୍ ଏବଂ ଟୁଲ୍ ଡିଜାଇନ(ଟିଆର୍/ଟିଡି) କେନ୍ଦ୍ର ପ୍ରତିଷ୍ଠା  କରାଯାଉଛି । ଭୁବନେଶ୍ୱରରେ ଥିବା କେନ୍ଦ୍ର୍ ଟୁଲ୍ ରୁମ୍ ଏବଂ ତାଲିମ କେନ୍ଦ୍ର (ସିଟିଟିସି) ଦେଶର ୧୦ତମ ଟିଆର୍/ଟିଡି ମଧ୍ୟରେ ଥିବା ବେଳେ ଏହାର ସଂପ୍ରସାରଣ କେନ୍ଦ୍ର ଯାଜପୁର ଏବଂ ରାୟଗଡାରେ ରହିଛି । ଏହି କେନ୍ଦ୍ର ସ୍ଥାନୀୟ ଅଂଚଳରେ ବୈଷୟିକ ଦକ୍ଷତା ପ୍ରଦାନ କରି ମାନବସମ୍ବଳ ସହ ନିଯୁକ୍ତି ସୃଷ୍ଟି କରୁଛି, ଯାହା କ୍ଷୁଦ୍ର ଶିଳ୍ପର ବିକାଶରେ ସହାୟକ ହୋଇଛି ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଓଡିଶାର ପ୍ରମୁଖ ଶିଳ୍ପ ପେଣ୍ଠସ୍ଥଳୀ ଅନୁଗୁଳ ଠାରେ ଭୁବନେଶ୍ୱର ସିଟିଟିସିର ସଂପ୍ରସାରଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରୀଙ୍କୁ ପ୍ରସ୍ତାବ ଦେଇଛନ୍ତି । ସେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଏହି ପ୍ରସ୍ତାବିତ ତାଲିମ କେନ୍ଦ୍ର ସ୍ଥାନୀୟ ଅଂଚଳରେ ନିଯୁକ୍ତିଭିତିକ ଜ୍ଞାନକୌଶଳ ତାଲିମ୍ ଦେବାର ସୁବିଧା ପ୍ରଦାନ କରିବ । ଅନୁଗୁଳ ସହରରେ ଟବଡ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବା ସହ ଉଚ୍ଚମାନର ଟୁଲର ଡିଜାଇନ୍, ବିନିର୍ମାଣର ବିକାଶ କରିବା ସହ ଅନେକ କ୍ଷୁଦ୍ର ଶିଳ୍ପକୁ ପ୍ରୋତ୍ସାହନ ଦେବ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଅନୁଗୁଳରେ ଶିଳ୍ପର ବିକାଶ ଏବଂ ସ୍ଥାନୀୟ ଅଂଚଳରେ ମାନବସମ୍ବଳର ବୈଷୟିକ ଦକ୍ଷତାକୁ ବୃଦ୍ଧି କରିବା ପାଇଁ ତଥା ଅନୁଗୁଳରେ ପ୍ରସ୍ତାବିତ ଭୁବନେଶ୍ୱର ସିଟିଟିସିର ସଂପ୍ରସାରଣ କେନ୍ଦ୍ର ସ୍ଥାପନା ପାଇଁ ବିଚାର କରିବାକୁ ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀଙ୍କୁ ଅନୁରୋଧ କରିଛନ୍ତି ।   

0
0
0
s2sdefault