ହେଡଲାଇନସ୍:

ଆମେରିକାରୁ ଫେରି ଗଜପତି ସପରିବାର କଲେ ପଞ୍ଜିକରଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗଜପତି ଅନୁପାଳନ କଲେ ସରକାରଙ୍କ ଦ୍ୱାରା ଜାରି ମାର୍ଗଦର୍ଶିକା 

 ଭୁବନେଶ୍ୱର (ଶାସକ ପ୍ରଶାସକ)  ଆମେରିକାରେ ବିଭିନ୍ନ ଜଗନ୍ନାଥ ମନ୍ଦିର କାର୍ଯ୍ୟକ୍ରମରେ ଯୋଗଦେଇ ଭୁବବେଶ୍ୱର ପ୍ରତ୍ୟାବର୍ତ୍ତନ କରିବା ପରେ ସରକାରଙ୍କ କରୋନା ଗାଇଡ଼ଲାଇନ ଅନୁଯାୟୀ ନିଜ ନାମ ଓ ପରିବାର ସଦସ୍ୟଙ୍କ ରାଜ୍ୟ ସରକାରଙ୍କ କୋବିଦ-୧୯ ପୋର୍ଟାଲରେ   ଅନଲାଇନ ପଞ୍ଜିକରଣ କରାଇଛନ୍ତି ଓଡ଼ିଶାର ଗଜପତି ମହାରାଜ ଦିବ୍ୟସିଂହ ଦେବ | ଏହାସହିତ ସେ ତାଙ୍କ ଭୁବନେଶ୍ୱରସ୍ଥିତ ବାସ ଭବନ ୧୪ ଦିନ ପାଇଁ ଅବସ୍ଥାନ  କରିବେ | ଏହି ପରିପ୍ରେକ୍ଷୀରେ ଗଜପତି ମହାରାଜ ରାଜ୍ୟବାସୀଙ୍କୁ ଉଦ୍ଦେଶ୍ୟରେ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ କରନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରକନରଙ୍କ ମାର୍ଗଦର୍ଶିକା ଅନୁଯାୟୀ ବିଦେଶରୁ ଆସି ଓଡ଼ିଶାରେ ପହଁଚୁଥିବା ବ୍ୟକ୍ତି ମାନେ ସରକାରଙ୍କ କୋବିଦ -୧୯ ପୋର୍ଟାଲରେ ପଞ୍ଜିକରଣ  କରାଇ ନିଅନ୍ତୁ | ଏହାସହିତ  ନିଜ ଘରେ ଆଇସୋଲେସନରେ ୧୪ ଦିନ ଅବସ୍ଥାନ କରନ୍ତୁ ବୋଲି ଗଜପତି ମହାରାଜା ଆହ୍ବାନ ଜଣାଇଛନ୍ତି | 

0
0
0
s2sdefault