ହେଡଲାଇନସ୍:

"ଆମକୁ ପଟ୍ଟା ମିଳିଥିଲା, ଏବେ ଛଡେଇ ନେଉଛି ପ୍ରଶାସନ" 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ସମ୍ବଲପୁରରୁ  ରମାକାନ୍ତ ବିଶ୍ବାଳ: ସମ୍ବଲପୁର ଜ଼ିଲ୍ଲା ଯୁଯୋମୁରା ବ୍ଲକ ଡକରା ଗ୍ରାମର 20ଟି ପରିବାର 1983-84 ମସିହାରେ ସରକାରଙ୍କ ଠାରୁ ଜମି, ସିଲିଂ ଆକାରରେ  ପାଇଥିଲେ l ମାତ୍ର, ଏବେ ମାନେଶ୍ଵର ତହସିଲଦାର ଉକ୍ତ ଜମିରେ କଲ୍ୟାଣ ମଣ୍ଡପ, ପାର୍କ, ସରକାରୀ କର୍ମଚାରୀଙ୍କ ପାଇଁ କ୍ବାର୍ଟର  ଆଦି ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି l ଜମି  ପଟ୍ଟା ପାଇବା ଦିନରୁ ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ଏହି  ବ୍ୟକ୍ତିମାନେ ସୋମବାର ଜ଼ିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇବା ସହ ନ୍ୟାୟ ଭିକ୍ଷା କରିଛନ୍ତି l ଏହି ଗରିବ ପରିବାରମାନଂକୁ ସରକାର  ଦେଇଥିବା ସିଲିଂ ଜମି ପୁଣି ଛଡାଇ ନେଉଥିବାରୁ  ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l  ତୁରନ୍ତ ନିର୍ମାଣ ଅନୁମତି ବାତିଲ କରିବାକୁ ସେମାନେ ଦାବୀ କରିଛନ୍ତି l

0
0
0
s2sdefault